ନନ୍ଦ କିଶୋର ଦାସ
ନନ୍ଦ କିଶୋର ଦାସ ଜଣେ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ଓ ଓଡ଼ିଶା ବିଧାନ ସଭାର ସଭ୍ୟ ଓ ବାଚସ୍ପତି ଥିଲେ । ସ୍ୱାଧୀନତା ପରେ, ସେ ଓଡ଼ିଶା ବିଧାନ ସଭାର ପ୍ରଥମ ବାସସ୍ପତି ଭାବେ[୨] ୬ ମାର୍ଚ୍ଚ ୧୯୫୨ରୁ ୨୭ ମଇ ୧୯୫୭ ଯାଏ କାର୍ଯ୍ୟ କରିଥିଲେ ।[୩][୪] ସେ ମଧ୍ୟ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସଦସ୍ୟ ଥିଲେ ।[୫]
ପ୍ରାରମ୍ଭିକ ଜୀବନନନ୍ଦ କିଶୋର ଦାସ ବାଲେଶ୍ୱର ଜିଲ୍ଲା ସୋରଠାରେ ଜନ୍ମଗ୍ରହଣ କରିଥିଲେ । ଦାରିଦ୍ର୍ୟ ସତ୍ତ୍ୱେ ସେ ମେଧାବୀ ଛାତ୍ର ଥିଲେ । ୧୯୧୪ ମସିହାରେ ସେ ଓଡ଼ିଶାରେ ପ୍ରଥମ ତଥା ସେତେବେଳର ସମଗ୍ର ବିହାର-ଓଡ଼ିଶା ପ୍ରଦେଶରେ ପଂଚମ ସ୍ଥାନ ଅଧିକାର କରି ମାଟ୍ରିକ୍ ପରୀକ୍ଷାରେ ପାସ କରିଥିଲେ ।[୬] ଏହି ଉପଲବ୍ଧି ନିମଂତେ ସେ ମାସକୁ କୋଡିଏ ଟଂକା ବୃତ୍ତି ପାଇଥିଲେ ଓ ସେହି ଅର୍ଥକୁ ବିନିଯୋଗ କରି ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ । ସେ ଇଂରାଜୀ ସ୍ନାତକରେ ପ୍ରଥମ ଓଡ଼ିଆ ଭାବେ ରେଭେନ୍ସାରୁ ପାସ କରିଥିଲେ । ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଏମ.ଏ ପାସ କରିଥିଲେ [୭]। ଫକୀରମୋହନ ସେନାପତି ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରେରଣାରେ ସେ କିଛି ଦିନ ଉତ୍କଳ ସମ୍ମିଳନୀର କାର୍ଯ୍ୟ ପରିଚାଳନା କରିଥିଲେ । ସେ ମଧ୍ୟ ସାକ୍ଷୀଗୋପାଳ ବନ ବିଦ୍ୟଳୟରେ କିଛି ଦିନ ଶିକ୍ଷକତା କରିଥିଲେ । ରାଜନୈତିକ ଜୀବନ୧୯୨୦ ମସିହାରୁ ନନ୍ଦ କିଶୋର ଦାସ ସମାଜସେବୀ ଭାବରେ ବ୍ରତୀ ହୋଇଥିଲେ । ଗାନ୍ଧୀବାଦୀ ଓ ଜଣେ ଟାଣୁଆ ସଂଗଠକ ଭାବରେ ତାଙ୍କର ଖ୍ୟାତି ଥିଲା । ଅସହଯୋଗ ଆଂଦୋଳନ ତଥା ସ୍ୱାଧୀନତ ସଂଗ୍ରାମରେ ଭାଗ ନେଇ ସେ ତିନି ଥର ଦୀର୍ଘ କାଳ ପାଇଁ କାରାବରଣ କରିଥିଲେ । ୧୯୨୭ରୁ ୧୯୨୯ ପର୍ଯ୍ୟଂତ ସେ ବିହାର-ଓଡ଼ିଶା ବିଧାନ ପରିଷଦ ବା ଲେଜିସଲେଟିଭ କାଉନସିଲର ସଦସ୍ୟ ହୋଇଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଲବଣ ସତ୍ୟାଗ୍ରହ ଓ ସ୍ୱରାଜ ଆନ୍ଦୋଳନ ପାଇଁ ଇରମଠାରେ ଗଠିତ "ମରଣ ସେନା"ର ନେତୃତ୍ୱ ନେଇଥିଲେ । ୧୨ ଗାଁକୁ ନେଇ ଗଠିତ ଏହି ସେନା ଇରମର ବାକି ନେତା ବିଚିତ୍ରାନନ୍ଦ ଦାସ, ମୁକୁନ୍ଦ ପ୍ରସାଦ ଦାସ ଓ ଲୋକନାଥ ମିଶ୍ରଙ୍କ ସହ ମିଶି ଗୋପନରେ ଇଂରେଜ ସରକାରଙ୍କ ଗାଁମାନଙ୍କୁ ଆସିବାର ସୂଚନା ଦେଉଥିଲେ ।[୮][୯] ସ୍ୱତଂତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ବିଧାନ ସଭାକୁ (ଯାହା ପାଇଁ ୧୯୩୭ ମସିହା ଜାନୁୟାରୀ ମାସରେ ନିର୍ବାଚନ ହୋଇଥିଲା) ସେ ନିର୍ବାଚିତ ହୋଇଥିଲେ । ଏହି ପ୍ରଥମ ବିଧାନ ସଭା ଜୁଲାଇ ୧୯୩୭ଠାରୁ ୧୯-୦୯-୧୯୪୫ ପର୍ଯ୍ୟଂତ କାର୍ଯ୍ୟ କରିଥିଲା । ୨୭-୦୭-୧୯୩୭ ଦିନ ଏହାର ପ୍ରଥମ ଅଧିବେଶନର ପ୍ରଥମ ଦିନ ଥିଲା ଯାହାକି କଟକ ରେଭେନ୍ସା ମହାବିଦ୍ୟାଳୟର ହଲରେ ଅନୁଷ୍ଠିତ ହୋଇଥିଲା । ସେହି ଦିନ ଏହି ପ୍ରଥମ ବିଧାନ ସଭାର ବାଚସ୍ପତି ତଥା ଉପ-ବାଚସ୍ପତି ଭାବରେ ଶ୍ରୀ ମୁକୁନ୍ଦ ପ୍ରସାଦ ଦାସ ତଥା ଶ୍ରୀ ନନ୍ଦ କିଶୋର ଦାସ ସର୍ବ ସମ୍ମତିରେ ନିର୍ବାଚିତ ହୋଇଥିଲେ [୧୦]। ଆଧାର
|
Portal di Ensiklopedia Dunia