ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (Odisha State Open University), ଓଡ଼ିଶା ସରକାରଙ୍କଦ୍ୱାରା ପ୍ରତିଷ୍ଠିତ ରାଜ୍ୟର ପ୍ରଥମ ଏବଂ ଏକମାତ୍ର ମୁକ୍ତ ବିଶ୍ୱବିଦ୍ୟାଳୟ । ଏହାର ମୁଖ୍ୟାଳୟ ସମ୍ବଲପୁରଠାରେ ରହିଛି । ଦୂର ନିରନ୍ତର ଶିକ୍ଷା ପ୍ରଦାନ ନିମେନ୍ତ ଦେଶର ଏହା ୧୫ତମ ମୁକ୍ତ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ସଂପର୍କିତ ତଥ୍ୟଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ୨୦୧୫ରୁ ପାଠ୍ୟଦାନ ଆରମ୍ଭ କରିଛି । ଏହାର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ୨୦୧୫ ଡିସେମ୍ବର ମାସରେ ନାମଲେଖାଇ ଥିଲେ । ସେହି ସମୟରେ ୬ଟି ବିଭାଗରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା । ସମସ୍ତ ବିଷୟ କେୌଶଳ ଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିଲା । ୨୦୧୬ ମସିହାରେ ବିଷୟ ସଂଖ୍ୟା ବଢ଼ି ଆସି ୧୩ ଛୁଇଁଥିଲା । ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ଶିକ୍ଷାଗ୍ରହଣ କରୁଥିଲେ । ସବୁଠାରୁ ଅଧିକ ଛାତ୍ରଛାତ୍ରୀ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ରହିଥିଲେ । ୨୦୧୭ରେ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ପାଇଁ ପିଜି ଡିପ୍ଳୋମା ପାଠ୍ୟକ୍ରମ ଆରମ୍ଭ କଲା । ଏହାଛଡ଼ା ସାର୍ଟିଫିକେଟ୍, ଡିପ୍ଲୋମା ଆଦିକୁ ମିଶାଇ ୨୩ଟି ଭିନ୍ନ ଭିନ୍ନ ବିଭାଗରେ ଶିକ୍ଷାଦାନ କରାଯାଉଛି । ବିଶ୍ୱବିଦ୍ୟାଳୟରେ ଥିବା ବିଭାଗଗୁଡ଼ିକ ହେଲା- ୧. ସାମ୍ବାଦିକତା ଓ ଗଣ ଯୋଗାଯୋଗ ୨. ଗ୍ରାମ୍ୟ ଉନ୍ନୟନ ୩. ଓଡ଼ିଆ ୪. ହିନ୍ଦୀ ୫. ମ୍ୟାନେଜମେଣ୍ଟ ୬. ଆକାଉଣ୍ଟିଂ ୭. ଅନୁବାଦ କୁଳପତିଡ. ଶ୍ରୀକାନ୍ତ ମହାପାତ୍ର ବର୍ତ୍ତମାନ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି । ଦୂର ନିରନ୍ତର ଶିକ୍ଷୋକ୍ଷତ୍ରରେ ତାଙ୍କର ୨୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ଡ. ମହାପାତ୍ର ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି । ୨୦୧୫ରେ ସେ ଓଏସ୍ଡି ଭାବେ ଯୋଗ ଦେଇଥିଲେ। ପରେ ୨୦୧୬ ମସିହା ମଇ ୧୭ ତାରିଖରେ କୁଳପତି ଭବେ ସେ ଦାୟିତ୍ୱ ନେଇଥିଲେ । ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU)ରେ ସେ ପ୍ରଶାସନିକ ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି । [୧] ଅଧିକାରୀଗଣଡ. ଜୟନ୍ତ କରଶର୍ମା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଜ୍ୟୋତି ପ୍ରକାଶ ମହାପାତ୍ର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଅଛନ୍ତି । ଦିଲ୍ଲୀପ ନାୟକ ଓଡ଼ିଆ ଅଧ୍ୟାପକ ଭାବେ କାମ କରୁଥିବା ବେଳେ ସୁଶାନ୍ତ କୁମାର ମହାରଣା ମ୍ୟାନେଜମେଣ୍ଟ ବିଭାଗ ଦାୟିତ୍ୱରେ ରହିଛନ୍ତି । ସେହିପରି ଶିବାନନ୍ଦ ପଣ୍ଡା କମ୍ପ୍ୟୁଟର ସେଲ୍ ଦାୟିତ୍ୱରେ ରହିଛନ୍ତି। [୨] ଷ୍ଟଡି ସେଣ୍ଟରଦୂର ନିରନ୍ତର ଶିକ୍ଷାକୁ ଆଗେଇ ନେବା ପାଇଁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ରାଜ୍ୟର ବିଭିନ୍ନ ସ୍ଥାନରେ ଷ୍ଟଡ଼ି ସେଣ୍ଟର ଖୋଲିଛି । ଏହା ସରକାରୀ, ସ୍ୱୟଂଶାସିତ କିମ୍ବା ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ ଖୋଲାଯାଇଛି । ମାଲକାନଗିରିଠାରୁ ଆରମ୍ଭ କରି ମୟୁରଭଞ୍ଜ ପର୍ଯ୍ୟନ୍ତ ପ୍ରତି ଜିଲ୍ଲାରେ ମୁକ୍ତ ବିଶ୍ୱିଦ୍ୟାଳୟର ୩୮ଟି ଷ୍ଟଡ଼ି ସେଣ୍ଟର ରହିଛି । ଏହାକୁ ୧୦୦ରେ ପହଞ୍ଚାଇବା ପାଇଁ ବିଶ୍ୱଦ୍ୟାଳୟ ଲକ୍ଷ୍ୟ ରଖିଛି । ନୂତନ ପଦ୍ଧତି ଶିକ୍ଷାଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରକୁ ସଭିଙ୍କ ପାଖରେ ଅଳ୍ପ ଖର୍ଚ୍ଚରେ ଓ ନିରନ୍ତର ଭାବେ ପହଞ୍ଚାଇବା ଲକ୍ଷ୍ୟରେ କାର୍ଯ୍ୟ କରୁଛି । ଏହା ଶିକ୍ଷାକ୍ଷେତ୍ରରେ ରାଜ୍ୟର ପ୍ରଥମ ଇଣ୍ଟରନେଟ୍ ରେଡ଼ିଓ ପ୍ରଜ୍ଞାବାଣୀ ଆରମ୍ଭ କରିଛି । ସେହିପରି ସମସ୍ତ ପାଠ୍ୟ ପୁସ୍ତକ ଓ୍ବେବସାଇଟ୍ରେ ସଭିଙ୍କ ପାଇଁ ମାଗଣାରେ ଉପଲବ୍ଧ ରହିଛି । ଏହାର ନିଜର ଏକ ଆପ୍ ରହିଛି । ଭିଡ଼ିଓ ଲେସନ୍ସ ମଧ୍ୟ ସଭିଙ୍କ ପାଇଁ ଉପଲବ୍ଧ । [୩] ଆଧାର
|
Portal di Ensiklopedia Dunia