କେ. ଶ୍ୟାମବାବୁ ସୁବୁଦ୍ଧି
କେ. ଶ୍ୟାମବାବୁ ସୁବୁଦ୍ଧି, [ବ୍ରହ୍ମପୁର]]ର ଜଣେ ରାଜନୈତିକ ବ୍ୟକ୍ତିତ୍ୱ ।[୧] ଏଯାବତ ସେ ୨୮ଥର ନିର୍ବାଚନ ଲଢ଼ି, ସବୁଥର ପରାଜୟ ବରଣ କରିଛନ୍ତି । ବୃତ୍ତିରେ ସେ ଜଣେ ହୋମିଓପାଥି ଡାକ୍ତର ।[୨] ରାଜନୈତିକ ଜୀବନଶ୍ୟାମବାବୁ ୧୯୫୭ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ । ୧୯୬୨ମସିହାରେ ହିଞ୍ଜିଳିରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିଜର ପ୍ରଥମ ନିର୍ବାଚନ ଲଢ଼ିଥିଲେ ।[୩] ସମୁଦାୟ ୨୮ଟି ନିର୍ବାଚନ ମଧ୍ୟରୁ, ୧୦ଥର ସେ ବ୍ରହ୍ମପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଓ ୧୦ଥର ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଛନ୍ତି ।[୪] ସେହିପରି ବ୍ରହ୍ମପୁର, ହିଞ୍ଜିଳି, କବିସୂର୍ଯ୍ୟ ନଗର ଓ ବେଗୁନିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସମୁଦାୟ ୮ଥର ନିର୍ବାଚନ ଲଢ଼ିଛନ୍ତି ।[୫] ଏହି ସବୁ ନିର୍ବାଚନ ମଧ୍ୟରୁ ସେ ଉଭୟ ରାଜନୈତିକ ଦଳର ପାର୍ଥୀ ଭାବରେ ଓ ସ୍ୱାଧୀନ ପାର୍ଥୀ ଭାବରେ ଲଢ଼ିଛନ୍ତି । ପି. ଭି. ନରସିଂହ ରାଓ, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ଆଦି ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱଙ୍କ ବିରୋଧରେ ଶ୍ୟାମବାବୁ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି ।[୬] କଳାକୋର୍ଟ ଓ ଟୋପି ପରିଧାନ କରି, ସାଇକେଲ ଚଲାଇ ଶ୍ୟାମବାବୁ ବର୍ଷତମାମ ନିଜର ପ୍ରଚାର ଜାରି ରଖିଥାନ୍ତି ।[୭] ଆଧାର
|
Portal di Ensiklopedia Dunia