ନଟବର ପ୍ରଧାନ
ନଟବର ପ୍ରଧାନ (୮ ମଇ ୧୯୨୨ - ୨୧ ସେପ୍ଟେମ୍ବର ୧୯୮୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୪ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୌଦ୍ଧ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷାନଟବର ପ୍ରଧାନ ୧୯୨୨ ମସିହାର ମଇ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କେ. ପ୍ରଧାନ ଓ ପତ୍ନୀଙ୍କ ନାମ ଗିରୀଶ କୁମାରୀ ପ୍ରଧାନ ।[୧] ରାଜନୈତିକ ଜୀବନନଟବର ପ୍ରଧାନ ଓଡ଼ିଶା ରାଜନୀତିରେ ପ୍ରଥମେ ସ୍ୱତନ୍ତ୍ର ପାର୍ଟିରେ ଏବଂ ପରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୧ ମସିହାରୁ ୧୯୮୦ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାର ଭିନ୍ନ ଭିନ୍ନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧] ବିଧାନ ସଭା ସଭ୍ୟ ବିବରଣୀ
ମୃତ୍ୟନଟବର ପ୍ରଧାନ ୧୯୮୩ ମସିହାର ସେପ୍ଟେମ୍ବର ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ଆଧାର
|
Portal di Ensiklopedia Dunia