ଆନ୍ତର୍ଜାତୀୟ ଯୁବ ଦିବସ
ଆନ୍ତର୍ଜାତୀୟ ଯୁବ ଦିବସ ମିଳିତ ଜାତିସଂଘଦ୍ୱାରା ପାଳନ କରାଯାଉଥିବା ଏକ ବାର୍ଷିକ ଉତ୍ସବ । ଯୁବାମାନଙ୍କର ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରାଇବା ଏଇ ଦିବସର ଉଦ୍ଦେଶ୍ୟ । ପ୍ରଥମ ଯୁବ ଦିବସ ୨୦୦୦ ମସିହାରେ ପାଳିତ ହୋଇଥିଲା । ଏହି ଦିବସରେ ଭାରତ ସରକାରଙ୍କ ତରଫରୁ "ଜାତୀୟ ଯୁବ ସମ୍ମାନ" ପ୍ରଦାନ କରାଯାଇଥାଏ ।[୧][୨] ଉଦ୍ଦେଶ୍ୟଆନ୍ତର୍ଜାତୀୟ ଯୁବ ଦିବସ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ପାଳନ କରାଯାଏ । ଏହି ଉତ୍ସବର ପରିକଳ୍ପନା ମିଳିତ ଜାତିସଂଘଦ୍ୱାରା ୧୯୯୯ ମସିହାରେ ଏ/ରେସ୍/୫୪/୧୨୦ ଅଧିନିୟମ ଅନୁଯାୟୀ କରାଯାଇଥିଲା । [୩] ଏହି ଦିବସ ସରକାର ଓ ଅନ୍ୟମାନଙ୍କୁ ଯୁବକମାନଙ୍କର ସମସ୍ୟା ଓ ସଂଘର୍ଷ ବାବଦରେ ଏକ ସାମାଜିକ ଜାଗରଣ ସୃଷ୍ଟିକରିବାର ସୁଯୋଗ ପ୍ରଦାନ କରିଥାଏ । ଏହି ଦିବସରେ ବିଶ୍ୱବ୍ୟାପୀ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଉତ୍ସବ, କର୍ମଶାଳା ଓ ସମ୍ପାନ ଆଦିର ଆୟୋଜନ କରାଯାଇଥାଏ । ବାର୍ତ୍ତା୨୦୧୪ ମସିହାରେ ଆନ୍ତର୍ଜାତୀୟ ଯୁବ ଦିବସର ବାର୍ତ୍ତା ଥିଲା ଯୁବଗୋଷ୍ଠୀ ଓ ମାନସିକ ସ୍ୱାସ୍ଥ୍ୟ । ୨୦୧୫ର ବାର୍ତ୍ତା ରହିଥିଲା ଯୁବଗୋଷ୍ଠୀ ଓ ସାମାଜିକ ସହଭାଗିତା । ୨୦୧୬ର ବାର୍ତ୍ତା ରହିଥିଲା ୨୦୩୦ ପଥରେ ଗରିବୀ ଦୂରୀକରଣ ଏବଂ ସ୍ଥାୟୀ ବ୍ୟବହାର ଓ ଉତ୍ପାଦନ ହାସଲ ।[୪] ୨୦୧୭ମସିହାର ବାର୍ତ୍ତ ଥିଲା ଶାନ୍ତି ପ୍ରତିଷ୍ଠା ଦିଗରେ ଯୁବଗୋଷ୍ଠୀ। ୨୦୧୮ର ବାର୍ତ୍ତା ଥିଲା ଯୁବଗୋଷ୍ଠୀଙ୍କ ନିମନ୍ତେ ସୁରକ୍ଷିତ ପୃଥିବୀ ।[୫] ୨୦୧୯ର ବାର୍ତ୍ତା ଥିଲା ଶିକ୍ଷାରେ ପରିବର୍ତ୍ତନ । ସମସ୍ତଙ୍କ ପାଇଁ ଶିକ୍ଷା ଦିଗରେ କାର୍ଯ୍ୟକରିବା ଏହି ବାର୍ତ୍ତାର ଉଦ୍ୟେଶ୍ୟ ଥିଲା । ୨୦୨୦ ମସିହାରେ ବାର୍ତ୍ତା ଥିଲା ବିଶ୍ୱବ୍ୟାପୀ କାର୍ଯ୍ୟରେ ଯୁବଗୋଷ୍ଠୀର ଯୋଗଦାନ । ୨୦୨୧ ମସିହାର ବାର୍ତ୍ତା ରହିଛି ଖାଦ୍ୟପ୍ରଣାଳୀରେ ପରିବର୍ତ୍ତନ : ଯୁବଗୋଷ୍ଠୀଙ୍କ ପ୍ରୟାସ ।[୬] ଆଧାର
ବାହ୍ୟ ଲିଙ୍କ
|
Portal di Ensiklopedia Dunia