ଏସ. ପି. ବାଲସୁବ୍ରମଣ୍ୟମ
ଶ୍ରୀପାଠୀ ପାଣ୍ଡିତରାଧ୍ୟୁଲ ବାଲସୁବ୍ରମଣ୍ୟମ (୪ ଜୁନ ୧୯୪୬ - ୨୫ ସେପ୍ଟେମ୍ବର ୨୦୨୦) ଜଣେ ଜଣାଶୁଣା ଭାରତୀୟ ସଂଗୀତଜ୍ଞ, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା, ଡବିଂ କଳାକାର ଏବଂ ଚଳଚ୍ଚିତ୍ର ନିର୍ମାତା ଯିଏକି ତେଲୁଗୁ, ତାମିଲରେ ମୁଖ୍ୟତ କାମ କରୁଥିଲେ ।[୬] ସେ କନ୍ନଡ, ହିନ୍ଦୀ ଏବଂ ମାଲାୟାଲମ୍ ଚଳଚ୍ଚିତ୍ର ସମେତ ୧୬ଟି ଭାରତୀୟ ଭାଷାରେ ୪୦ହଜାରରୁ ଅଧିକ ଗୀତ ଗାଇଥିଲେ।[୭] କନ୍ନଡ, ତେଲୁଗୁ, ତାମିଲ ଏବଂ ହିନ୍ଦୀ ଭଳି ଚାରୋଟି ଭିନ୍ନ ଭାଷାରେ କାର୍ଯ୍ୟ କରି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସେ ୬ଟି ପୁରସ୍କାର ପାଇଛନ୍ତି । ତେଲୁଗୁ କଥାଚିତ୍ର ଜଗତରେ କରିଥିବା କାର୍ଯ୍ୟ ପାଇଁ ୨୫ଥର ଆନ୍ଧ୍ରପ୍ରଦେଶ ରାଜ୍ୟ ନନ୍ଦୀ ପୁରସ୍କାର ପାଇଥିଲେ । ଏହା ସହିତ ସେ କର୍ଣ୍ଣାଟକ ଏବଂ ତାମିଲନାଡୁରରେ ମଧ୍ୟ ବିଭିନ୍ନ ପୁରସ୍କାର ପାଇଥିଲେ ।[୮][୯] ଏଥିସହିତ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରି ଫିଲ୍ମଫେୟାର ପୁରସ୍କାର ଏବଂ ୬ଟି ଦକ୍ଷିଣ ଭାରତୀୟ ଫିଲ୍ମଫେୟାର୍ ପୁରସ୍କାର ପାଇଥିଲେ ।[୧୦][୧୧] କେତେକ ସୂତ୍ର ଅନୁଯାୟୀ, ୪୦ ହଜାରରୁ ଅଧିକ ଗୀତ ଗାଇଥିବା ଜଣେ ଗାୟକଙ୍କଦ୍ୱାରା ସର୍ବାଧିକ ସଂଖ୍ୟକ ଗୀତ ରେକର୍ଡିଂ ପାଇଁ ସେ ଗିନିଜ ୱାଲର୍ଡ୍ ରେକର୍ଡ କରିଥିବା ଜଣାପଡିଛି।[୧୨][୧୩][୧୪][୧୫] ୨୦୧୨ ମସିହାରେ, ଭାରତୀୟ କଥାଚିତ୍ର ଜଗତରେ ତାଙ୍କର ଅବଦାନ ପାଇଁ ରାଜ୍ୟ ଏନ୍.ଟି.ଆର୍.ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ ।[୧୬] ୨୦୧୬ ମସିହାରେ, ସେ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଭାବରେ ଏକ ରୌପ୍ୟ ମୟୂର ପଦକରେ ସମ୍ମାନିତ ହୋଇଥିଲେ ।[୧୭][୧୮][୧୯][୨୦] ସେ ଭାରତ ସରକାରଙ୍କଦ୍ୱାରା ପଦ୍ମଶ୍ରୀ (୨୦୦୧) ଏବଂ ପଦ୍ମ ଭୂଷଣ (୨୦୧୧) ଉପାଧିରେ ଭୂଷିତ ହୋଇଥିଲେ ।[୨୧] ୨୫ ସେପ୍ଟେମ୍ବର ୨୦୨୦ରେ, ସେ କରୋନାଭୂତାଣୁରେ ପୀଡ଼ୀତ ହୋଇ ମୃତ୍ୟୁବରଣ କରିଥିଲେ ।[୨୨] ଆଧାର
ବାହାର ଆଧାର![]() ଉଇକିମିଡ଼ିଆ କମନ୍ସରେ ଏସ. ପି. ବାଲସୁବ୍ରମଣ୍ୟମ
ବାବଦରେ ମାଧ୍ୟମ ରହିଛି ।
|
Portal di Ensiklopedia Dunia