ଆଇ. ଏମ୍. କୁଦୁସୀଇସରତ୍ ମସ୍ରୂର କୁଦୁସୀ (ଆଇ. ଏମ୍. କୁଦୁସୀ) ଓଡ଼ିଶା ଉଚ୍ଚନ୍ୟାୟାଳୟର ପୂର୍ବତନ ବିଚାରପତି ।[୧] ପୂର୍ବରୁ ସେ ଆଲାହାବାଦ ଉଚ୍ଚନ୍ୟାୟାଳୟର ଏବଂ ଛତିଶଗଡ଼ ଉଚ୍ଚନ୍ୟାୟାଳୟର ବିଚାରପତି ଥିଲେ । ସେ ଉତ୍ତର ପ୍ରଦେଶ-ଭିତ୍ତିକ ପ୍ରସାଦ ଏଡ୍ୟୁକେସନ୍ ଟ୍ରଷ୍ଟ ନାମକ ଏକ ଶିକ୍ଷା ଟ୍ରଷ୍ଟକୁ ଅନୈତିକ ସାହାଯ୍ୟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ CBIଦ୍ୱାରା ଗିରଫ ହୋଇଥିଲେ ୟେଉଁ ଟ୍ରଷ୍ଟକୁ ସରକାର ଏବଂ ଭାରତୀୟ ଚିକିତ୍ସା ପରିଷଦଦ୍ୱାରା ଛାତ୍ରଭର୍ତ୍ତି ନିଷେଧ ଜାରି କରାଯାଇଥିଲା ।[୨] ୧୮।୦୬।୧୯୫୦ରେ ଜନ୍ମିତ କୁଦୁସୀ ୧୯୭୬ରେ ଓକିଲାତି ଜୀବନ ଆରମ୍ଭ କରିଥିଲେ | ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ପ୍ରାୟ ୧୯ ବର୍ଷ ଧରି ମୁଖ୍ୟତଃ ଦେୱାନୀ, ସାମ୍ବିଧାନିକ ଏବଂ ସେବା ପ୍ରସଙ୍ଗରେ ଓକିଲାତି ଜାରି ରଖିଥିଲେ । ୧୮।୦୪।୧୯୯୫ରେ ଆଲାହାବାଦ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ ।[୧] ଡିସେମ୍ବର ୦୬, ୨୦୦୪ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ବଦଳି ହୋଇ ଯାଇଥିଲେ ଏବଂ ଏହି ପଦବୀରେ ୨୫।୦୩।୨୦୧୦ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିଥିଲେ।[୩] ନ୍ୟାୟମୂର୍ତ୍ତି ଭି. ଗୋପାଲ ଗୌଡାଙ୍କ ପୂର୍ବରୁ ସେ କିଛି ଦିନ ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟୀତ୍ୱ ନିର୍ବାହ କରିଥିଲେ ।[୪] ଆଧାର
|
Portal di Ensiklopedia Dunia