ଗଣନାଥ ପ୍ରଧାନ
ଗଣନାଥ ପ୍ରଧାନ (୭ ଡିସେମ୍ବର ୧୯୨୪ - ୧୪ ଅକ୍ଟୋବର ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷାଗଣନାଥ ପ୍ରଧାନ ୧୯୨୪ ମସିହାର ଡିସେମ୍ବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସଂକୀର୍ତ୍ତନ ପ୍ରଧାନ ଓ ପତ୍ନୀଙ୍କ ନାମ ପାର୍ବତୀ ପ୍ରଧାନ ।[୧] ରାଜନୈତିକ ଜୀବନଗଣନାଥ ପ୍ରଧାନ ଓଡ଼ିଶା ରାଜନୀତିରେ ସମ୍ୟୁକ୍ତ ସୋସିଆଲିଷ୍ଟ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧] ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ
ମୃତ୍ୟୁଗଣନାଥ ପ୍ରଧାନ ୨୦୦୪ ମସିହାର ଅକ୍ଟୋବର ୧୪ ତାରିଖରେ ୭୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧] ଆଧାର
|
Portal di Ensiklopedia Dunia