ବଳଦେବଜୀଉ ମନ୍ଦିର
ବଳଦେବଜୀଉ ମନ୍ଦିର କେନ୍ଦ୍ରାପଡ଼ା ସହରର ୨ କି.ମି. ଦକ୍ଷିଣ ପଶ୍ଚିମକୁ, ଇଚ୍ଛାପୁର ଗାଁର କେନ୍ଦ୍ରରେ ଅବସ୍ଥିତ । ଏହା ଓଡ଼ିଶାର ଐତିହାସିକ କିର୍ତ୍ତୀରାଜିମାନଙ୍କ ଭିତରେ ଅନ୍ୟତମ । ଏହା ଅଷ୍ଟାଦଶ ଶତାବ୍ଦୀରେ ମରାଠା ଶାସନ କାଳରେ ତିଆରି ହୋଇଥିବାର ଅନୁମାନ କରାଯାଏ । ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି କୁହାଯାଏ । [୧] ଦୁଇଏକର ୬ ଡ଼େସିମିଲ ପରିମିତ ସ୍ଥାନରେ ଅବସ୍ଥିତ ଏଇ ମନ୍ଦିର ଦୁଇ ଭାଗରେ ବିଭକ୍ତ । ଗୋଟିଏ ପାଖରେ ବିଭିନ୍ନ ମନ୍ଦିର ରହିଛି ଓ ଅନ୍ୟ ପାଖଟି ଉଦ୍ୟାନ । [୨] ଏହି ମନ୍ଦିରର ପାଚେରୀ ୧୪ ଫୁଟ ଉଚ୍ଚ । ମନ୍ଦିର ବର୍ଣ୍ଣନାପ୍ରଥମ ବେଢ଼ାରେ ୪ଟି ମନ୍ଦିର ଅଛି
ମନ୍ଦିରର ଅରୁଣସ୍ତମ୍ଭଟି ୪୦ ଫୁଟ ଉଚ୍ଚତା ବିଶୀଷ୍ଟ । ମୁଖ୍ୟ ମନ୍ଦିର (ଶ୍ରୀ ମନ୍ଦିର)ର ଉଚ୍ଚତା ୭୫ ଫୁଟ ଓ ଓସାର ୪୦ ଫୁଟ । ପୁରାତନ ସପ୍ତପାବଚ୍ଛ ନିର୍ମାଣଶୈଳୀର ଆଧାରରେ ଏହା ବଉଳମାଳିଆ ପଥର ବ୍ୟବହାର କରି ତିଆରି କରାଯାଇଛି। ମନ୍ଦିରର ଚୂଡ଼ାରେ ରାମାନନ୍ଦୀ ଚିତା, ବ୍ରହ୍ମ ନୀଳଚକ୍ର ରହିଛି ଓ ଏହାର ଶୀର୍ଷରେ ନୀଳଚକ୍ର ବାନା ଉଡୁଛି । ମନ୍ଦିରର ଗର୍ଭଗୃହରେ ଥିବା ରତ୍ନ ସିଂହାସନରେ ତିନି ମୂର୍ତ୍ତୀ ବିଜେ କରିଛନ୍ତି : ଶ୍ରୀ ବଳଦେବ ଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା । ମନ୍ଦିର ଭିତରେ ଥିବା ଅନ୍ୟ ମୂର୍ତ୍ତୀମାନେ ହେଲେ, ଶ୍ରୀ ଗୋବିନ୍ଦ ଜୀଉ, ମହାଲକ୍ଷ୍ମୀ, ଶ୍ରୀ ସୁଦର୍ଶନ, ଶ୍ରୀ ବାଳଗୋପାଳ ଓ ଶାଳଗ୍ରାମ । ମୁଖ୍ୟ ମନ୍ଦିରଠାରୁ ମଝି ମନ୍ଦିରଟି ଟିକେ ସାନ ଯାହା ପଞ୍ଚ-ପାବଚ୍ଛୀ ନିର୍ମାଣ ଶୈଳୀରେ ଗଠିତ । ଗରୁଡ଼ ସ୍ତମ୍ଭଟି ଜଗମୋହନରେ ରହିଛି। ମନ୍ଦିରର ମୁଖ୍ୟ ଦ୍ୱାରସାମନାରେ ଦୁଇ ପାଖରେ ଗଜକୁ ସିଂହମାଡ଼ିବସିଥିବାର ଦୁଇ ବିଶାଳ ମୂର୍ତ୍ତି ରହିଛି । ଏହା ପରେ ସାତଟି ପବିତ୍ର ପାହାଚକୁ ଅତିକ୍ରମ କଲେ ମୁଖଶାଳାକୁ ପ୍ରବେଶ କରିହୁଏ । ଏଠାରେ ନବଗ୍ରହଙ୍କର ମୂର୍ତ୍ତି ସହିତ ପତିତପାବନ ଓ କ୍ଷେତ୍ର ରକ୍ଷକ ହନୁମାନଙ୍କର ମୂର୍ତ୍ତୀ ରହିଛି। ଏଇ ପବିତ୍ର ସାତଟି ପାହାଚ ଅତିକ୍ରମ କରି ସାମନାକୁ ଦେଖିଲେ ସେଠାରେ ଉପବିଷ୍ଟା ତୁଳସୀ ଦେବୀଙ୍କର ଏକ ସୁନ୍ଦର ମୂର୍ତ୍ତୀ ରହିଛି । [୩] ମନ୍ଦିର ବେଢ଼ାରେ ଥିବା ଅନ୍ୟ ପ୍ରମୁଖ ମନ୍ଦିର ଗୁଡ଼ିକ ହେଲେ ଅଷ୍ଟଶମ୍ଭୁ ମନ୍ଦିର, ବୈକୁଣ୍ଠନାଥ ମନ୍ଦିର, କନକ ଦୁର୍ଗା ମନ୍ଦିର, ପାଦପଦ୍ମ ମନ୍ଦିର, ନବଗ୍ରହ ମନ୍ଦିର, ବାସୁଦେବ ମନ୍ଦିର, ଶ୍ରୀଗଣେଶ ମନ୍ଦିର, ରେବତୀ ମନ୍ଦିର, ତୁଳସୀ ମନ୍ଦିର, କଳ୍କୀ ମନ୍ଦିର, ଷଡ଼ଭୁଜ ଗୌରାଙ୍ଗ ମନ୍ଦିର ଓ ଶ୍ରୀରାମ ମନ୍ଦିର। ଝୁଲଣ ଗୃହ, ରତ୍ନଭଣ୍ଡାର, ସ୍ନାନ ମଣ୍ଡପ, ମୁକ୍ତି ମଣ୍ଡପ ଆଦି ଆଉ କିଛି ସଂରଚନା ମଧ୍ୟ ବେଢ଼ା ଭିତରେ ରହିଛି। ଭକ୍ତମାନେ ବସି ପ୍ରସାଦ ସେବନ କରିବା ପାଇଁ ବେଢା ଭିତରେ ଆନନ୍ଦ ବଜାର ରହିଛି। ବେଶବିଭିନ୍ନ ପ୍ରକାରର ପୋଷାକ ପରିଚ୍ଛଦ, ଆଭୂଷଣ, ଫୁଲ ଓ ତୁଳସୀପତ୍ରଦ୍ୱାରା ରତ୍ନସିଂହାସନସ୍ଥ ଦିଅଁମାନଙ୍କର ବିଭିନ୍ନ ବେଶ କରାଯାଏ। ସେଗୁଡ଼ିକ ହେଲେ :
ପ୍ରସାଦ (ଧୂପ)ଏଇ ମନ୍ଦିରରେ ଦିଅଁମାନଙ୍କ ପାଇଁ ୩ଟି ଧୂପ ଓ ୫ଟି ଅବକାଶ ରହିଛି।
କେନ୍ଦ୍ରାପଡ଼ା ଅଞ୍ଚଳ ରସାବଳି ପାଇଁ ପ୍ରସିଦ୍ଧ। ତେଣୁ ଏଇ ମନ୍ଦିରରେ ରସାବଳି ପ୍ରସାଦ ଠାକୁରଙ୍କୁ ଅର୍ପଣ କରାଯାଏ। ଏହାଛଡ଼ା, ବଉଳ ଘଣ୍ଟିଆ, ଚଉରାଶୀ ବ୍ୟଞ୍ଜନ, ମକର ଚାଉଳ, ପୁର କାକରା, ପୋଟଳୀ ପିଠା, ଚିପା କାକରା, କରଞ୍ଜି, ଖଜା, ଲଡୁ, ଖୁଡୁମା, ଛେନା କାକରା ଇତ୍ୟାଦି ପ୍ରସାଦ ଚଢ଼ାଯାଏ। ବଳଦେବଙ୍କ ସ୍ତୁତିବଳଦେବାଜୀଉଙ୍କ ବିଶେଷ ସ୍ତୋତ୍ର ରହିଛି ।
ବଳଦେବଜୀଉଙ୍କ ରଥମନ୍ଦିରର ଦିଅଁମାନେ ଯେଉଁ ରଥରେ ବସି ରଥ ଯାତ୍ରାରେ ବାହାରନ୍ତି ତାକୁ ବ୍ରହ୍ମତାଳଧ୍ୱଜ ରଥ କୁହାଯାଏ । ଏହି ରଥ ପୃଥିବୀର ସବୁଠାରୁ ବଡ଼ରଥ। [୧]
କୁହାଯାଏ, ବଳଦେବଜୀଉଙ୍କ ଆଜ୍ଞାମାଳ ନ ପାଇଲା ଯାକେ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥ ଆଗକୁ ବଢ଼େନାଇଁ। ଆଧାର
ଅଧିକ ତଥ୍ୟ |
Portal di Ensiklopedia Dunia