ପଞ୍ଚାନନ ନାୟକ
ପଞ୍ଚାନନ ନାୟକ (ଜନ୍ମ: ୭ ଫେବୃଆରୀ ୧୯୭୨) ଜଣେ ଓଡ଼ିଆ ଗୀତିକାର ।[୧][୨] ସେ ଓଡ଼ିଆ କଥାଚିତ୍ର, ଆଧୁନିକ ଆଲବମ୍ ଆଦିରେ ଅନେକ ଗୀତ ରଚନା କରିଛନ୍ତି ।[୩] ପଞ୍ଚାନନ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଗୀତ ରଚନା କରିବା ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଲବମ ଜଗତରେ ଗୀତ ଲେଖି ଜଣେ ଗୀତିକାର ଭାବରେ ପ୍ରବେଶ କରିଥିଲେ । ୨୦୦୫ରେ ସେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ କାମ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ଜୀବନପଞ୍ଚାନନ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକରେ ଜନ୍ମଗ୍ରହଣ କରିଥିଲେ ।[୨] ଗୀତ ରଚନାପଞ୍ଚାନନ ନାୟକ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲବମ୍ ଗୀତରେ ଗୀତ ରଚନା କରିଥିଲେ । ପରର୍ବତ୍ତୀ ସମୟରେ ସେ ଟୋପାଏ ସିନ୍ଦୂର ଦି ଟୋପା ଲୁହ, ମୁନ୍ନା: ଏ ଲୋଭ୍ ଷ୍ଟୋରୀ, ବନ୍ଦେ ଉତ୍କଳ ଜନନୀ, ପହିଲି ରଜ, ଆସିବୁ କେବେ ତୁ ସାଜି ମୋ ରାଣୀ, ଚୋରି ଚୋରି ମନ ଚୋରି, ଏମିତି ବି ପ୍ରେମ ହୁଏ, ରାଜୁ ଆୱାରା, ସପନର ନାୟିକା ଆଦି କଥାଚିତ୍ରରେ ଗୀତ ରଚନା କରିଥିଲେ । କଥାଚିତ୍ରରେ ଗୀତ ରଚନା
ଆଧାର
ବାହାର ଆଧାର![]() ଉଇକିମିଡ଼ିଆ କମନ୍ସରେ ପଞ୍ଚାନନ ନାୟକ
ବାବଦରେ ମାଧ୍ୟମ ରହିଛି ।
|
Portal di Ensiklopedia Dunia