କ୍ରେଅନ ସିନ ଚାନ: ବହୁତ ସ୍ୱାଦିଷ୍ଟ B କ୍ଳାସ ଗୋର୍ମେଟ ସର୍ଭାଇବାଲ!!
'କ୍ରେୟନ ଶିନଚାନ: ବହୁତ ସ୍ୱାଦିଷ୍ଟ! !। B-ଶ୍ରେଣୀ ଖାଦ୍ୟ ସର୍ଭାଇବାଲ।' ହେଉଛି ପ୍ରସିଦ୍ଧ ଆନିମେ ଶିନଚାନର ୨୧ତମ ଚଳଚ୍ଚିତ୍ରର ନାମ । ଏହା ଅପ୍ରେଲ୨୦, ୨୦୧୩ରେ ଜାପାନରେ ରିଲୀଜ ହୋଇଥିଲା। ଏହା ମାସାକାଜୁ ହାଶିମୋତୋଙ୍କଦ୍ୱାରା ନିର୍ଦ୍ଦେଶିତ । ଏହାକୁ କିମିକୋ ଉଏନୋ ଲେଖିଛନ୍ତି । ଏହି ଚଳଚ୍ଚିତ୍ରରେ B-ଗ୍ରେଡ ଖାଦ୍ୟକୁ ବଞ୍ଚେଇବା ପାଇଁ ମୁଖ୍ୟ ପାତ୍ର ଶିନଚାନକୁ ଏକ ସ୍ପେଶାଲ ସସକୁ ସୁରକ୍ଷା କରିବାକୁ ପଡ଼ିବ । ଏହି ଚଳଚ୍ଚିତ୍ରଟା ଶିନ-ଏଇ ଏନିମେଶନଦ୍ୱାରା ନିର୍ମିତ । ସାରକଥାଏହି କାହାଣିରେ ଶିନ୍ ଚାନ୍ ଓ କାସୁକାବେ ଡିଫେନ୍ସ୍ ଗ୍ରୁପ୍କୁ B-ଶ୍ରେଣୀ ଖାଦ୍ୟର ମେଳାକୁ ଯିବାର ଥିଲା। କିନ୍ତୁ ସେହି ସମୟରେ, ଜଣେ ଅଜିବ ଲୋକ ତାଙ୍କୁ ଏକ ସସ୍କୁ ମେଳାକୁ ପଠେଇବାକୁ କହିଲା । ସେ ସସ୍ ଟା ଥିଲା ଏକ ଲେଜେନ୍ଡାରି ସସ୍, ଜେଉଟା ପ୍ରୁଥିବିର B-ଶ୍ରେଣୀ ଖାଦ୍ୟକୁ ବଞ୍ଛେଇବା ପାଇ ସକ୍ଷମ । ଯଦି ତାହା ଶୈତାନ୍ ହାତରେ ପଡ଼ିଗଲା, ତେବେ B-ଶ୍ରେଣୀ ଖାଦ୍ୟ ସମାପ୍ତ ହେଇଜିବ । ବର୍ତ୍ତମାନ, ଶିନ୍ ଚାନ୍ ଓ ସାଥିମାନଙ୍କୁ ସେହି ସସ୍କୁ ମେଳାକୁ ସୁରକ୍ଷା କରି ପହଞ୍ଚେଇବକୁ ପଡ଼ିବ । [୧] ଫିଲ୍ମ ପାତ୍ର
ଅତିଥି ଚରିତ୍ର
ସ୍ଲୋଗାନରୋଷ! ଭଜା ନୁଡ଼ଲ! ଏକାଗ୍ରତା! ବନ୍ଧୁତ୍ୱ ! ପ୍ରସଙ୍ଗ ଗୀତପ୍ରାରମ୍ଭିକ ଗୀତନାମ: "କିମି ନି ୧୦୦ ପରସେନ୍ଟ" ମଝି ଗିତନାମ: "ୟାକିସୋବା ନୋ ଉତା ~ସସ୍ ଇଜ୍ ଲଭ୍~" ସମାପ୍ତି ଗୀତନାମ: RPG ଡିଭିଡି ରିଲୀଜଏହି ଚଳଚ୍ଚିତ୍ରର ଡିଭିଡି ଏବଂ ବ୍ଲୁ-ରେ ଜାପାନରେ ୮ ନଭେମ୍ବର ୨୦୧୩ରେ ପ୍ରକାଶିତ ହୋଇଥିଲା । ସିନେମା ଆୟଏହି ଚଳଚ୍ଚିତ୍ରଟି ମୋଟ ୧କୋଟି୨୭ ଲକ୍ଷ ଡଲାର ଆୟ କରିଥିଲା । ଭାରତରେଭାରତରେ ଏହି ଚଳଚ୍ଚିତ୍ରଟି ୧୯ ଜୁଲାଇ ୨୦୧୪ରେ ହଂଗାମା ଟିଭିରେ ପ୍ରସାରିତ ହୋଇଥିଲା । ଆଧାର
|
Portal di Ensiklopedia Dunia