ଅନ୍ତଃରାଷ୍ଟ୍ରୀୟ ଅହିଂସା ଦିବସଅନ୍ତଃରାଷ୍ଟ୍ରୀୟ ଅହିଂସା ଦିବସ ମହାତ୍ମା ଗାନ୍ଧୀଙ୍କ ଜନ୍ମ ତିଥି ଅକ୍ଟୋବର ୨ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ । ତେବେ ଭାରତରେ ଏହି ଦିବସଟି ଗାନ୍ଧୀ ଜୟନ୍ତୀ ଭାବେ ମଧ୍ୟ ପାଳିତ ହୋଇ ଆସୁଅଛି । ଇତିହାସଜାନୁଆରୀ ୨୦୦୪ରେ ଇରାନୀ ନୋବେଲ ବିଜେତା ଶିରିନ ଇବାଦୀ ପ୍ରଥମେ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ପାଳନ ପାଇଁ ଏକ ପ୍ରସ୍ତାବ ମୁମ୍ବାଇସ୍ଥିତ ୱାର୍ଲ୍ଡ ସୋସିଆଲ ଫୋରମରେ ଆଗତ କରିଥିଲେ । ଏହି ବିଚାର ଧାରା ପରବର୍ତ୍ତୀ ଅବସ୍ଥାରେ ନୁଆଦିଲ୍ଲୀରେ ଏକ ସତ୍ୟାଗ୍ରହ ସମ୍ମେଳନ ସଂକଳ୍ପ ମାଧ୍ୟମରେ ଭାରତୀୟ ଜାତୀୟ କଂଗ୍ରେସର କିଛି ପ୍ରମୁଖ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ୨୦୦୭ ମସିହାରେ ଭରତୀୟ ଜାତୀୟ କଂଗ୍ରେସର ତତ୍କାଳୀନ ଅଧ୍ୟକ୍ଷ୍ୟ, ସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନର ଅଧ୍ୟକ୍ଷ୍ୟ ସୋନିଆ ଗାନ୍ଧୀ ଓ ଆର୍କବିଶପ ଦେଶମଣ୍ଡ ଟୁଡୁ ଏହି ସଂକ୍ରାନ୍ତରେ ମିଳିତ ଜାତିସଂଘରେ ଏହି ପ୍ରସ୍ତାବ ଗ୍ରହଣ ପାଇଁ ଅନୁରୋଧ କଲେ ।[୧] ଜୁନ ୨୦୦୭ରେ ମିଳିତ ଜାତିସଂଘର ସାଧାରଣ ପରିଷଦରେ ଏହି ପ୍ରସ୍ତାବ ଉପରେ ମତ ଗ୍ରହଣ କରାଗଲା । ପ୍ରସ୍ତାବଟି ମିଳିତ ଜାତିସଂଘରେ ପାରିତ ହେବା ସହ ଅକ୍ଟୋବର ୨ ତାରିଖକୁ ସମସ୍ତ ସଦସ୍ୟ ଦେଶ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ଗୃହୀତ ହେଲା । ଏହି ସଂକଳ୍ପ ଅନୁସାରେ ଏହି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଗାନ୍ଧିଜୀଙ୍କ ଅହିଂସାର ବାର୍ତ୍ତା ସାରା ବିଶ୍ୱରେ ପ୍ରସାରିତ ହେବ ।[୨] ଆଧାର
|
Portal di Ensiklopedia Dunia