କେଶବାନନ୍ଦ ଭାରତୀ ବନାମ କେରଳ ସରକାର"କେଶବାନନ୍ଦ ଭାରତୀ ବନାମ କେରଳ ସରକାର" ବା କେଶବାନନ୍ଦ ଭାରତୀ ମାମଲା ଭାରତୀୟ ଉଚ୍ଚତମ ନ୍ୟାୟାଳୟର ଏକ ଐତିହାସିକ ମାମଲା ଯେଉଁଥିରେ ଉଚ୍ଚତମ ନ୍ୟାୟାଳୟ ସମ୍ବିଧାନର ମୂଳ ସଂରଚନା ବା ମୌଳିକ ଢାଞ୍ଚା ସଂବିଧାନିକ ସଂଶୋଧନଦ୍ୱାରା ପରିବର୍ତ୍ତନୀୟ ନୁହେଁ ବୋଲି ରାୟରେ ଉଲ୍ଲେଖ କଲେ । ବିଚାରପତି ହଂସରାଜ ଖାନ୍ନା ଏହି ସିଦ୍ଧାନ୍ତଦ୍ୱାରା ସ୍ପଷ୍ଟ କଲେ କି ଭାରତୀୟ ସମ୍ବିଧାନ ଏକ ମୌଳିକ ସଂରଚନା ତଥା ମୂଲ୍ୟବୋଧର ମୂଳଦୁଆ ଉପରେ ପ୍ରତିଷ୍ଠିତ । ଉଚ୍ଚତମ ନ୍ୟାୟାଳୟ ତାଙ୍କର ଏକ ପୂର୍ବ ମାମଲା (ଗୋଲକନାଥ ବନାମ ପଞ୍ଜାବ ସରକାର)ର ରାୟକୁ ଆଂଶିକ ପରିବର୍ତ୍ତନ କରି ଉଲ୍ଲେଖ କଲେ ଯେ, କେବଳ ସେହି ସଂବିଧାନ ସଂଶୋଧନ ଯାହା କି ସଂବିଧାନର ମୌଳିକ ସଂରଚନାକୁ ଆଘାତ କରୁଛି ବା ବଦଳାଇବାକୁ ଯାଉଛି, ସେଭଳି ସାଂବିଧାନିକ ସଂଶୋଧନ ନ୍ୟାୟପାଳିକାର ପୁନରାବଲୋକନ (Judicial review) କ୍ଷମତା ବଳରେ ରିଭ୍ୟୁ ବା ପୁନରବଲୋକନର ସମ୍ମୁଖୀନ ହେବେ । ଏହି ଐତିହାସିକ ରାୟ ଏକଥା ସ୍ପଷ୍ଟ କରେ କି ସଂବିଧାନର ଅସଲ ସଂରକ୍ଷକ ହେଉଛି ନ୍ୟାୟପାଳିକା । ମାମଲା ବିଷୟରେଫେବୃଆରୀ ୧୯୭୦ ମସିହାରେ ସ୍ୱାମୀ କେଶବାନନ୍ଦ ଭାରତୀ, ଯିଏ କି କେରଳର ଏଦନୀରଠାରେ ଅବସ୍ଥିତ ଏକ ହିନ୍ଦୁ ମଠର ମଠାଧୀଶ, କେରଳ ସରକାର ଜାରୀ କରିଥିବା ଦୁଇଟି ଜମିଜମା ସୁଧାର ଅଧିନିୟମ ବିରୁଦ୍ଧରେ ଏକ ମାମଲା ଦାୟର କରିଥିଲେ । ଅଭିଯୋଗ ଥିଲା, କେରଳ ସରକାର ଏହି ଅଧିନିୟମ ମାଧ୍ୟମରେ ମଠର ସମ୍ପତ୍ତି ପରିଚାଳନାରେ ପ୍ରତିବନ୍ଧକ ସୃଷ୍ଟି କରି ସାମ୍ବିଧାନିକ ଅଧିକାର ହନନ କରିବା ଉଦ୍ୟମ କରୁଛନ୍ତି । ସରକାର ଭାରତୀୟ ସମ୍ବିଧାନର ଧାରା ୨୧ଦ୍ୱାରା ଅଧିକୃତ ହୋଇ ଏଭଳି ଅଧିନିୟମ ଜାରୀ କରିପାରିବେ ବୋଲି ଉଲ୍ଲେଖ କରିବା ସତ୍ତ୍ୱେ ପ୍ରଖ୍ୟାତ ଆଇନବିତ୍ ନାନାଭୋୟ୍ ପାଲକିବାଲା କେଶବାନନ୍ଦଙ୍କୁ ଏହି ଅଧିନିୟମ ସମ୍ବିଧାନ ବିରୋଧୀ ଏବଂ ଏହା ବିରୁଦ୍ଧରେ ମାମଲା ଦାୟର କରିବାପାଇଁ ପ୍ରବର୍ତ୍ତାଇଥିଲେ । ମାମଲାରେ ପ୍ରାୟ ପାଞ୍ଚ ମାସ ଶୁଣାଣୀ ପରେ ଯେଉଁ ରାୟ ପ୍ରକାଶ ପାଇଲା ତାହା ଭାରତୀୟ ଗଣତନ୍ତ୍ରରରେ ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକାର ସୀମା ରେଖା ସ୍ଥିର କରିବା ସହ ସାମ୍ବିଧାନିକ ମୂଳ ସଂରଚନାର ଏକ ଆଇନଗତ ସିଦ୍ଧାନ୍ତ ସୃଷ୍ଟି କଲା ।[୧] ପ୍ରକାଶିତ ରାୟମାମଲାରେ ମୂଳ ପ୍ରଶ୍ନ ଥିଲା ଯେ ସମ୍ବିଧାନ ସଂଶୋଧନ ସମ୍ବନ୍ଧୀୟ ଭାରତୀୟ ସଂସଦର କ୍ଷମତା କଣ ଅସୀମୀତ ? ତେବେ ଉଚ୍ଚତମ ନ୍ୟାୟାଳୟର ୧୩ ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରି ଉକ୍ତ ରାୟରେ ସ୍ପଷ୍ଟ କଲେ କି କାର୍ଯ୍ୟପାଳିକାର ଏହି କ୍ଷମତା ଅସୀମୀତ ନୁହେଁ ଏବଂ ଆବଶ୍ୟକ ସ୍ଥଳେ ଉଚ୍ଚତମ ନ୍ୟାୟାଳୟ ନିଜର ନ୍ୟାୟୀକ ପୁନରାବଲୋକନ (Judicial Review) କ୍ଷମତା ବଳରେ ସମ୍ବିଧାନର ମୌଳିକ ସଂରଚନାକୁ ଆଘାତ କରିଥିବା ସଂଶୋଧନକୁ ରଦ୍ଦ କରିଦେଇପାରିବେ ।[୨] ୧୩ ଜଣିଆ ଖଣ୍ଡପୀଠରେ ଥିବା ତଦାନୀନ୍ତନ ମୁଖ୍ୟ ବିଚାରପରତି ଜଷ୍ଟିସ୍ S M Sikri, ଜଷ୍ଟିସ୍ J. M. Shelat, ଜଷ୍ଟିସ୍ K.S. Hegde, ଜଷ୍ଟିସ୍ A.N. Grover, ଜଷ୍ଟିସ୍ B. Jaganmohan Reddy, ଜଷ୍ଟିସ୍ D.G. Palekar, ଜଷ୍ଟିସ୍ H R Khanna, ଜଷ୍ଟିସ୍ A.K. Mukherjee ଜଷ୍ଟିସ୍ Yeshwant Vishnu Chandrachud. ଉକ୍ତ ରାୟରେ ହସ୍ତାକ୍ଷର କରିଥିବା ବେଳେ ହସ୍ତାକ୍ଷର କରି ନ ଥିବା ଅନ୍ୟ ଚାରିଜଣ ବିଚାରପତି ହେଲେ ଜଷ୍ଟିସ୍ A.N. Ray, ଜଷ୍ଟିସ୍ K.K. Mathew, ଜଷ୍ଟିସ୍ M.H. Beg ଏବଂ ଜଷ୍ଟିସ୍ S.N. Dwivedi. । ବହୁମତରେ ପ୍ରକାଶିତ ରାୟରେ ଉଚ୍ଚତମ ନ୍ୟାୟାଳୟ ସମ୍ବିଧାନର ଧାରା ୧୩(୪) ତଥା ୨୪ତମ ସାମ୍ବିଧାନିକ ସଂଶୋଧନରେ ସମ୍ମିଳିତ କରାଯାଇଥିବା ଧାରା ୩୬୮(୩)ର ବୈଧତା କାୟମ ରଖିବା ସହ ଏ କଥା ସ୍ପଷ୍ଟ କଲେ କି ସମ୍ବିଧାନରେ ମୌଳିକ ଅଧିକାରର ସଂଶୋଧନ କରିବାର ଅଧିକାର ସଂସଦର ରହିଛି । ତେବେ ଏହି ରାୟ ସହ ଏହା ମଧ୍ୟ ସ୍ପଷ୍ଟ କଲେ କି ସଂଶୋଧନଦ୍ୱାରା ସମ୍ବିଧାନର ମୌଳିକ ସଂରଚନା ତଥା ଏହାର ମୂଳ ମୂଲ୍ୟବୋଧକୁ ଆଘାତ କରାଯାଇପାରିବ ନାହିଁ । ଏଭଳି ସ୍ଥଳେ ଉଚ୍ଚତମ ନ୍ୟାୟାଳୟର ନ୍ୟାୟୀକ ପୁନରାବଲୋକନ କ୍ଷମତା ବଳରେ ଏଭଳି ହୀନ ଚକ୍ରାନ୍ତକୁ ପଣ୍ଡ କରାଯାଇପାରିବ ।[୩] ପ୍ରକାଶିତ ବହି
ଆଧାର
|
Portal di Ensiklopedia Dunia