ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଆନନ୍ଦପୁର (କ୍ରମିକ ସଂଖ୍ୟା: ୨୨) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆନନ୍ଦପୁର (ପୌ), ହାଟଡିହି ବ୍ଳକ ଓ ଆନନ୍ଦପୁର ବ୍ଳକର କିଛି ଅଂଶ ।[୨][୩] ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାଗିରଥୀ ସେଠୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କଠାରୁ ୪୪,୧୯୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୪] ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମାୟାଧର ଜେନା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କଠାରୁ ୨୨୨୨୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫] ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାଗିରଥୀ ସେଠୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କଠାରୁ ୨୩,୮୦୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬] ୨୦୦୯ ନିର୍ବାଚନ ଫଳାଫଳ
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ ନିର୍ବାଚିତ ବିଧାୟକଗଣ୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୮][୯][୫]
ଆଧାର
|
Portal di Ensiklopedia Dunia