ଆନ୍ତର୍ଜାତୀୟ ବିଧବା ଦିବସଆନ୍ତର୍ଜାତୀୟ ବିଧବା ଦିବସ ହେଉଛି ବହୁ ସଂଖ୍ୟକ ବିଧବା ତଥା ସେମାନଙ୍କ ସମ୍ପର୍କୀୟଙ୍କ ଦୁଃଖ, ଦୈନ୍ୟ ତଥା ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ତଥା ସେମାନଙ୍କ ସମସ୍ୟାର ସମଧାନ କରିବା ଦିଗରେ ସମାଜର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ପ୍ରୟାସ । ମିଳିତ ଜାତିସଂଘ ଦ୍ୱାର ସ୍ୱୀକୃତ ଏହି ଦିବସ ବିଶ୍ୱ ସାରା ପ୍ରତିବର୍ଷ ଜୁନ ୨୩ ତାରିଖରେ ପାଳିତ ହୁଏ । ଇତିହାସବିଧବାମାନଙ୍କର ବୈଧବ୍ୟଜନିତ ଯନ୍ତ୍ରଣା ତଥା ଦୈନ୍ୟତା ବିରୁଦ୍ଧରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ବିଧବା ଦିବସର ପ୍ରଚଳନ ଲୁମ୍ବା ଫାଉଣ୍ଡେସନଦ୍ୱାରା କରାଯାଇଥିଲା । ଜୁନ ୨୩ ତାରିଖର ମହତ୍ତ୍ୱ ଏହି ଯେ ୧୯୫୪ ମସିହା ଜୁନ ୨୩ ତାରିଖରେ ଶ୍ରୀମତି ପୁଷ୍ପାବତୀ ଲୁମ୍ବା, ଯିଏକି ଲୁମ୍ବା ଫାଉଣ୍ଡେସନର ସଂସ୍ଥାପକଙ୍କ ମା, ବିଧବା ହୋଇଗଲେ । ଉକ୍ତ ଫାଉଣ୍ଡେସନର ମୁଖ୍ୟ ଲକ୍ଷ୍ୟ ହେଲା ବୈଧବ୍ୟ ଜନିତ ଯନ୍ତ୍ରଣାର ଗୁପ୍ତ ଦୁଃଖକୁ ସମାଜର ଦୃଷ୍ତିକୁ ଆଣିବା ତଥା ଏହାର ସମାଧାନର ଉପାୟ ବାହାର କରିବା ।[୧] ଲୁମ୍ବା ଫାଉଣ୍ଡେସନର ଏକ ତଥ୍ୟ ଅନୁସାରେ ବିଶ୍ୱର ୨୪୫ ମିଲିୟନ ବିଧବାଙ୍କ ମଧ୍ୟରୁ ପ୍ରାୟ ୧୧୫ ମିଲିୟନ ବିଧବା ଅତ୍ୟନ୍ତ ଦୁଃଖ ଓ ଦାରିଦ୍ର୍ୟରେ ସାମାଜିକ ତଥା ବାସନ୍ଦର ଶୋଷଣ ମଧ୍ୟରେ ବଞ୍ଚି ଆସୁଛନ୍ତି ।[୨] ଲୁମ୍ବା ଫାଉଣ୍ଡେସନର ଜନ ସଚେତନତା ଅଭିଯାନ ଅବସରରେ ଏହି ସବୁ ତଥ୍ୟ ମିଳିତ ଜାତିସଂଘର ତତ୍କାଳୀନ ମହା ସଚିବ ବାନ୍ କୀ ମୁନ୍ଙ୍କୁ ୨୨ ଜୁନ ୨୦୧୦ରେ ପ୍ରଦାନ କରାଯାଇଥିଲା ।[୩] ଆନ୍ତର୍ଜାତୀୟ ବିଧବା ଦିବସ ପ୍ରଥମ ଥର ପାଇଁ ୨୦୦୫ ମସିହାରେ ଲୁମ୍ବା ଫାଉଣ୍ଡେସନର ଅଧ୍ୟକ୍ଷ୍ୟଙ୍କଦ୍ୱାରା ପାଳିତ ହୋଇଥିଲା । ଷଷ୍ଠ ଆନ୍ତର୍ଜାତୀୟ ବିଧବା ଦିବସ ବେଳକୁ ଏହାର ପ୍ରଚାର ପ୍ରସାର ବୃଦ୍ଧି ହୋଇ ଏହା ଶ୍ରୀଲଙ୍କା, ଯୁକ୍ତରାଷ୍ଟ୍ର, ନେପାଳ, ସିରିୟା, କେନିଆ, ଭାରତ, ବାଙ୍ଗଲାଦେଶ, ଦ଼କ୍ଷିଣ ଆଫ୍ରିକା ଇତ୍ୟାଦି ଦେଶରେ ପାଲିତ ହୋଇଛି । ମିଳିତ ଜାତିସଙ୍ଘର ସ୍ୱୀକୃତି୨୧ ଡିସେମ୍ବର ୨୦୧୦ ଦିନ ମିଳିତ ଜାତିସଂଘର ସାଧାରଣ ପରିଷଦ ଜୁନ ୨୩କୁ ଆନୁଷ୍ଠାନିକ ଭାବେ ଆନ୍ତର୍ଜାତୀୟ ବିଧବା ଦିବସ ଭାବରେ ସ୍ୱୀକୃତି ଦେଲେ ଏହାକୁ ବିଶ୍ୱ ସାରା ପାଳନ କରିବା ପାଇଁ ସର୍ବ ସମ୍ମତି କ୍ରମେ ଗ୍ରହଣ କଲେ ।[୪] ଆଧାର
ବାହାର ଆଧାର
|
Portal di Ensiklopedia Dunia