ଆନ୍ତର୍ଜାତୀୟ ଦାରିଦ୍ର୍ୟ ଉନ୍ମୁଳନ ଦିବସଆନ୍ତର୍ଜାତୀୟ ଦାରିଦ୍ର୍ୟ ନିରାକରଣ ଦିବସ (English:The International Day for the Eradication of Poverty) ହେଉଛି ଆନ୍ତର୍ଜାତିକ ସ୍ତରରେ ପାଳିତ ହେଉଥିବା ଏକ ଦିବସ ଯାହା କି ପ୍ରତିବର୍ଷ ଅକ୍ଟୋବର ୧୭ ତାରିଖ ଦିନ ପାଳିତ ହୁଏ ।[୧] ସମାଜରେ ଯେଉଁମାନେ ଅତ୍ୟନ୍ତ ଅବହେଳିତ ସେମାନଙ୍କ ମୌଳିକ ଆବଶ୍ୟକତା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏହାର ମୁଖ୍ୟ ଲକ୍ଷ୍ୟ ।
ଇତିହାସଏହା ପ୍ରଥମ ଥର ପାଇଁ ପ୍ୟାରିସରେ ୧୯୮୭ ମସିହାରେ ପାଳିତ ହୋଇଥିଲା ଯେଉଁଥିରେ Trocadéroସ୍ଥିତ Human Rights and Liberties Plazaରେ ଏକ ଲକ୍ଷ ଲୋକ ଏକତ୍ର ହୋଇ ଦାରିଦ୍ର୍ୟରେ ସଢୁଥିବା ଲୋକଙ୍କ ପାଇଁ ସମ୍ମାନ ଜଣାଇଥିଲେ । ଏହି ଅବସରରେ ଫାଦର ଜୋସେଫ ରେସିଙ୍କି, ଯିଏକି International Movement ATD Fourth Worldର ପ୍ରତିଷ୍ଠାତା, ଏକ ସ୍ମାରକର ଅନାବରଣ କରିଥିଲେ । Wresinskiଙ୍କ ମୃତ୍ୟୁର ଚାରିବର୍ଷ ପରେ ଅର୍ଥାତ ୧୯୯୨ ମସିହାରେ ମିଳିତ ଜାତିସଂଘ ଆନୁଷ୍ଠାନିକ ଭାବେ ଏହି ଦିନଟିକୁ "ଆନ୍ତର୍ଜାତୀୟ ଦାରିଦ୍ର୍ୟ ନିରାକରଣ ଦିବସ" ଭାବେ ପାଳିବାକୁ ନିଷ୍ପତ୍ତି ଗ୍ରହଣ କଲେ ।[୨] ପ୍ୟାରିସର ଏହି ସ୍ମାରକରେ ଖୋଦିତ ଥିବା ଲେଖା ହେଉଛି ଏହିଭଳି:
— Joseph Wresinski ଉଦ୍ଦେଶ୍ୟଜଣେ ମାନବାଧିକାର କର୍ମୀ ଭାବେ କାର୍ଯ୍ୟ କରିବା ଅବସରରେ ରେନସିଙ୍କି ଅନୁବବ କଲେ ଯେ ଅନେକ ସମୟରେ ସରକାର ଦେଶର ଗରୀବ ଶ୍ରେଣୀର ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରି ତାଙ୍କ ଦୁଃଖ ଦୂର କରିବାରେ କୌଣସି ପ୍ରକାର ଆଗ୍ରହ ଦେଖାଇ ନଥାନ୍ତି । ଫଳସ୍ୱରୂପ ସମାଜର ତଲ ସ୍ତରର ଲୋକେ ନିଜକୁ ଅବହେଳିତ ଏବଂ ନିଷ୍ପେସିତ ମନେ କରି ଏକ ନିରାଦର ଏବଂ ଲଜ୍ଜିତ ଜୀବନ ଯାପନ କରିବାକୁ ବାଧ୍ୟ ହୋଇଥାନ୍ତି । ଅତଏବ ଏହି ଦିବସରେ ସେହି ଲୋକଙ୍କର ଆଅକୁଳ ଆବେଦନ ସରକାର ତଥା ଜନ ସାଧାରଣଙ୍କ ପାଖରେ ପହଞ୍ଚାଇବା ହେବ ଏହି ଦିବସ ପାଲନର ମୁଖ୍ୟ ଲକ୍ଷ୍ୟ । ଗରିବଙ୍କ ମଧ୍ୟରେ ୟେଉଁମାନେ ଅତ୍ୟନ୍ତ ଗରୀବ, ସେମାନଙ୍କର ଭାଗୀଦାରୀ ଫଳରେ ହିଁ ଏହା ସମ୍ଭବ ହୋଇପାରିବ । ଆଧାର
ବାହାର ଆଧାର
|
Portal di Ensiklopedia Dunia