ଗୋବିନ୍ଦ ପ୍ରଧାନ

ଗୋବିନ୍ଦ ପ୍ରଧାନ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀମାଗୁଣି ଚରଣ ପ୍ରଧାନ
ପର ଅଧିକାରୀସୋମନାଥ ରଥ
ନିର୍ବାଚନ ମଣ୍ଡଳୀଭଞ୍ଜନଗର
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀପଟ୍ଟାପୁର
ବିଧାୟକ: ସ୍ୱାଧୀନତା ପୂର୍ବର ପ୍ରଥମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୩୭ – ୧୯୪୬
ନିର୍ବାଚନ ମଣ୍ଡଳୀଆସିକା-ସୁରଡ଼ା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୯୮୦
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଆଶାଲତା ପ୍ରଧାନ
ବାପା/ବୋଉବଳରାମ ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ଗୋବିନ୍ଦ ପ୍ରଧାନ (ମୃତ୍ୟୁ: ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ସେ ଆସିକା-ସୁରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ୧୯୫୨ ଓ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାପୁର ଓ ଭଞ୍ଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ଗୋବିନ୍ଦ ପ୍ରଧାନଙ୍କ ବାପାଙ୍କ ନାମ ବଳରାମ ପ୍ରଧାନ ଓ ପତ୍ନୀଙ୍କ ନାମ ଆଶାଲତା ପ୍ରଧାନ ।[]

ରାଜନୈତିକ ଜୀବନ

ଗୋବିନ୍ଦ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ[] ଏବଂ ସ୍ୱାଧୀନତା ପରେ ଦୁଇଥର କାର୍ଯ୍ୟ କରିଥିଲେ ।[]

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୩୭ ୧୯୪୬ ସଭ୍ୟ, ସ୍ୱାଧୀନତା ପୂର୍ବରୁ ୧ମ ଓଡ଼ିଶା ବିଧାନ ସଭା ଆସିକା-ସୁରଡ଼ା ଭାରତୀୟ ଜାତୀୟ କଂଗ୍ରେସ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ପଟ୍ଟାପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ଭଞ୍ଜନଗର ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ

ଗୋବିନ୍ଦ ୧୯୮୦ ମସିହାରେ ମୃତ୍ୟୁବରଣ କରିଥିଲେ ।[]

ଆଧାର

  1. ୧.୦ ୧.୧ ୧.୨ "Shri Govind Pradhan". odishaassembly.nic.in. Odisha Assembly. Retrieved 6 February 2021.
  2. ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୭. ISBN 978-81-89436-54-4. Retrieved 7 November 2023.{{cite book}}: CS1 maint: unrecognized language (link)
Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya