ଶାନ୍ତନୁ କୁମାର ଦାସ
ଶାନ୍ତନୁ କୁମାର ଦାସ (୧ ସେପ୍ଟେମ୍ବର ୧୯୧୭ - ୩ ଅକ୍ଟୋବର ୧୯୯୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଶାନ୍ତନୁ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୬୬ ମସିହାରେ ପରାଧୀନ ଭାରତର ୨ୟ ଓଡ଼ିଶା ବିଧାନ ସଭାକୁ ସେ ପୂର୍ବ ଯାଜପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଯାଜପୁରରୁ ଯଥାକ୍ରମେ ୧ମ, ୨ୟ ଓଡ଼ିଶା ବିଧାନ ସଭା, ୩ୟ ଓଡ଼ିଶା ବିଧାନ ସଭା, ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହାପରେ ସେ ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଜନ୍ମ, ପରିବାର ଓ ଶିକ୍ଷାଶାନ୍ତନୁ କୁମାର ଦାସ ୧୯୧୭ ମସିହାର ସେପ୍ଟେମ୍ବର ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନିଧି ଦାସ ଏବଂ ପତ୍ନୀଙ୍କ ନାମ କଲ୍ୟାଣୀ ଦାସ ।[୧] ଶାନ୍ତନୁଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।[୧] ରାଜନୈତିକ ଜୀବନଶାନ୍ତନୁ କୁମାର ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ, ଜନ କଂଗ୍ରେସ ଓ ଜନତା ଦଳ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୬ଥର ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧] ବିଧାନ ସଭା ସଭ୍ୟ ବିବରଣୀ
ମୃତ୍ୟୁଶାନନ୍ତୁ କୁମାର ଦାସ ୧୯୯୩ ମସିହାର ଅକ୍ଟୋବର ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଆଧାର |
Portal di Ensiklopedia Dunia