ଆବୁଲ କଲାମ ଆଜାଦଆବୁଲ କଲାମ ଆଜାଦ (୧୧ ନଭେମ୍ବର ୧୮୮୮- ୨୨ ଫେବୃଆରୀ ୧୯୫୮)ବା ମୌଲାନା ସୟୀଦ ଅବୁଲ କାଲାମ ଗୁଲାମ ମୁହିୟୁଦ୍ଦିନ ଅଦମଦ ବିନ ଖୈରୁଦ୍ଦିନ ଅଲ୍-ଦୁସୈନି ଆଜାଦ (ପୁରା ନାମ) ଥିଲେ ଜଣେ ଭାରତୀୟ ବୁଦ୍ଧିଜୀବି ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ଜାତୀୟ କଂଗ୍ରେସର ବରିଷ୍ଠ ମୁସଲିମ ନେତା । ମୌଲାନ ଆଜାଦ ନାମରେ ପ୍ରସିଦ୍ଧ ଏହି ନେତା ଥିଲେ ସ୍ୱାଧୀନତା ପରବର୍ତ୍ତୀ ଭାରତରେ ସେ ପ୍ରଥମ ଶିକ୍ଷାମନ୍ତ୍ରୀ । ମୌଲାନା ହେଉଛି ତାଙ୍କୁ ପ୍ରଦତ୍ତ ଏକ ସମ୍ମାନାସ୍ପଦ ଉପାଧୀ ଏବଂ ସେ ତାଙ୍କ ନାମରେ ଆଜାଦ (ଅର୍ଥାତ- ମୁକ୍ତ) ଯୋଡିଦେଇଥିଲେ । ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ରୂପରେଖ ଦେବାରେ ତାଙ୍କର ଅବଦାନକୁ ଚିର ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନକୁ ଭାରତରେ ଜାତୀୟ ଶିକ୍ଷା ଦିବସ ରୂପେ ପାଳନ କରାଯାଉଛି ।[୧][୨] ଯୁବକ ସମୟରୁ ଆଜାଦ କବିତା ରଚନା କରିବା ତଥା ଧର୍ମ ଏବଂ ଦର୍ଶନ ସମ୍ବନ୍ଧୀୟ ଗ୍ରନ୍ଥ ରଚନା କରିବାରେ ସିଦ୍ଧହସ୍ତ ଥିଲେ । ଜଣେ ସାମ୍ବାଦିକ ଭାବେ ବ୍ରିଟିଶ ରାଜ ସମୟର ମହତ୍ତ୍ୱପୂର୍ଣ୍ଣ ଘଟଣା ସବୁର ସମୀକ୍ଷା କରିବା ସହ ଭାରତୀୟଙ୍କ ମନରେ ଜାତୀୟତା ଭାବ ଉଦ୍ରେକ କରିବାରେ ତାଙ୍କର ଅନେକ ଲେଖା ତତକାଳୀନ ସମୟରେ ବହୁ ବିଜ୍ଞ ବ୍ୟକ୍ତିଙ୍କଦ୍ୱାରା ଆଦୃତ ହେବା ସହ ତାଙ୍କର ପ୍ରଚଣ୍ଡ ବୁଦ୍ଧିମତ୍ତାର ପରିଚୟ ପ୍ରଦାନ କରିଥିଲା । ଖିଲାଫତ ଆନ୍ଦୋଳନର ନେତୃତ୍ୱ ନେବାବେଳେ ସେ ମହତ୍ମା ଗାନ୍ଧୀଙ୍କ ନିକଟ ସଂସ୍ପର୍ଶରେ ଆସିଥିଲେ । ଏହାପରେ ସେ ଗାନ୍ଧୀଙ୍କ ଅହିଂସା ତତ୍ତ୍ୱର ଏକ ଉତ୍ସାହୀ ସମର୍ଥକ ପାଲଟିଯାଇଥିଲେ ଏବଂ ସ୍ୱଦେଶୀ ଏବଂ ସ୍ୱରାଜ ସମ୍ବନ୍ଧରେ ଗାନ୍ଧୀଙ୍କ ବିଚାରଧାରା ପ୍ରଚାର କରିବାରେ ନିଜର ପ୍ରତିବଦ୍ଧତା ପରିପ୍ରକାଶ କରିଥିଲେ । ୧୯୨୩ ମସିହାରେ ମାତ୍ର ୩୫ ବର୍ଷ ବୟସରେ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ପଦ ଅଳଂକୃତ କରି ନିଜର ଦକ୍ଷତା ପ୍ରତିପାଦନ କରିପାରିଥିଲେ । ଅକ୍ଟୋବର ୧୯୨୦ରେ ମୌଲାନା ଆବୁଲ କାଲାମ ଆଜାଦ ଆଲିଗଡରେ ପ୍ରସ୍ତାବିତ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଫାଉଣ୍ଡେସନ କମିଟିର ସଦସ୍ୟ ହେଲେ । ତତ୍କାଳୀନ ବ୍ରିଟିଶ କଲୋନିଆଲ ସରକାରଙ୍କ କୌଣସି ସାହାଯ୍ୟ ବିନା ଏହି ଅନୁଷ୍ଠାନ ଗଢିବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ଆଲିଗଡରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଇବାରେ ତାଙ୍କର ଭୂମିକା ପ୍ରଶଂସନୀୟ । ଉକ୍ତ ଅନୁଷ୍ଠାନର ମୁଖ୍ୟ କ୍ୟାମ୍ପସ ଅନ୍ତରଗତ ମୁଖ୍ୟ ଫାଟକ (ଫାଟକ ସଂଖ୍ୟା- ୭) ତାଙ୍କରି ନାମରେ ନାମିତ । ତାଙ୍କଦ୍ୱାରା ପ୍ରକାଶିତ ଏକ ଖବର କାଗଜ "ଅଲ୍-ହିଲାଲ" ମାଧ୍ୟମରେ ସେ ହିନ୍ଦୁ ଓ ମୁସଲିମ ସଂପ୍ରଦାୟ ମଧ୍ୟରେ ସଦ୍ଭାବନା ସୃଷ୍ଟି କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଥିଲେ ।[୩] ପ୍ରାରମ୍ଭିକ ଜୀବନ ଓ ଶିକ୍ଷାଆଜାଦଙ୍କ ଜନ୍ମ ୧୧ ନଭେମ୍ବର ୧୮୮୮ ମସିହାରେ ଓଟୋମାନ ରାଜ୍ୟର ମକ୍କାଠାରେ । ତାଙ୍କର ପୂରା ନାମ ହେଉଛି Sayyid Ghulam Muhiyuddin Ahmed bin Khairuddin AlHussaini । କିନ୍ତୁ ସେ ମୌଲାନ ଆବୁଲ କଲାମ ଆଜାଦ ନାମରେ ଖ୍ୟାତ ହେଲେ । ଆଜାଦଙ୍କ ପିତା ଜଣେ ପଣ୍ଡିତ ଯିଏ କି ତାଙ୍କ ପିତାଙ୍କୁ ପିଲାଟି ଦିନରୁ ହରାଇ ଦିଲ୍ଲୀରେ ନିଜ ଅଜାଙ୍କ ସହ ରହୁଥିଲେ । ସୀପାହି ବିଦ୍ରୋହ ବେଳେ ସେ ଭାରତ ଛାଡି ମକ୍କାରେ ବସବାସ କଲେ । ଆବୁଲ କଲାମଙ୍କ ପିତା Maulana Sayyid Muhammad Khairuddin bin Ahmed AlHussaini ୧୨ ଖଣ୍ଡ ବହିର ଲେଖକ ଏବଂ ତାଙ୍କର ହଜାର ହଜାର ଶିଷ୍ୟ ରହିଥିଲେ ।[୪] ତାଙ୍କ ମାଆ ହେଉଛନ୍ତି ମଦିନାର ଜଣେ ଖ୍ୟାତିସଂପନ୍ନ ବିଜ୍ଞ ମହିଳା Sheikh Mohammad bin Zaher AlWatriଙ୍କ କନ୍ୟା । ମୌଲାନା ଆଜାଦ ନିଜ ପରିବାର ସହ ୧୮୯୦ରେ କଲିକତା ଫେରିଲେ । ଆଜାଦ ନିଜ ଘରେ ନିଜସ୍ୱ ଉଦ୍ୟମରେ ଶିକ୍ଷା ସମ୍ପନ୍ନ କରିଥିଲେ । ସେ ଉର୍ଦ୍ଦୁ, ହିନ୍ଦୀ, ପାର୍ଶୀ, ବଙ୍ଗଳା, ଆରବୀ ତଥା ଇଂରାଜୀ ଭଳି ଅନେକ ଭାଷା ଶିକ୍ଷା କରିଥିଲେ ।[୫] ଏହା ଛଡା ଘରୋଇ ଶିକ୍ଷକଙ୍କ ସହାୟତାରେ ସେ ବିଶ୍ୱ ଇତିହାସ, ବିଜ୍ଞାନ, ଦର୍ଶନ ଓ ଗଣିତ ଭଳି ଅନେକ ବିଦ୍ୟା ମଧ୍ୟ ଶିକ୍ଷା କରିଥିଲେ । ମାତ୍ର ୧୨ ବର୍ଷ ବୟସରେ ଜଣେ ଉତ୍ସୁକ ତଥା ଦୃଢ଼ ନିଶ୍ଚିତ ଛାତ୍ର ଭାବେ ସେ ନିଜ ଘରେ ଏକ ପଢ଼ା ବଖରା ସହିତ ଏକ ପାଠାଗାର ଏବଂ ଏକ ଡିବେଟିଂ ସୋସାଇଟି ଚଳାଇବା ସହ "ମଖଜାନ" ନାମକ ସାହିତ୍ୟ ପତ୍ରିକାକୁ ତାଙ୍କ ଲେଖା ପ୍ରକାଶ ପାଉଥିଲା ।[୬] କେବଳ ସେତିକି ନୁହେଁ ନିଜ ଘରେ ସେ ଏଭଳି ଅନେକ ଛାତ୍ରଙ୍କୁ ପାଠ ପଢ଼ାଉଥିଲେ ଯେଉଁମାନଙ୍କ ବୟସ ମୌଲାନଙ୍କ ବୟସର ଦୁଇଗୁଣ ଥିଲା । ମାତ୍ର ୧୬ ବର୍ଷ ବୟସରେ ସେ ପାରମ୍ପରିକ ଶିକ୍ଷା ସମାପ୍ତ କରି ଏକ ପତ୍ରିକା ପ୍ରକାଶ କରିଥିଲେ । ୧୯୦୦ ମସିହା ବେଳକୁ ଏକ କାବ୍ୟିକ ପତ୍ରିକାର ପ୍ରକାଶନ ସହ ଏକ ସାପ୍ତହିକ ପତ୍ରିକା (Al-Misbah)ର ସଂପଦନା ଦାୟିତ୍ୱ ମଧ୍ୟ ତୁଲାଉଥିଲେ । ୧୯୦୩ ମସିହାରେ ସେ ଏକ ମାସିକ ପତ୍ରିକା (Lissan-us-Sidq) ପ୍ରକାଶ କଲେ ଯାହାକି ଅତ୍ୟନ୍ତ ଲୋକପ୍ରିୟ ହେଲା । ୧୩ ବର୍ଷ ବୟସରେ ସେ ଏକ ମୁସଲିମ ଝିଅ ଜୁଲାଇଖା ବେଗମକୁ ବିବାହ କଲେ । ମୁସଲିମ ଧର୍ମ ଗ୍ରନ୍ଥ କୋରାନର ବ୍ୟାଖ୍ୟା କରିବାକୁ ଯାଇ ସେ ଅନେକ ଗ୍ରନ୍ଥ ରଚନା କରିଯାଇଛନ୍ତି । ସ୍ୱାଧୀନତା ସଂଗ୍ରାମରେ ଭୂମିକାଆଧାର
|
Portal di Ensiklopedia Dunia