ଉଇଲିୟମ ବଟଲର୍ ଏଟସ୍ଉଇଲିୟମ ବଟଲର୍ ଏଟସ୍ (ଇଂରାଜୀ: William Butler Yeats) (୧୩ ଜୁନ୍ ୧୮୬୫ – ୨୮ ଜାନୁଆରୀ ୧୯୩୯) ଜଣେ ପ୍ରସିଦ୍ଧ ଆୟରିଶ୍ କବି, ନାଟକକାର ଏବଂ ଚିନ୍ତକ ଥିଲେ । ସେ ଆୟରିଶ୍ ଏବଂ ବ୍ରିଟିଶ୍ – ଉଭୟ ସାହିତ୍ୟରେ ଜଣେ ପ୍ରବାଦ ପୁରୁଷ ବୋଲି ପରିଚିତ । ଜୀବନର ଶେଷ କିଛି ବର୍ଷ ସେ ଦୁଇ ଅବଧି ପର୍ଯ୍ୟନ୍ତ ଆୟରିଶ୍ ସେନେଟର୍ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ । ଏଟସ୍ ଥିଲେ ଏମିତି ପ୍ରଥମ ଆୟରିଶ୍ ବ୍ୟକ୍ତି ଯିଏ ୧୯୨୩ ମସିହାରେ ସାହିତ୍ୟକ୍ଷେତ୍ରର ସର୍ବୋଚ୍ଚ ସମ୍ମାନ ନୋବେଲ୍ ପୁରସ୍କାର ଅର୍ଜନ କରିଥିଲେ ।[୧] ସଂକ୍ଷିପ୍ତ ଜୀବନୀଏଟସ୍ଙ୍କ ଜନ୍ମ ଏବଂ ପଢ଼ାଶୁଣା ଆୟରଲ୍ୟାଣ୍ଡର ଡବଲିନ୍ ପ୍ରଦେଶର ସ୍ୟାଣ୍ଡିମାଉଣ୍ଟରେ ହୋଇଥିଲା, ଯଦିଓ ତାଙ୍କ ଶିଶୁକାଳର ଅଧିକାଂଶ ସମୟ କାଉଣ୍ଟି ସ୍ଲିଗୋ ନାମକ ସହରରେ କଟିଥିଲା । ସେ ଛୋଟବେଳୁ ହିଁ କବିତା ଓ ପୌରାଣିକ କଥାବଳୀ ପ୍ରତି ଆକୃଷ୍ଟ ହୋଇଥିଲେ । ଯୁବାବସ୍ଥାରେ ସେ କବିତା ପଢ଼ିବା ଆରମ୍ଭ କରିଥିଲେ ଏବଂ ଏହି ସମୟରେ ସେ ଆୟରିଶ୍ ପୌରାଣିକ କଥାବଳୀ ଏବଂ ରହସ୍ୟମୟ ସାହିତ୍ୟ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହେଉଥିଲେ । ତାଙ୍କ ପ୍ରାରମ୍ଭିକ କବିତାମାନେ ଦେବ-ଦେବୀ, ଦେବତ୍ମା, ଓ ଆୟରିଶ୍ ଦୂର୍ଲଭ ଗାଥାରୁ ପ୍ରଭାବିତ ଥିଲେ ।[୨] ତାଙ୍କର ପ୍ରାଥମିକ ସୃଷ୍ଟିଗୁଡ଼ିକରେ ଏହି ପ୍ରଭାବ ପ୍ରକାଶିତ ହୁଏ । ଏହି ଧାରା ଉନ୍ନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଚାଲିଥିଲା । ତାଙ୍କର ପ୍ରଥମ କବିତା ସଂଗ୍ରହ ୧୮୮୯ ମସିହାରେ ପ୍ରକାଶିତ ହୋଇଥିଲା । ଏଟ୍ସଙ୍କର ଶ୍ରେଷ୍ଠତମ ସାହିତ୍ୟକୃତିଗୁଡିକ ନୋବେଲ୍ ଜିତିବା ପରେ ଲେଖାଯାଇଥିଲା । ଏହି କାର୍ଯ୍ୟଗୁଡିକ ମଧ୍ୟରେ ଅଛି ଦ ଟାୱାର୍ (୧୯୨୮) ଓ ଦ ୱିଣ୍ଡିଂ ସ୍ଟେୟାର୍ ଆଣ୍ଡ ଅଦର୍ ପୋଏମ୍ସ (୧୯୨୯) । 'ଇଷ୍ଟର୍ ସାଣ୍ଡେ' ତାଙ୍କର ଏକ ପ୍ରସିଦ୍ଧ କବିତା ଯାହା ଆୟରିଶ୍ ବିପ୍ଳବ ଘଟଣାକୁ ଚିତ୍ରିତ କରିଥାଏ । ସେ ୨୮ ଜାନୁଆରୀ ୧୯୩୯ ମସିହାରେ ପରଲୋକ ଗମନ କରିଥିଲେ ।[୩] ଆଧାର
|
Portal di Ensiklopedia Dunia