ଉର୍ଦ୍ଦୁ ଲାଇବ୍ରେରୀ

ଉର୍ଦ୍ଦୁ ଲାଇବ୍ରେରୀ
اڑیسہ اردو کی اڑیسہ
ଉର୍ଦ୍ଦୁ ଲାଇବ୍ରେରୀର ଫାଟକ
ଉର୍ଦ୍ଦୁ ଲାଇବ୍ରେରୀର ଫାଟକ
Map
ଦେଶଭାରତ
ପ୍ରକାରସର୍ବସାଧାରଣ ପାଠାଗାର
ସ୍ଥାପିତ୧୯୭୦
ବିଘଟନ୨୦୦୯
ଅବସ୍ଥାନକଟକ

ଉର୍ଦ୍ଦୁ ଲାଇବ୍ରେରୀ ବା ଉର୍ଦ୍ଦୁ ପାଠାଗାର ଏକ ଭାରତୀୟ ପାଠାଗାର ଥିଲା । ଏହା ଓଡ଼ିଶାର କଟକସ୍ଥିତ ବକ୍ସି ବଜାରଠାରେ ଅବସ୍ଥିତ । ପାଠାଗାରଟି ୧୯୭୦ ମସିହାରେ ଏକ ଅଣ-ଲାଭକାରୀ ଟ୍ରଷ୍ଟ ଭାବରେ ଅବସ୍ଥାପିତ ହୋଇଥିଲା । ଏଠାରେ ଉର୍ଦ୍ଦୁ ସମେତ ଓଡ଼ିଆଇଂରାଜୀରେ ପୁସ୍ତକ ଓ ଅନ୍ୟାନ୍ୟ ପ୍ରକାଶନ ବିଶେଷ କରି ଐତିହାସିକ ପ୍ରକାଶନସବୁ ରହିଛି । ଉର୍ଦ୍ଦୁ ଭାଷାରେ ରଚିତ ଖ୍ୟାତନାମା ଲେଖକମାନଙ୍କର ରଚନାବଳୀ, ଫକୀରମୋହନ ସେନାପତି ଓ ଅନ୍ୟାନ୍ୟ ପ୍ରମୁଖ ଓଡ଼ିଆ ଲେଖକମାନଙ୍କ ରଚନା ସମେତ ପ୍ରାୟ ୧୦ ହଜାର ପୁସ୍ତକ ଏଠାରେ ସଂରକ୍ଷିତ । ଏହି ପାଠାଗାରଟି ଅଧୁନା ଅର୍ଥାଭାବରୁ ଅବହେଳିତ ଓ ପାଠକମାନେ ଏଠାକୁ ପଢ଼ିବା ନିମନ୍ତେ ଆସନ୍ତି ନାହିଁ । ପାଠାଗାରରେ ବହିଗୁଡ଼ିକ ସଂରକ୍ଷିତ । ୨୦୨୨ ମସିହା ସେପ୍ଟେମ୍ବର ସୁଦ୍ଧା ଏହା ୯ ବର୍ଷ ଧରି ବନ୍ଦ ରହିଥିଲା ଓ କଟକ ମହାନଗର ନିଗମ ଏହାକୁ ଖୋଲିବାକୁ ନିଷ୍ପତ୍ତି ନେଇଥିଲା ବୋଲି ଖବର ପ୍ରକାଶ ପାଇଥିଲା । ପାଠାଗାରଟି ପ୍ରଥମେ ବ୍ୟକ୍ତିଗତ ମାଲିକାନାରେ ଥିଲା ଓ ପରେ କଟକ ମହାନଗର ନିଗମକୁ ଦାନ ସୂତ୍ରରେ ମିଳିଥିଲା । ଏହା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ଥିବା ବେଳେ ଦୈନିକ ୨୦୦ରୁ ଅଧିକ ପାଠକ ଏଠାକୁ ପଢ଼ିବା ପାଇଁ ଆସୁଥିଲେ । ରକ୍ଷଣାବେକ୍ଷଣା ଅଭାବରୁ ୨୦୧୩ ମସିହା ସୁଦ୍ଧା ଏହା ସର୍ବସାଧାରଣ ବ୍ୟବହାର ନିମନ୍ତେ ଅନୁପଯୋଗୀ ହୋଇଯାଇଥିଲା ଓ କଟକ ମହାନଗର ନିଗମ ଏହାକୁ ବିପଦସଂକୁଳ ଘୋଷଣା କରିଥିଲା ।[][]

ଇତିହାସ

ଉର୍ଦ୍ଦୁ ଲାଇବ୍ରେରୀର ନାମଫଳକରେ ଉଲ୍ଲେଖ ରହିଛି ଯେ ୧୯୭୦ ମସିହାରେ ଅବସରପ୍ରାପ୍ତ ରାଜସ୍ୱ ପ୍ରଶାସକ ମଇଉଦ୍ଦିନ ଅହମଦଙ୍କ ଉଦ୍ୟମ ଓ ବ୍ୟକ୍ତିଗତ ଅନୁଦାନ ତଥା ତିନୋଟି ଆନୁଷ୍ଠାନିକ ସ୍ରୋତ ଓ ତାଙ୍କ ସମେତ ଦୁଇଟି ବ୍ୟକ୍ତିଗତ ସ୍ରୋତରୁ ପ୍ରତ୍ଯେକ ୧୦,୦୦୦ ଟଙ୍କା ଅନୁଦାନ ଭାବରେ ଓ ଅନ୍ୟାନ୍ୟ ଆର୍ଥିକ ଅନୁଦାନରୁ ଆରମ୍ଭ ହୋଇଥିଲା । ଅହମଦ ଓ ରାଧାନାଥ ରଥ ଥିଲେ ଦୁଇଜଣ ଅନୁଦାନକାରୀ ବ୍ୟକ୍ତି ଏବଂ ଓଡ଼ିଶା ୱାକଫ ବୋର୍ଡ଼, ଓଡ଼ିଶା ସରକାର ଏବଂ ଭାରତ ସରକାର ଥିଲେ ଆନୁଷ୍ଠାନିକ ଅନୁଦାନକାରୀ ।[]

ଗ୍ୟାଲେରୀ

ଆଧାର

  1. ୧.୦ ୧.୧ "ପୁନରୁଦ୍ଧାର ହେବ ଉର୍ଦ୍ଦୁ ପାଠାଗାର". ଧରିତ୍ରୀ. Archived from the original on 2022-10-16. Retrieved 16 September 2022. {{cite news}}: |archive-date= / |archive-url= timestamp mismatch; 2022-09-16 suggested (help)
  2. "ଅବହେଳିତ ଉର୍ଦ୍ଦୁ ପାଠାଗାର: ନିଗମକୁ ଆସିପାରୁନି ମାଲିକାନା ସ୍ୱତ୍ୱ". ସମାଜ. 16 September 2022.
Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya