ଆଶିକ୍-୨
ଆଶିକ୍-୨ ହେଉଛି ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ଏକ ପ୍ରେମ ପ୍ରସଙ୍ଗ ଯୁକ୍ତ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ମୋହିତ ସୂରୀ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଆଦିତ୍ୟ ରାୟ କପୁର, ଶ୍ରଦ୍ଧା କପୁର, ମହେଶ ଠାକୁର, ମହେଶ ଭଟ୍ଟ ଇତ୍ୟାଦି ।[୧] ଭୁଷଣ କୁମାର ଏବଂ ମୁକେଶ ଭଟ୍ଟଙ୍କଦ୍ୱାରା ପ୍ରଯୋଜିତ ଏହି ଚ୍ଚଳଚ୍ଚିତ୍ରଟି ଟି-ସିରିଜ ଏବଂ Vishesh Films ବ୍ୟାନରରେ ନିର୍ମିତ । କଥାବସ୍ତୁରେ ସଂଗୀତର ଭୂମିକା ହିସାବରେ ଏହାକୁ ମୂଳ ଚଳଚ୍ଚିତ୍ର ଆଶିକ୍ର ଉତ୍ତର କଥା ଚଳଚ୍ଚିତ୍ର କୁହାଯାଇପାରେ[୨] । କେପ୍ ଟାଉନ, ଗୋଆ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ଶୁଟିଂ ହୋଇଥିବା ଏହି ଚଳଚ୍ଚିତ୍ରଟି ୨୬ ଅପ୍ରିଲ ୨୦୧୩ରେ ମୁକ୍ତିଲାଭ କରିଥିଲା । ନବାଗତ ଅଭିନେତା ଅଭିନେତ୍ରୀଙ୍କୁ ନେଇ ନିର୍ମିତ ହୋଇଥିବା ସତ୍ତ୍ୱେ ଚଳଚ୍ଚିତ୍ରଟି ଭଲ ବ୍ୟବସାୟୀକ ସଫଳତା ଲାଭ କରିପାରିଥିଲା [୩]। ଚଳଚ୍ଚିତ୍ରର ଏକାଧିକ ଗୀତ ଯଥା ତୁମ୍ ହି ତୋ ଏବଂ ସୁନ ରହା ହୈ ଅତ୍ୟନ୍ତ ଲୋକପ୍ରିୟତା ଲାଭ କରିପାରିଥିଲା । ଚଳଚ୍ଚିତ୍ରଟି ପରବର୍ତ୍ତୀ ସମୟରେ ନୀ ଜାଥାଗା ନେନୁନ୍ଦାଲୀ ନାମରେ ତେଲୁଗୁରେ ରିମେକ ହୋଇଥିଲା । କାହାଣୀଚଳଚ୍ଚିତ୍ରରେ କାହାଣିଟି ଆରମ୍ଭ ହୁଏ ଏହିପରି । ସଫଳ ଗାୟକ ତଥା ସଂଗୀତକାର ରାହୁଲ ଜୟକାର (ଅଦିତ୍ୟ ରାୟ କପୁର ଅଭିନୀତ)ଙ୍କୁ ଗୋଆର ଏକ ଷ୍ଟେଜ ଷୋକୁ ପାଛୋଟି ନେବା ପାଇଁ ଜନ ସମୁଦ୍ର ଅପେକ୍ଷା କରିଥାନ୍ତି । ରାହୁଲ ଜଣେ ଲୋକପ୍ରିୟ ଗାୟକ ହେଲେ ବି ମଦ୍ୟ ପ୍ରତି ତାଙ୍କ ଆସକ୍ତି ତାଙ୍କ ଗାୟକ ଜୀବନ ପ୍ରତି କୁପ୍ରଭାବ ପକାଇସାରିଥାଏ । ଷ୍ଟେଜରେ ଗୀତ ଗାଇବା ପରେ ଆର୍ୟନ (ସଲୀଲ ଅଚାର୍ଯ୍ୟ ଅଭିନୀତ) ସହ ତାଙ୍କର ଗଣ୍ଡଗୋଳ ହୁଏ ଏଇଥି ପାଇଁ ଯେ ରାହୁଲର ସଂଗୀତର ଯାଦୁରେ ବିମୋହିତ ଶ୍ରୋତା ଆଜି ଆର୍ୟନର ସଂଗୀତକୁ ଆଉ ଭଲ ପାଉ ନାହାନ୍ତି । ରାହୁଲ ମଦ୍ୟପାନ କଲାବେଳେ ଦେଖା ହୁଏ ସେହି ମଦ୍ୟ ଶାଳାର ଗାୟିକା ଆରୋହୀ କେଶବ୍ ଷିର୍କେ ( ଶ୍ରଦ୍ଧା କପୁରଙ୍କ ଦ୍ୱରା ଅଭିନୀତ) ସହ । ଆରୋହୀ (ଶ୍ରଦ୍ଧା କପୁର) ରାହୁଲଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିସାରିଥାନ୍ତି । ଆରୋହୀଙ୍କ ସରଳତା ତଥା ଜଣେ ସଫଳ ଗାୟୀକା ହେବାର ନିଷ୍ଠା ଦେଖି ରାହୁଲ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି ଏବଂ ମନେ ମନେ ଶପଥ କରନ୍ତି ଯେ ସେ ଆରୋହୀଙ୍କୁ ଏକ ସଫଳ ଗାୟୀକା କରିବାରେ ସେ ସମସ୍ତ ସହଯୋଗ କରିବେ । ରାହୁଲର ଏହି ଭରସାରେ ଆରୋହୀ ନିଜ ଗାୟିକାର କାମ ଛାଡିଦିଏ ଏବଂ ରାହୁଲ ସହ ମୁମ୍ବାଇ ଫେରି ଆସେ । ରାହୁଲର ପରାମର୍ଶ କ୍ରମେ ଆରୋହୀ ସଂଗୀତ ରେକର୍ଡ ନିର୍ମାତା ସୈଗଲ(ମହେଶ ଠାକୁର ଅଭିନୀତ)କୁ ଦେଖା କରେ । ଘଟଣା ଚକ୍ରରେ ରାହୁଲ କିଛି ଗୁଣ୍ଡାଙ୍କ ଆକ୍ରମଣର ଶିକାର ହୁଏ । ଏହି ସମୟରେ ଆରୋହୀର ଫୋନ ଡାକରା ଗ୍ରହଣ କରିପାରେନି । ରାହୁଲର ସାଙ୍ଗ ତଥା ବ୍ୟବସ୍ଥାପକ କିମ୍ବା ମ୍ୟାନେଜର୍ ରାହୁଲର ଏହି ଦୁର୍ଘଟଣାକୁ ଲୁଚେଇ ରଖନ୍ତି ଏବଂ ଏକ ମିଥ୍ୟାପ୍ରଚାର କରିଦିଅନ୍ତି ଯେ ରାହୁଲ ଏକ ଷ୍ଟେଜ ସୋ ପାଇଁ ଦେଶ ବାହାରକୁ ଚାଲିଯାଇଛି । ରାହୁଲ ସହ ସାକ୍ଷାତ ହେବାପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହେବା ପରେ ଘରର ଗୁଜରାଣ ମେଣ୍ଟାଇବା ପାଇଁ ଅନ୍ୟ ଉପାୟ ନ ପାଇ ଆରୋହୀ ଏକ ଭଗ୍ନ ହୃଦୟ ନେଇ ପୁଣି ଫେରିଯାଏ ମଦ୍ୟ ଶାଳାରେ ଗାୟିକା ହେବା ପାଇଁ । କାହାଣୀର ଦ୍ୱିତୀୟ ଭାଗରେ ରାହୁଲ ଏବଂ ଆରୋହୀ ପରସ୍ପର ପାଇଁ ଉତ୍ସଗୀକୃତ ପ୍ରେମର ପ୍ରମାଣ ଦିଅନ୍ତି । ରାହୁଲକୁ ମଦ୍ୟ ପାନର ଭୁଲ ରାସ୍ତାରୁ ଠିକ ରାସ୍ତାକୁ ଆଣିବାର ଆରୋହୀର ନିଷ୍ଠାପର ଉଦ୍ୟମ ସତ୍ତ୍ୱେ ରାହୁଲ ଆତ୍ମହତ୍ୟା କରିଦିଏ ଏଇଥି ପାଇଁ ଯେ ଆରୋହୀର ସ୍ୱପ୍ନ ପୁରଣ ଦିଗରେ ସେ ବାଧକ ହେବାକୁ ଚାହାଁନ୍ତିନି । ଚରିତ୍ର
ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ସଲୀଳ ଅଚାର୍ଯ୍ୟ , ଆଶୀଷ ଭଟ୍ଟ, ଶୂଭାଙ୍ଗୀ ଲଟକର ଇତ୍ୟାଦି ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି । କଣ୍ଠଶିଳ୍ପୀ
ପୁରସ୍କାର ଓ ସମ୍ମାନ
ଆଧାର
ବାହାର ଆଧାର![]() ଉଇକିମିଡ଼ିଆ କମନ୍ସରେ ଆସିକ୍ ୨
ବାବଦରେ ମାଧ୍ୟମ ରହିଛି ।
|
Portal di Ensiklopedia Dunia