ଆପୋଲୋ-୧ (ଚନ୍ଦ୍ର ଅଭିଯାନ)ଯୁକ୍ତରାଷ୍ଟ୍ର ଆମେରିକାର ଚନ୍ଦ୍ର ଅଭିଯାନର ପ୍ରଥମ ଚରଣରେ ବ୍ୟବହୃତ ଅନ୍ତରୀକ୍ଷ ଯାନ ଯାହକି AS-204 ନାମରେ ନାମିତ ଥିଲା ତହା ପରବର୍ତ୍ତୀ ଅବସ୍ଥାରେ ଆପୋଲୋ-୧(ଚନ୍ଦ୍ର ଅଭିଯାନ) ନାମରେ ନାମିତ ହୋଇ ଏହାର ଚନ୍ଦ୍ର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା [୧]। ଏହା ମଧ୍ୟ ଆମେରିକାର ମାନବ ବାହିତ ପ୍ରଥମ ଅନ୍ତରୀକ୍ଷ ଅଭିଯାନ ଥିଲା । ପର୍ଯ୍ୟାୟକ୍ରମେ ହେବାକୁ ଥିବା ଏହି ଅନ୍ତରୀକ୍ଷ ଅଭିଯାନ ଶ୍ରେଣୀର ଲକ୍ଷ୍ୟ ଥିଲା ଚନ୍ଦ୍ର ପୃଷ୍ଠକୁ ପ୍ରଥମ ମାନବକୁ ପହଞ୍ଚାଇବା । ଯୋଜନା ମୁତାବକ, ଫେବୃୟାରୀ ୨୧, ୧୯୬୯ ଦିନ ଏହି ଅନ୍ତରୀକ୍ଷ ଅଭିଯାନ ଲଞ୍ଚ କରିବାକୁ ଧାର୍ଯ୍ୟ କରାଯାଇଥିଲେ ବି ଆକସ୍ମିକ ଦୁର୍ଘଟଣା ଯୋଗୁଁ ଏହି ଅଭିଯାନ ଏହାର ଉଡାଣ ଆରମ୍ଭ କରିପାରି ନ ଥିଲା । ଅଭିଯାନ ପୂର୍ବ ପରୀକ୍ଷଣ ବେଳେ ୨୭ ଜାନୁଆରୀ ୧୯୬୭ ଦିନ ଅନ୍ତରୀକ୍ଷ ଯାନର ଏକ କ୍ୟାବିନରେ ନିଆଁ ଲାଗି ଅଭିଯାନରେ ସାମିଲ ତିନିଜଣ ମହାକାଶଚାରୀ ଯଥା ବିରଗିଲ ଆଇ ଗସ୍ ଗ୍ରିସମ୍, ବରିଷ୍ଠ ପାଇଲଟ ଏଡ୍ ହ୍ୱାଇଟ୍, ପାଇଲଟ ରୋଜର ବି କାଫେ ମୃତ୍ୟୁ ବରଣ କରିଥିଲେ । ଫଳରେ ଆପୋଲୋ-୧ ଅଭିଯାନ ପ୍ରାରମ୍ଭିକ ଅବସ୍ଥାରେ ହିଁ ବିଫଳ ହେଲା । ଦୁର୍ଘଟଣା୨୭ ଜାନୁଆରୀ ୧୯୬୭ ଅପରାହ୍ନ ୧ ଘଣ୍ଟା ସମୟରେ ପରୀକ୍ଷଣ ନିମିତ୍ତ ତିନି ମହାକାଶଚାରୀ ୩୪ ସଂଖ୍ୟକ ପ୍ୟାଡରେ ଥିବା ମହାକାଶାଯାନ (କ୍ୟାପସୁଲ) ମଧ୍ୟରେ ପ୍ରବେଶ କଲେ । ପ୍ରାରମ୍ଭରୁ ହିଁ କିଛି ଛୋଟ ଛୋଟ ସମସ୍ୟା ଦେଖାଦେଇଥିଲା ଯେଉଁଥିପାଇଁ ପରୀକ୍ଷଣ ପୂର୍ବ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇପାରି ନ ଥିଲା । ଅପରାହ୍ନ ୬ .୩୦ ସୁଦ୍ଧା ମହାକାଶଚାରୀମାନଙ୍କ ମଧ୍ୟରେ ବାର୍ତ୍ତା ଆଦାନ ପ୍ରଦାନରେ ଅସୁବିଧା ସୃଷ୍ଟି ହେବା ଗ୍ରୀସମ ଜଣାଇଲେ । ଏହା ପରେ ପରେ ଯାନର କ୍ୟାପସୁଲ ମଧ୍ୟରେ ସର୍ଟ ସର୍କିଟ ହେବାର ସୂଚନା ମିଳିଲା । ଏହି ସୂଚନାର ଆବଶ୍ୟକୀୟ ପ୍ରତିକାର କରିବା ପୂର୍ବରୁ କକ୍ପିଟ ମଧ୍ୟରୁ ଶୂଣାଗଲା, " କକପିଟ ମଧ୍ୟରେ ନିଆଁ " । ଏହି ନିଆଁ ବୋଧେ ଖୁବ କମ ସମୟ ମଧ୍ୟରେ କକପିଟ ମଧ୍ୟରେ ବ୍ୟାପିଗଲା ଏବଂ କ୍ୟାପସୁଲ ମଧ୍ୟରେ ଥିବା ବିଶୁଦ୍ଧ ଅମ୍ଳଜାନ ଯୋଗୁଁ ଅନ୍ୟମାନେ ଘଟଣା କଣ ଜାଣିବା ପୂର୍ବରୁ ନିଆଁ ଆୟତ୍ତ ବାହାରକୁ ଚାଲିଯାଇଥିଲା । ଆଭ୍ୟନ୍ତରୀଣ ଚାପ ତଥା ଅନ୍ୟ କେତେକ କାରଣରୁ କ୍ୟାପସୁଲର ଦ୍ୱାର ଭିତରପଟୁ ସଙ୍ଗେ ସଙ୍ଗେ ଖୋଲିପାରି ନ ଥିଲା । ପରିଣାମ ସ୍ୱରୂପ, ବହୁ ପ୍ରଚେଷ୍ଟା ପରେ ନିଆଁ ଲାଗିବାର ୫ ମିନିଟ ପରେ ଯେତେବେଳେ କ୍ୟାପସୁଲର ଦ୍ୱାର ଖୋଲାଗଲା, ସେତେବେଳକୁ ସମସ୍ତ ମହାକାଶଚାରୀ ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିସାରିଥିଲେ ।[୨] ଅନୁସନ୍ଧାନଆକସ୍ମିକ ଅଗ୍ନିକାଣ୍ଡରେ ଆପୋଲୋ-୧ର ବିଫଳତା ପରେ ପରେ କୌଣସି ଅବାଞ୍ଛିତ ସ୍ଥିତିରୁ ରକ୍ଷା ପାଇବା ପାଇଁ ନାସାର ତତ୍କାଳୀନ ପ୍ରଶାସକ ଜେମସ ଇ ୱେବ ଏହି ବିଫଳତାର କାରଣ ଜାଣିବାପାଇଁ ଆଇନାନୁମୋଦିତ ପନ୍ଥାରେ ଏକ ଅନୁସନ୍ଧାନ କରିବା ପାଇଁ ଆମେରିକାର ତତ୍କାଳିନ ରାଷ୍ଟ୍ରପତି ଲିଣ୍ଡନ ବି ଜନସନଙ୍କ ଅନୁମତି ଲୋଡିଲେ । ସେ ସରକାରଙ୍କୁ ଏହି ଆଶ୍ୱାସନା ଦେଲେ କି ଅନୁସନ୍ଧାନରେ ବିଫଳତାର କାରଣ ନେଇ ପ୍ରକୃତ ସତ୍ୟର ଉନ୍ମୋଚନ ହେବା ସହିତ ସେ କଂଗ୍ରେସର ସମସ୍ତ ସଭ୍ୟଙ୍କୁ ପ୍ରକୃତ ତଥ୍ୟ ଅବଗତ କରାଇବେ । ଅନୁମତି ଲାଭ କରି ନାସାର ପ୍ରଶାସକ ଆପୋଲୋ-୨୦୪ ସମୀକ୍ଷା ବୋର୍ଡ (Apollo 204 Review Board)ର ଅଧ୍ୟକ୍ଷଙ୍କୁ ଉପଯୁକ୍ତ ଅନୁସନ୍ଧାନ କରିବା ପାଇଁ କୁହାଗଲା । ବୋର୍ଡର ଅଧ୍ୟକ୍ଷ ଥିଲେ ଫ୍ଲୋଇଡ ଏଲ ଥମ୍ପସନ ଏବଂ ସଦସ୍ୟମାନେ ଥିଲେ ମହାକାଶଚାରୀ ଫ୍ରାଙ୍କ ବୋର୍ମାନ, ଅନ୍ତରୀକ୍ଷଯାନ ଡିଜାଇନର ମାକ୍ସିମ ଫାଗେଟ୍ ଏବଂ ଅନ୍ୟ ଛଅ ଜଣ । ଅନ୍ତରୀକ୍ଷ ଅଭିଯାନ ବିଫଳତାର ଅନୁସନ୍ଧାନ ସମ୍ପର୍କିତ ଆଇନଗତ ପ୍ରଣାଳୀ ନିର୍ଦ୍ଧାରଣ ସହ ଏଭଳି ଅନୁସନ୍ଧାନ ଉଦ୍ଦେଶ୍ୟରେ ହିଁ ବୋର୍ଡ ନେଇ ଗଠିତ ହୋଇଥିଲା । ବିଫଳତାର କାରଣଆପୋଲୋର ତିଆରି ଡିଜାଇନରେ କିଛି ତ୍ରୁଟି ସହିତ କ୍ୟାପସୁଲ ମଧ୍ୟସ୍ଥ ଏକ ତାରର କିଛି ନଷ୍ଟ ହୋଇଯାଇ ଅଂଶ ଏହି ଦୁର୍ଘଟଣା ପାଇଁ ଦାୟୀ ବୋଲି ଅନୁସନ୍ଧାନରୁ ଜଣାଗଲା । ଫଳରେ ପରବର୍ତ୍ତୀ ଅବସ୍ଥାରେ ଆପୋଲୋ ମହାକାଶ ଯାନର ଡିଜାଇନରେ ଅନେକ ପରିବର୍ତ୍ତନ ସାଙ୍ଗକୁ ସୂରକ୍ଷା ସମ୍ପର୍କିତ ଅନେକ ପରିବର୍ତ୍ତନ କରାଗଲା ।[୩] ଆପୋଲୋ-୧ ଦୁର୍ଘଟଣା ପରେ ଆପୋଲୋ ଅଭିଯାନର ନାମକରଣ ପ୍ରକ୍ରିୟାକୁ ବଦଳାଇଦିଆଗଲା । ତେବେ ମାନବ ବାହିତ ପ୍ରଥମ ଆପୋଲୋ ଅଭିଯାନରେ ଦୁର୍ଘଟଣାଗ୍ରସ୍ତ ତିନି ମହାକାଶଚାରୀଙ୍କ ସମ୍ମାନାର୍ଥେ ତଥା ଉକ୍ତ୍ ଅଭିଯାନ ପ୍ରଥମ ମାନବ ବାହିତ ଅଭିଯାନ ହୋଇଥିବା ଯୋଗୁଁ ଉକ୍ତ ଅଭିଯାନର ନାମ ଆପୋଲୋ-୧ ରଖାଗଲା । ତେବେ ଏହାପରେ ନାସାର ସୁପାରିଶ କ୍ରମେ ମାନବ ରହିତ ସାଟର୍ଣ୍ଣ-ଆଇଭି ମିଶନର ଅନ୍ୟ ତିନୋଟି ଅଭିଯାନର ଆପୋଲୋ -୨ କିମ୍ବା ଆପୋଲୋ-୩ ଭାବେ ପୁନଃ ନାମକରଣ ନ କରାଯାଇ , ପରବର୍ତ୍ତୀ ଅଭିଯାନ ଆପୋଲୋ-୪ ଅଭିଯାନ ଭାବେ ନାମିତ ହେଲା ।[୪] ଆଧାର
|
Portal di Ensiklopedia Dunia