ଆପୋଲୋ-୫ (ଚନ୍ଦ୍ର ଅଭିଯାନ)ଆପୋଲୋ-୫(ଚନ୍ଦ୍ର ଅଭିଯାନ) (LM-1 ଭାବେ ମଧ୍ୟ ନାମିତ) ଆପୋଲୋ ଅଭିଯାନ ଶୃଙ୍ଖଳାରେ ପ୍ରଥମ ମାନବ ରହିତ ଅଭିଯାନ ଯାହା ଲୁନାର ମଡ୍ୟୁଲର ପରୀକ୍ଷଣ ପାଇଁ ଉଦ୍ଦିଷ୍ଟ ଥିଲା । ଏତତବ୍ୟତ୍ତିତ ଏହି ଅଭିଯାନଦ୍ୱାରା ରକେଟଯାନର ଆରୋହଣ, ଅବତରଣ ପ୍ରକ୍ରିୟା ସହ ପୁନଃ ସଂଚାଳନ ପ୍ରକ୍ରିୟାର ମୂଲ୍ୟାୟନ କରିବା ଅନ୍ୟତମ ଉଦ୍ଦେଶ୍ୟ ଥିଲା। ଅଭିଯାନ ସଂପର୍କରେଆପୋଲୋ-୫ରେ ବ୍ୟବହୃତ ରକେଟ ଯାନ ଥିଲା ଏକ ସାଟର୍ଣ୍ଣ-ଆଇବି ମୋଡେଲ ଯାହାକି ସାଧାରଣଭାବେ ସାଟର୍ଣ୍ଣ-ଭି ଯାନଠାରୁ କ୍ଷୁଦ୍ରତର । ତେବେ ଅପୋଲୋ-୧ରେ ବ୍ୟବହୃତ ସାଟର୍ଣ୍ଣ-ଆଇବି ଅନ୍ତରୀକ୍ଷଯାନର ମୂଳ ମୋଡେଲ ଯାହିକି ଦୁର୍ଘଟଣା ପରେ ବି ଅକ୍ଷତ ଅବସ୍ଥାରେ ଥିଲା, ତାହା ପୁନରୁଦ୍ଧାର କରାଯାଇ ଏହି ଅଭିଯାନ ପାଇଁ ବ୍ୟବହୃତ ହୋଇଥିଲା ।[୧] ଜାନୁଆରୀ ୨୨ ୧୯୬୮ ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଆପୋଲୋ ଅଭିଯାନର ଉଡାଣ ଆରମ୍ଭ । ପ୍ରଥମ ତଥା ଦ୍ୱତୀୟ ସ୍ତର ଉଡାଣରେ ସାଟର୍ଣ୍ଣ-ଆଇବି ଯାନର କର୍ଯ୍ୟକାରିତା ସଂପୂର୍ଣ୍ଣ ଠିକ ଠାକ ଥିଲା । ଉଡାଣ ଆରମ୍ଭର ଦ୍ୱତୀୟ ସ୍ତରରେ ୮୮.୩ ମିନିଟରେ ମହାକାଶଯାନଟି ପୃଥିବୀର କକ୍ଷ ପଥରେ (୧୬୩ x ୨୨୨ କିମି) ସ୍ଥାପିତ ହୋଇପାରିଥିଲା । ସମୁଦାୟ ୧୧ ଘଣ୍ଟା ୧୦ ମିନିଟର ଉଡାଣ ପରେ ପରୀକ୍ଷଣ ସମାପ୍ତ କରିଦିଆଗଲା । ଅବରୋହଣ କ୍ରମରେ ଯାନଟି ଫେବୃଆରୀ ୧୨ ତାରିଖ ଦିନ ପ୍ରଶାନ୍ତ ମହାସାଗରରେ ଅବତରଣ କରିଥିଲା ।[୨] ଆଧାର
|
Portal di Ensiklopedia Dunia