ଆନ୍ତର୍ଜାତିକ ଶାନ୍ତି ଦିବସ

ଆନ୍ତର୍ଜାତିକ ଶାନ୍ତି ଦିବସ ପ୍ରତିବର୍ଷ ୨୧ ସେପ୍ଟେମ୍ବରରେ ସାରା ବିଶ୍ୱରେ ପାଳନ କରାଯାଏ । ସାରା ବିଶ୍ୱରେ ଯୁଦ୍ଧର ବିଭୀଷିକା ଦୂର କରି ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଆହ୍ୱାନ କରି ଏହି ଦିବସ ପାଳନ କରାଯାଉଛି ।[]

ଇତିହାସ

ଯୁକ୍ତରାଜ୍ୟ ଓ କୋଷ୍ଟାରିକା ଏହି ଦୁଇ ଦେଶର ଆହ୍ୱାନ ତଥା ପ୍ରାୟୋଜନା ଫଳରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ପାରିତ ହେବା ପରେ ସାରା ବିଶ୍ୱରେ ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବା ପାଇଁ ଗୋଟିଏ ଦିନ ଉତ୍ସର୍ଗ କରାଗଲା । ପ୍ରଥମେ ମିଳିତ ଜାତିସଂଘର ସାଧାରଣ ସଭାର ପ୍ରଥମ ଦିନ ଅର୍ଥାତ ସେପ୍ଟେମ୍ବର ମାସର ତୃତୀୟ ମଙ୍ଗଳବାରକୁ ଆନ୍ତର୍ଜାତିକ ଶାନ୍ତି ଦିବସ ଭାବେ ପାଳନ କରାଯାଉଥିଲେ ବି ୨୦୦୧ ମସିହାରେ ଏହା ପରିବର୍ତ୍ତିତ ହୋଇ ପ୍ରତିବର୍ଷ ସେପ୍ଟେମ୍ବର ମାସର ୨୧ ତାରିଖରେ ଏହି ଆନ୍ତର୍ଜାତିକ ଶାନ୍ତି ଦିବସ ପାଲନ କରାଗଲା ।[]

ଆଧାର

  1. "International Day of Peace". www.timeanddate.com (in ଇଂରାଜୀ). Retrieved 11 November 2018.
  2. "International Day of Peace". internationaldayofpeace.org. Retrieved 11 November 2018.

ବାହାର ଆଧାର

Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya