ଆଠମଲ୍ଲିକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଆଠମଲ୍ଲିକ (କ୍ରମିକ ସଂଖ୍ୟା: ୬୩) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆଠମଲ୍ଲିକ (ବି), ଆଠମଲ୍ଲିକ ବ୍ଳକ, କିଶୋରନଗର ବ୍ଳକ ଓ ଅନୁଗୋଳ ବ୍ଳକର କିଛି ଅଞ୍ଚଳ ।[୨][୩] ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ସାଇ ବିଜେପି ପ୍ରାର୍ଥୀ ଭାଗିରଥି ପ୍ରଧାନଙ୍କଠାରୁ ୪୭,୧୮୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୪] ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର କୁମାର ପ୍ରଧାନଙ୍କଠାରୁ ୧୯୫୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୫] ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମୌସୁମି ପ୍ରଧାନଙ୍କଠାରୁ ୧୮,୯୮୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬] ୨୦୦୯ ନିର୍ବାଚନ ଫଳାଫଳ
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ ନିର୍ବାଚିତ ବିଧାୟକଗଣ୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୮][୯][୫]
ଆଧାର
|
Portal di Ensiklopedia Dunia