ମନୋରଞ୍ଜନ ଦାସ
ମନୋରଞ୍ଜନ ଦାସ (୧୦ ମାର୍ଚ୍ଚ ୧୯୨୩ - ୧୭ ଫେବୃଆରୀ ୨୦୧୩)[୧]ଓଡ଼ିଶାରେ ଜନ୍ମିତ ଜଣେ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।[୨] ଜୀବନ କାଳମନୋରଞ୍ଜନ ଦାସ, ୧୯୨୩ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ କଟକ ଜିଲ୍ଲା, ବୟାଳିଶ ମୌଜା ଅନ୍ତର୍ଗତ ଝରକୋଟା ପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲା ଦିନରୁ ନାଟକ ପ୍ରତି ତାଙ୍କର ଆଗ୍ରହ ରହିଥିଲା ଏବଂ ସ୍କୁଲ ସମୟରୁ ହିଁ, ନିଜ ଅଭିନୟ ପ୍ରତିଭା ପାଇଁ ପ୍ରଶଂସିତ ହୋଇଆସିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ, ସେ ବିଶ୍ୱସ୍ଥରୀୟ ନାଟ୍ୟଶାସ୍ତ୍ର ସହ ପରିଚିତ ହୋଇଥିଲେ । ଏହି ସମୟରେ ସେ, ନିଜ ଗୁରୁ ପି. ଏସ୍. ସୁନ୍ଦରମ୍ ଓ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ଏବଂ ନିଜ ବନ୍ଧୁମାନଙ୍କୁ ନେଇ ସୃଜନୀ ନାମରେ ଏକ ଥିଏଟର ଗୋଷ୍ଠି ତିଆରି କରିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ, ତାଙ୍କ ନାଟ୍ୟ ଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା ଓ ଭାରତ ସ୍ୱାଧୀନତାର ଠିକ ତିନି ଦିନ ଆଗରୁ ତାଙ୍କ ନାଟକ 'ଅଗଷ୍ଟ ନଅ'ର ପ୍ରଦର୍ଶିତ ହୋଇ ଖୁବ ଲୋକପ୍ରିୟ ହୋଇଥିଲା । [୩] ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି, ମନୋରଞ୍ଜନ ୧୯୫୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।[୪] ପରବର୍ତ୍ତୀ ସମୟରେ, ସେ ଆକାଶ ବାଣୀର ଆଞ୍ଚଳିକ ବାର୍ତ୍ତା ବିଭାଗର ସହ ସମ୍ପାଦକ, ଆକାଶ ବାଣୀ ତଥା ଦୂରଦର୍ଶନର ଡ୍ରାମା ବିଭାଗର ବରିଷ୍ଠ ପ୍ରଯୋଜକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ବ୍ୟତିତ ସେ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀର ସମ୍ପାଦକ, ଉତ୍କଳ ସାହିତ୍ୟ ସମାଜର ମହାସଚିବ ତଥା କଳା ବିକାଶ କେନ୍ଦ୍ରର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ଆକାଶବାଣୀ କଟକର ପ୍ରଡ୍ୟୁସର ଏମିରେଟସ ଭାବରେ ସେ ଓଡ଼ିଆ ବେତାର ନାଟକକୁ ନୂତନ ଦିଗଦର୍ଶନ ଦେଇଥିଲେ । ୨୦୧୩ ମସିହା, ଫେବୃଆରୀ ମାସ ୧୭ ତାରିଖ ରାତି ୧୧ଟା ୪୫ ମିନିଟ୍ ସମୟରେ, କଟକର କଲେଜ ଛକ ନିକଟସ୍ଥ ବର୍ଦ୍ଧମାନ କମ୍ପେକ୍ସସ୍ଥିତ ନିଜ ବାସଭବରେ ମନୋରଞ୍ଜନ ବାବୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।[୫] ତାଙ୍କ ଆତ୍ମଜୀବନୀ, 'ସ୍ମୃତି ସଂଳାପ', ଓଡ଼ିଆ ବ୍ୟତିତ ହିନ୍ଦୀ, ଇଂରାଜୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ ହୋଇ ଖୁବ ଲୋକପ୍ରିୟ ହୋଇପାରିଛି । [୬] ଆକାଶବାଣୀ ସମ୍ବାଦ ପରିବେଷଣମନୋରଞ୍ଜନ ଦାସ ୧୯୪୮ ମସିହା ଜାନୁୟାରୀ ମାସରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରେ ସମ୍ବାଦ ବିଭାଗରେ ସହ ସମ୍ପାଦକ ଭାବରେ ଚାକିରୀରେ ଯୋଗଦାନ କରିଥିଲେ । ୨୮-୧-୧୯୪୮ ତାରିଖରେ ଆକାଶବାଣୀ କଟକ କେନ୍ଦ୍ରର ସ୍ଥାପନା ହୋଇ ପ୍ରଥମ ପ୍ରସାରଣ ହୋଇଥିଲା ଏବଂ ସେହି ଦିନ ସଂଧ୍ୟା ୭-୧୫ରେ ଦିଲ୍ଲୀ ଆକାଶବାଣୀରୁ ପ୍ରଥମ ଓଡ଼ିଆ ଖବର ବୁଲେଟିନ ପ୍ରସାରିତ ହୋଇଥିଲା ଯାହାକି କଟକ ଆକାଶବାଣୀଦ୍ୱାରା ରିଲେ କରି ପ୍ରଚାର କରାଯାଇଥିଲା । ସେହି ପ୍ରଥମ ଦିଲ୍ଲୀ କେନ୍ଦ୍ରର ଓଡ଼ିଆ ଖବର ପଢ଼ିଥିଲେ ମନୋରଞ୍ଜନ ଦାସ [୭] । ତାର ମାତ୍ର ଦୁଇଦିନ ପରେ ତାଙ୍କୁ ଆକାଶବାଣୀରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ବିୟୋଗ ଖବର ଶୁଣାଇବାକୁ ପଡିଥିଲା । ସେତେବେଳେ ସେ ଥିଲେ ଦିଳ୍ଳୀ ଆକାଶବାଣୀର ପ୍ରଥମ ଓ ଏକ ମାତ୍ର ଓଡ଼ିଆ କର୍ମଚାରୀ । ମାତ୍ର ଉପରିସ୍ଥ ଅଧୀକାରୀଙ୍କ ଚକ୍ରାନ୍ତ ହେତୁ ସେ ବହୁତ ଶୀଘ୍ର ସେଠାରୁ ଇସ୍ତଫା ଦେଇ ଓଡ଼ିଶା ଚାଲି ଆସିଥିଲେ । ପରେ ୧୯୫୮ ମସିହାରେ ଯେତେବେଳେ କଟକ ଆକାଶବାଣୀର ଆଞ୍ଚଳିକ ସମ୍ବାଦ ପ୍ରସାରଣ ଆରମ୍ଭ ହେଲା, ସେତେବେଳେ ସେ ସେଠାରେ ସହ ସମ୍ପାଦକ ଭାବରେ ଯୋଗ ଦାନ କରିଥିଲେ[୮] । ଏହି ବିଭାଗରେ ସେ ୧୯୬୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ କଟକ ଆକାଶବାଣୀର ଡ୍ରାମା ବିଭାଗକୁ ସ୍ଥାନାନ୍ତର ହୋଇଥିଲେ । ରଚନାବଳୀମନୋରଞ୍ଜନ ଦାସ ଓଡ଼ିଆ ନାଟକରେ ଅନେକ ପରୀକ୍ଷା ନିରୀକ୍ଷା କରିଛନ୍ତି । ତାଙ୍କ ନାଟକରେ ଆଧୁନିକ ସମାଜିକ ଓ ରାଜନୈତିକ ବାସ୍ତବତାର ଦୃଶ୍ୟ ଦେଖିବାକୁ ମିଳେ । ଓଡ଼ିଆରେ ଉଦ୍ଭଟ ନାଟକ (Absurd Drama) ଲେଖିବାର ପରମ୍ପରା ସେ ଆରମ୍ଭ କରିଥିଲେ । ତାଙ୍କ ଉଲ୍ଲେଖଯୋଗ୍ୟ କୃତୀ ମଧ୍ୟରେ କାଠଘୋଡ଼ା ଓ ଅରଣ୍ୟ ଫସଲ ଅନ୍ୟତମ । ଅରଣ୍ୟ ଫସଲ ନାଟକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପାଇଥିଲେ । ନାଟକ
ଅନ୍ୟ ଭାଷାରେ ଅନୁଦିତ ନାଟକ
ସମ୍ମାନ ଓ ପୁରସ୍କାର
ଆଧାର
|
Portal di Ensiklopedia Dunia