ଉଇକିମିଡ଼ିଆ ଫାଉଣ୍ଡେସନ
ଉଇକିମିଡ଼ିଆ ଫାଉଣ୍ଡେସନ, Inc. ଏକ ଆମେରିକୀୟ ଅଣଲାଭକାରି ଦାତବ୍ୟ ସଙ୍ଗଠନ ଯାହା ଯୁକ୍ତରାଷ୍ଟ୍ର ଆମେରିକାର ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆଠାରେ ଅବସ୍ଥିତ ଓ ଆଗରୁ ଏହା ଅବସ୍ଥିତ ଥିବା ଫ୍ଲୋରିଡ଼ା ରାଜ୍ୟର ଅନୁଶାସନ ଦେଇ ପରିଚାଳିତ । ଏହା ଅନେକଗୁଡ଼ିଏ ମିଳିତ ଚେଷ୍ଟାରେ ପରିଚାଳିତ ଅନଲାଇନ ଉଇକି ପ୍ରକଳ୍ପ ଯଥା; ଉଇକିପିଡ଼ିଆ, ଉଇକିଅଭିଧାନ, ଉଇକିକଥା, ଉଇକିପୋଥି, ଉଇକିଉତ୍ସ, ଉଇକିମିଡ଼ିଆ କମନ୍ସ, ଉଇକିସ୍ପିସିସ, ଉଇକିଖବର, ଉଇକିମହାବିହାର, ଉଇକିମିଡ଼ିଆ ଇନକୁବେଟର, ମେଟା-ଉଇକି ଓ ଏହାର ଅଚଳ ପ୍ରକଳ୍ପ, ନୁପିଡ଼ିଆ ଆଦିକୁ ପରିଚାଳନ କରିଥାଏ । ଏହାର ମୁଖ୍ୟ ପ୍ରକଳ୍ପ ଉଇକିପିଡ଼ିଆ ଜଗତର ସବୁଠାରୁ ଅଧିକ ପଢ଼ାଯାଉଥିବା ୧୦ଟି ସାଇଟ ଭିତରୁ ଗୋଟିଏ ।[୫] ଏହି ସଙ୍ଗଠନର ଆରମ୍ଭ ବିଦ୍ଧିବଦ୍ଧ ଭାବରେ ଜୁନ ୨୦, ୨୦୦୩ରେ ଉଇକିପିଡ଼ିଆର ସହ-ପ୍ରତିଷ୍ଠାତା ଜିମି ଉଏଲସ,[୬]ଙ୍କ ଦେଇ ହୋଇଥିଲା ଯେ ଉଇକିପିଡ଼ିଆକୁ ନିଜ କମ୍ପାନୀ ବୋମିସ ସହ ପରିଚାଳନା କରୁଛନ୍ତି ।[୭] ଆଧାର
ବାହାର ଲିଙ୍କ
ନଥି (ବିବରଣୀ,ଯୋଜନା ଆଦି)
ବାକିସବୁ
ଛାଞ୍ଚ:Wikipedia 37°47′13″N 122°23′59″W / 37.786971°N 122.399677°W |
Portal di Ensiklopedia Dunia