ଇଗ୍ନେସ ମାଝୀ
ଇଗ୍ନେସ ମାଝୀ (୩୧ ଡିସେମ୍ବର ୧୯୩୨ - ୨୭ ଫେବୃଆରୀ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜଗାଙ୍ଗପୁର ଓ ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨] ଜନ୍ମ, ପରିବାର ଓ ଶିକ୍ଷାଇଗ୍ନେସ ମାଝୀ ୧୯୩୨ ମସିହାର ଡିସେମ୍ବର ମାସ ୩୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭଦ୍ରା ଇନ୍ସେଣ୍ଟ ମାଝୀ ଓ ପତ୍ନୀଙ୍କ ନାମ ରୋଜ୍ ରୋମୋଲା । ସେ ପେଶାରେ ଜଣେ ଓକିଲ ଥିଲେ ।[୩] ରାଜନୈତିକ ଜୀବନଇଗ୍ନେସ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଝାଡ଼ଖଣ୍ଡ ପାର୍ଟିରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୩] ମୃତ୍ୟୁଇଗ୍ନେସ ୨୦୦୨ ମସିହାର ଫେବୃଆରୀ ମାସ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ଆଧାର
|
Portal di Ensiklopedia Dunia