ଗାଣିତିକ ଅର୍ଥଶାସ୍ତ୍ରଗାଣିତିକ ଅର୍ଥଶାସ୍ତ୍ର (ଇଂରାଜୀ ଭାଷାରେ Mathematical economics) ଗାଣିତିକ ଉପାୟରେ ଅର୍ଥନୀତିରେ ସିଦ୍ଧାନ୍ତ ଓ ବିଶ୍ଳେଷଣ ପ୍ରୟୋଗକୁ କୁହାଯାଏ । ପରମ୍ପରା କ୍ରମେ ସାଧାରଣ ଜ୍ୟାମିତି, ଡିଫରେନସିଆଲ ଓ ଇଣ୍ଟେଗ୍ରାଲ କାଲକୁଲସ (calculus), ଡିଫରେନ୍ସ (difference), ଡିଫରେନସିଆଲ ସମୀକରଣ (differential equations), ମାଟ୍ରିକ୍ସ ଆଲଜେବ୍ରା (matrix algebra), ଗାଣିତିକ ପ୍ରୋଗ୍ରାମିଙ୍ଗ (mathematical programming) ଓ ଅନ୍ୟାନ୍ୟ କମ୍ପ୍ୟୁଟେସନାଲ ଅର୍ଥଶାସ୍ତ୍ରର (computational methods) ଉପାୟଠାରୁ ପ୍ରୟୋଗାତ୍ମକ ଅର୍ଥଶାସ୍ତ୍ର ସମ୍ପୁର୍ଣ୍ଣ ଅଲଗା । [୧][୨] ଏହାର ସମର୍ଥକମାନେ ଦାବୀ କରନ୍ତି ଯେ ସିଦ୍ଧାନ୍ତ ସମ୍ପର୍କକୁ ଏହା ସାଧାରଣ, ସରଳ ଓ କଠୋରତା ସହ ସୂତ୍ରୀକରଣ କରେ । [୩] ଅର୍ଥଶାସ୍ତ୍ରୀଙ୍କୁ ଅନେକ ଜଟିଳ ବିଷୟର ଅର୍ଥପୂର୍ଣ୍ଣ, ପରୀକ୍ଷାମୂଳକ ବିଷୟମାନଙ୍କୁ ସହଜରେ ପରିବ୍ୟକ୍ତ କରିବାକୁ ଗଣିତ ପ୍ରସ୍ତାବ ଦିଏ । ବିବାଦାତ୍ମକ ବିଷୟଗୁଡ଼ିକର ସହଜ ଓ ଯୁକ୍ତାତ୍ମକ (positive) ସମାଧାନ କରିବାକୁ ଗଣିତର ଭାଷା ଅନୁମତି ଦିଏ ।[୪] ଅର୍ଥଶାସ୍ତ୍ରର ଅନେକ ସିଦ୍ଧାନ୍ତ ଅଧୁନା ଗଣିତ ମଡେଲ ଭଳି ଉପସ୍ଥାପନ କରାଯାଉଛି, ସେଟଗୁଡ଼ିକୁ ସରଳ ଗଣିତ ସମ୍ପର୍କିତ କରି ସୁସ୍ପଷ୍ଟ କରାଯାଉଛି । [୫] ବ୍ୟାପକ ପ୍ରୟୋଗ ମଧ୍ୟରେ:
ଊନବଂଶ ଶତାବ୍ଦୀରୁ ଅର୍ଥନୀତି ମଡେଲିଙ୍ଗ ଆରମ୍ଭ କରି ଡିଫରେନସିଆଲ କାଲକୁଲସ (differential calculus) ବ୍ୟବହାର କରି ପ୍ରାରମ୍ଭିକ ଅର୍ଥନୀତି ବ୍ୟବହାର ଯେପରିକି ୟୁଟିଲିଟି (utility) ମାକ୍ସିମାଇଜେସନ, ଏକ ଗାଣିତିକ ଅପ୍ଟିମାଇଜେସନକୁ (mathematical optimization) ବ୍ୟାଖ୍ୟା କରାଗଲା । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଅର୍ଥଶାସ୍ତ୍ର ଅଧିକ ଗାଣିତିକ ଶୃଙ୍ଖଳାରେ ପରିଣତ ହୋଇଗଲା । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଗେମ୍ ଥିଓରୀ (game theory) ଭଳି ସାଧାରଣ ଟେକନିକ ବ୍ୟବହାରଦ୍ୱାରା ଅର୍ଥଶାସ୍ତ୍ରରେ ଗାଣିତିକ ଫର୍ମିଲାର ବ୍ୟବହାର ଅଧିକ ବିସ୍ତୃଟ ହୋଇଗଲା ।[୮][୭] ଅର୍ଥଶାସ୍ତ୍ର ଏହି ବ୍ୟବସ୍ଥାପନ ଗଣିତ ଆଲୋଚକମାନଙ୍କୁ ଭୟଭୀତ କରିଦେଲା ଯେଉଁମାନଙ୍କ ମଧ୍ୟରେ ବିଖ୍ୟାତ ଅର୍ଥନୀତିଜ୍ଞ ଜନ ମେନାର୍ଡ଼ କେନେସ (John Maynard Keynes), ରବର୍ଟ ହେଲବ୍ରୋନର (Robert Heilbroner), ଫ୍ରିଡ୍ରିକ ହାୟେକ (Friedrich Hayek) ଓ ଅନ୍ୟମାନେ ମାନବ ବ୍ୟବହାର ନିମନ୍ତେ ବିସ୍ତୃତ ଗଣିତର ବ୍ୟବହାରକୁ ଆଲୋଚନା କରୁଥିଲେ ଓ ଯୁକ୍ତି କରି କହୁଥିଲେ କେତେକ ମନୁଷ୍ୟ ପସନ୍ଦ ଗଣିତକୁ କମେଇ ହେବନି । ଇତିହାସଶପ୍ତଦଶ ଶତାବ୍ଦୀରୁ ସାମାଜିକ ଓ ଅର୍ଥନୀତିରେ ଗଣିତର ବ୍ୟବହାର ଆରମ୍ଭ ହୋଇଛି । ସେତେବେଳେ ହୋଲି ରୋମାନ ୟୁନିଭରସିଟିରେ ଏକ ପ୍ରଶିକ୍ଷଣର ସ୍ଟାଇଲ ଆରମ୍ଭ ହୋଇଥିଲା ଯେଉଁଥିରେ ପବ୍ଲିକ ଆଡମିନିସ୍ଟ୍ରେସନ ଡାଟା ଭଳି ଡାଟା ଥିଲା । ଗଟଫ୍ରାଏଡ (Gottfried Achenwall) ଏହି ଭଳି ବକ୍ତୃତା ଦେଉଥିଲେ ଓ ଏହାକୁ ସ୍ଟାଟିସ୍ଟିକ୍ସ (statistics) ନାମକରଣ କରିଥିଲେ । ସେହି ସମ କାଳରେ ଇଂଲଣ୍ଡର ପ୍ରଫେସରଙ୍କର ଏକ ଛୋଟ ଦଳ ଏକ ପଦ୍ଧତି ସିଦ୍ଧ କରିଥିଲେ ଯାହାକୁ ରିଜନିଙ୍ଗ ବାଇ ଫିଗରସ ଅପନ ଥିଙ୍ଗସ ରିଲେଟିଙ୍ଗ ଟୁ ଗଭର୍ନମେଣ୍ଟ କୁହାଯାଉଥିଲା ଓ ଏହି ଅଭ୍ୟାସକୁ ପଲିଟିକାଲ ଏରିଥମେଟି ନାମକରଣ କରିଥିଲେ । [୯] ଉଇଲିଅମ ପେଟି ଏକ ସଂନ୍ଦର୍ଭ ଲେଖିଥିଲେ ଯେଉଁଥିର ପରବତ୍ତୀ ସମୟରେ ସମସ୍ୟା ଉପୁଜିବ ଓ ସେଗୁଡ଼ିକ ଟାକ୍ସ ସମସ୍ୟା, ଭେଲୋସିଟି ଅଫ ମନି (Velocity of money) ଓ ଜାତୀୟ ରୋଜଗାର (national income) କିନ୍ତୁ ତାଙ୍କ ବିଶ୍ଳେଷଣ ସଂଖ୍ୟାମୂଳକ ଥିଲା ଓ କଳ୍ପନା ମୂଳକ ଗାଣିତିକ ଉପାୟକୁ ତ୍ୟାଗ କରୁଥିଲେ । ପେଟିଙ୍କର ବିଶଦ ସଂଖ୍ୟାତ୍ମକ ଡାଟା ପରିସଂଖ୍ୟାନକୁ କିଛି ସମୟ ପାଇଁ ପ୍ରଭାବିତ କରିବାର ଥିଲା ଓ ଇଂରାଜୀ ପଣ୍ଡିତମାନେ ତାଙ୍କୁ ପୁରା ଭୁଲିଗଲେ । [୧୦]
ଆଧାର
|
Portal di Ensiklopedia Dunia