ଦିବାକର ପଟ୍ଟନାୟକ
ଦିବାକର ପଟ୍ଟନାୟକ (୭ ଅକ୍ଟୋବର ୧୮୯୯ - ୧ ମାର୍ଚ୍ଚ ୧୯୭୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ସେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ୧୯୫୨ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାତ୍ରପୁର ଓ ଚିକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷାଦିବାକର ପଟ୍ଟନାୟକ ୧୮୯୯ ମସିହାର ଅକ୍ଟୋବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଦନ ମୋହନ ଦିୱାନ ବକ୍ସି ପଟ୍ଟନାୟକ ।[୧] ରାଜନୈତିକ ଜୀବନଦିବାକର ଓଡ଼ିଶା ରାଜନୀତିରେ ପ୍ରଥମେ ଫରଓ୍ୱାର୍ଡ ବ୍ଲକର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ[୨] ଏବଂ ସ୍ୱାଧୀନତା ପରେ ଦୁଇଥର କାର୍ଯ୍ୟ କରିଥିଲେ ।[୧] ସେ ପ୍ରଜା ସମାଜବାଦୀ ପାର୍ଟିର କର୍ମୀ ଭାବରେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାକୁ ୧୯୫୮ ମସିହାରେ ନିର୍ବାଚିତ ହୋଇଥିଲେ ।[୩][୪][୫] ବିଧାନ ସଭା ସଭ୍ୟ ବିବରଣୀ
ମୃତ୍ୟୁଦିବାକର ୧୯୭୬ ମସିହାର ମାର୍ଚ୍ଚ ୧ ତାରିଖରେ ୭୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧] ଆଧାର
|
Portal di Ensiklopedia Dunia