ଉଇକିପିଡ଼ିଆ:ଶିକ୍ଷଣ
ସହଯୋଗ ସୂଚୀ: ପ୍ରଶ୍ନ · ଉଇକିକୋଡ଼ ଖୋଜା · ଜାଣିବା କଥା · ସାରକଥା ପଢ଼ିବା · ୱେବ ଚାଟ ଜରିଆରେ ସିଧା ସହଯୋଗ · ସହଯୋଗ · ଆଧାର · ଶିକ୍ଷଣ
ଉଇକିପିଡ଼ିଆକୁ ବଦଳାଇବା ଶିକ୍ଷଣ – ଆରମ୍ଭଉଇକିପିଡ଼ିଆ ଗୋଟିଏ ମିଳିତ ଚେଷ୍ଟାରେ ତିଆରି ଜ୍ଞାନକୋଷ ଯେଉଁଥିରେ ଆପଣ ବି ଭାଗନେଇ ପାରିବେ ଓ ଲେଖାସବୁ ଲେଖିପାରିବେ/ବଦଳାଇପାରିବେ । ଏହି ଶିକ୍ଷଣ ଆପଣଙ୍କୁ ଉଇକିପିଡ଼ିଆ ଦାତାଟିଏ ହେବାରେ ସାହାଯ୍ୟ କରିବ । ଏହି ତଳ ପୃଷ୍ଠାସବୁ ଆପଣଙ୍କୁ ଉଇକିପିଡ଼ିଆର ଲେଖାସବୁର ଶୈଳୀ ଓ ଭିତର ଭାଗ ଉପରେ ଅଧିକ ଜାଣିବାରେ ସାହାଯ୍ୟ କରିବ, ଆହୁରି ବି ଉଇକିମିଡ଼ିଆ ସଂଘ, ଉଇକିପିଡ଼ିଆର ନୀତିନିୟମ ଓ ସଭାସବୁ ବିଷୟରେ ଜାଣିବାରେ ସାହାଯ୍ୟ କରିବ । ଏହା ଏକ ପ୍ରାଥମିକ ଶିକ୍ଷଣ, ଏକ ସବିଶେଷ ବଖାଣ ନୁହେଁ । ଯଦି ଆପଣ ଅଧିକ ଜାଣିବାକୁ ଚାହୁଁଥାନ୍ତି, ତେବେ ବାକି ପୃଷ୍ଠାମାନଙ୍କୁ ଯିବାପାଇଁ ଏଠାରେ ଲିଙ୍କସବୁ ଅଛି । ଆପଣ ସେସବୁକୁ ଅଲଗା ପତି/ଉଇଣ୍ଡୋ (Tab/Window)ରେ ଖୋଲି ପଢ଼ି ପାରନ୍ତି । "ପରଖ ଘର"କୁ ଯିବା ପାଇଁ ଲିଙ୍କ ସବୁ ଅଛି ଯେଉଁଥିରେ ଆପଣ ଯଦି କିଛି ଶିଖିବାକୁ ଚାହୁଁଥାନ୍ତି ସେଠାରେ ଅଭ୍ୟାସ କରିପାରିବେ । ନୂଆ ନୂଆ ପରଖ କରନ୍ତୁ ଓ ନୂଆ ନୂଆ କଥା ଜାଣନ୍ତୁ! ସେଠାରେ ଆପଣ କିଛି ପରଖ କଲେ କେହି କିଛି ଭାବିବେ ନାହିଁ । ତେଣୁ, ଆସନ୍ତୁ ଉଇକିପିଡ଼ିଆରେ ଲେଖାସବୁକୁ ବଦଳାଇବା ଶିଖିବା !! ମନେରଖନ୍ତୁ: ଏହି ଶିକ୍ଷଣ ଆଗରୁ ରଖାଯାଇଥିବା ମୂଳ ଗଢ଼ଣକୁ ନେଇ ତିଆରି କରାଯାଇଛି, ଯଦି ଆପଣ ଲଗଇନ କରି ନାହାନ୍ତି କିମ୍ବା ନିଜ ପସନ୍ଦସବୁକୁ ବଦଳାଇଛନ୍ତି ତେବେ ଲିଙ୍କଗୁଡ଼ିକର ଅବସ୍ଥାନ ଅଲଗା ଅଲଗା ହୋଇପାରେ । ଆଗକୁ: ଆସନ୍ତୁ ବଦଳାଇବା ବାବଦରେ ଜାଣିବା →
|
Portal di Ensiklopedia Dunia