କାର୍ନିଟାଇନ ପାମିଟଏଲଟ୍ରାନ୍ସଫରେଜ ୨ ଅଭାବ
କାର୍ନିଟାଇନ ପାମିଟଏଲଟ୍ରାନ୍ସଫରେଜ ୨ ଅଭାବ (ଇଂରାଜୀ ଭାଷାରେ Carnitine palmitoyltransferase II deficiency/ CPT-II ) ହେଉଛି ଏକ ଜେନେଟିକ ରୋଗ ଯାହା ତିନୋଟି ରୂପରେ ଉପସ୍ଥାପିତ ହୁଏ: ନବଜାତକ, ଗୁରୁତର ଶିଶୁ ଏବଂ ମାୟୋପାଥିକ ।[୨] ନବଜାତକ ଆକାର ସାଧାରଣତଃ କିଛି ମାସ ମଧ୍ୟରେ ହୃତ୍ପିଣ୍ଡ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିବା ଯୋଗୁ ମୃତ୍ୟୁ ହୋଇଥାଏ ।[୧] ଶିଶୁ ଆକାରରେ ଜୀବନର ପ୍ରଥମ ବର୍ଷରେ ଯକୃତ, ହୃତ୍ପିଣ୍ଡ ଏବଂ ମାଂସପେଶୀ ସମସ୍ୟା ସୃଷ୍ଟି କରେ ।[୧] ମାୟୋପାଥିକ ଆକାରରେ ମାଂସପେଶୀ ଯନ୍ତ୍ରଣା ଏବଂ ରାବଡୋମାୟୋଲାଇସିସ ଏପିସୋଡରେ ପରିଣତ ହୁଏ; ଅନ୍ୟଥା ଏହା ସାଧାରଣ ହୁଏ ।[୧] ବ୍ୟାୟାମ କିମ୍ବା ଉପବାସଦ୍ୱାରା ବୃତ୍ତାନ୍ତ ଟ୍ରିଗର ହୋଇପାରେ ।[୧] ଏହା ସିପିଟି୨ (CPT2) ଜିନର କିଛି ମ୍ୟୁଟେସନ ବା ପରିବର୍ତ୍ତନ ଫଳରୁ ଏହା ହୁଏ ।[୨] ଏହା ଏକ ଅଟୋସୋମାଲ୍ ରିସେସ୍ସିଭ ଆକାରରେ ବ୍ୟକ୍ତିଙ୍କ ପିତାମାତାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ଆସିଥାଏ ।[୨] ଅନ୍ତର୍ନିହିତ ପ୍ରଣାଳୀରେ ଏକ ତ୍ରୁଟିଯୁକ୍ତ ଏନଜାଇମ୍ ଅନ୍ତର୍ଭୁକ୍ତ ଯାହାକି ଲମ୍ବା ଚେନ୍ ଚର୍ବିଳ ଏସିଡ ମାଇଟୋକଣ୍ଡ୍ରିଆଦ୍ୱାରା ଶକ୍ତି ଉତ୍ସ ଭାବରେ ବ୍ୟବହାର କରିବାରେ ରୋକିଥାଏ ।[୧] ମାଂସପେଶୀରେ ହ୍ରାସ ହୋଇଥିବା ଏନଜାଇମ୍ କାର୍ଯ୍ୟକଳାପ ପାଇବା କିମ୍ବା ଜେନେଟିକ୍ ପରୀକ୍ଷଣଦ୍ୱାରା ରୋଗ ନିର୍ଣ୍ଣୟ କରାଯାଇପାରେ ।[୩] ଚିକିତ୍ସାରେ ନିୟମିତ ଭାବରେ ଏକ ଉଚ୍ଚ ଶ୍ୱେତସାର ଖାଦ୍ୟ ଖାଇବା ଏବଂ ଟ୍ରିଗରରୁ ଦୂରେଇ ରହିବା ଉଚିତ ।[୨] [୩] କେବଳ ନିର୍ଦ୍ଦିଷ୍ଟ ଚର୍ବିଳ ଖାଦ୍ୟ ଖାଇବା ଉଚିତ୍; ବିଶେଷ ଭାବରେ ଲମ୍ବା ଚେନ୍ ଫ୍ୟାଟି ଏସିଡ୍ ହ୍ରାସ ହେବା ଆବଶ୍ୟକ ଯାହା ପ୍ରାୟ ଏକ ତୃତୀୟାଂଶ କ୍ୟାଲୋରୀ ମଧ୍ୟମ ଚେନ୍ ଫ୍ୟାଟି ଏସିଡରୁ ମିଳିପାରେ ।[୩] କାର୍ନିଟାଇନ ପରିପୂରକ ସୁପାରିଶ କରାଯାଏ ।[୩] ମାୟୋପାଥିକ୍ ଫର୍ମର ଫଳାଫଳ ସାଧାରଣତଃ ଭଲ ।[୨] ଅନ୍ୟ ଫର୍ମରେ ଫଳାଫଳ ଖରାପ ହୁଏ ।[୨] ସିପିଟି୨ ବିରଳ ଅଟେ, ୧୦,୦୦୦ରୁ ୧୦୦,୦୦୦ ଲୋକଙ୍କ ମଧ୍ୟରେ ଆନୁମାନିକ ଜଣକୁ ପ୍ରଭାବିତ କରେ ।[୧] [୨] ଏହା ଲିପିଡ ମେଟାବୋଲିଜ୍ମର ସବୁଠାରୁ ସାଧାରଣ ବ୍ୟାଧି ଯାହା କଙ୍କାଳୀୟ ମାଂସପେଶୀ ସମସ୍ୟା ସୃଷ୍ଟି କରେ ଏବଂ ମାଂସପେଶୀ ଭାଙ୍ଗିବାର ସାଧାରଣ ଜେନେଟିକ କାରଣ ଅଟେ ।[୩] ଏହାକୁ ପ୍ରଥମେ ୧୯୭୩ରେ ଡିମାଉରୋ (DiMauro)ଏବଂ ଡିମାଉରୋ ବର୍ଣ୍ଣନା କରିଥିଲେ ।[୩] ଆଧାର
|
Portal di Ensiklopedia Dunia