ଗିରୀଶ ଠାକୁରଲାଲ ନାନାବତୀ
ଗିରୀଶ ଠାକୁରଲାଲ ନାନାବତୀ (୧୭ ଫେବୃଆରୀ ୧୯୩୫ – ୧୮ ଡିସେମ୍ବର ୨୦୨୧) ଭାରତୀୟ ସୁପ୍ରିମ୍ କୋର୍ଟର ଏକ ବିଚାରପତି ଥିଲେ ।[୧] ତାଙ୍କ ଅବସର ନେବା ପରେ, ସେ ୧୯୮୪ର ଶିଖ-ବିରୋଧି ଦଙ୍ଗା ଏବଂ ୨୦୦୨ ଗୋଧ୍ରା ଦଙ୍ଗା ଉପରେ ତଦନ୍ତ କରିବା ପାଇଁ ଦୁଇଟି କମିଶନର ମୁଖ୍ୟ ହିସାବରେ ନିଯୁକ୍ତ ହୋଇଥିଲେ । ପ୍ରାରମ୍ଭିକ ଜୀବନ୧୭ ଫେବୃଆରୀ ୧୯୩୫ରେ ଗୁଜରାଟର ଜମ୍ବୁସରରେ ଜନ୍ମ ନେଇଥିବା ନାନାବତି ପରିବାରର ୧୨ ଜଣ ଭାଇ-ଭଉଣୀ ମଧ୍ୟରୁ ବଡ଼ ଥିଲେ । ତାଙ୍କ ପରିବାରରେ, ତାଙ୍କ ପିତା, ଠାକୁରଦା ଏବଂ ଚାଚା ସମସ୍ତେ ଗୋଟିଏ ଗୋଟିଏ ପେଶାଗତ ଆଇନଜୀବୀ ଥିଲେ । ନାନାବତି ମୁମ୍ବାଇର ସେଣ୍ଟ ଜେଭିଅର୍ସ କଲେଜରେ ଶିକ୍ଷା ଅର୍ଜନ କରିଥିଲେ । ଉଚ୍ଚତର କଳା ଶିକ୍ଷା ଶେଷ କରିବା ପରେ, ସେ ମୁମ୍ବାଇର ସରକାରୀ ଆଇନ କଲେଜରେ ଆଇନରେ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ପାଇଁ ଭର୍ତ୍ତି ହୋଇଥିଲେ ।[୨] ପେଶାଜୀବନ୧୯୫୮ରେ ବମ୍ବେ ହାଇକୋର୍ଟରେ ଏକ ଆଇନଜୀବୀ ଭାବେ ଓକିଲାତି ଆରମ୍ଭ କରିଥିଲେ । ୧୯୬୦ ମସିହାରେ ବମ୍ବେ ରାଜ୍ୟର ବିଭାଜନଦ୍ୱାରା ତାଙ୍କ ମୁମ୍ବାଇରେ ଓକିଲାତି କରିବା ଇଚ୍ଛା ପୂରଣ ହୋଇପାରିଲା ନାହିଁ, ଯାହାର ପରିଣାମସ୍ୱରୂପ ତାଙ୍କୁ ଗୁଜରାଟକୁ ଫେରିବାକୁ ହୋଇଥିଲା । ଅହମଦାବାଦରେ ତାଙ୍କ ଓକିଲାତି ପେଶା ଆରମ୍ଭରେ ସମାନ୍ୟ ଥିଲା, କିନ୍ତୁ ଆଇନଜୀବୀ ଭାବେ ତାଙ୍କ ଦକ୍ଷତା ଅପରାଧମୂଳକ ମାମଲାରେ କାମ କରିବା ପରେ ଜଣାପଡ଼ିଲା । ୧୯୬୪ରେ ତାଙ୍କୁ ଏକ ସରକାରୀ ଓକିଲ ଭାବେ ନିଯୁକ୍ତ କରାଯାଇଥିଲା, ଯାହା ତାଙ୍କ କ୍ଷେତ୍ରରେ ଜୀବନର ମୋଡ ବଦଳାଇ ଦେଇଥିଲା । ୧୯୭୯ରେ ସେ ଗୁଜରାଟ ହାଇକୋର୍ଟର ଏକ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କୁ ଏକ ବର୍ଷ ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା । ମାର୍ଚ୍ଚ ୧୯୯୫ରେ ସେ ସୁପ୍ରିମ୍ କୋର୍ଟରେ ଏକ ବିଚାରପତି ଭାବେ ନିଯୁକ୍ତ ହେଲେ । ୧୬ ଫେବୃଆରୀ ୨୦୦୦ରେ ସେ କାର୍ଯ୍ୟରୁ ଅବସର ନେଇଥିଲେ । ନାନାବତି କମିଶନନାନାବତି କମିଶନକୁ ୧୯୮୪ର ଶିଖ ବିରୋଧି ଦଙ୍ଗା ତଦନ୍ତ ପାଇଁ ଗଠନ କରାଯାଇଥିଲା । ସେ କମିଶନର ଏକମାତ୍ର ସଦସ୍ୟ ଥିଲେ । କମିଶନ ମୁଖ୍ୟତଃ ଭାରତୀୟ ଜାତୀୟ କଂଗ୍ରେସର ସଜ୍ଜନ କୁମାର ଏବଂ ଜଗଦୀଶ ଟାଇଟଲର ଭୂମିକାକୁ ଉପସ୍ଥାପିତ କରିଥିଲା ।[୩] ନାନାବତୀ କମିଶନଙ୍କ ରିପୋର୍ଟ ଠିକ ସମୟରେ ସଦନରେ ଉପସ୍ଥାପନା ହୋଇପାରିନାହିଁ ।[୪] ଗୋଧ୍ରା ଦଙ୍ଗା୨୦୦୨ ମାର୍ଚ୍ଚରେ ନାନାବତିଙ୍କୁ ଦୁଇ ସଦସ୍ୟ ବିଶେଷ କମିଶନର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ଏହାର ଶେଷ ରିପୋର୍ଟରେ ଦାବି କରାଯାଇଥିଲା ଯେ ପୋଲିସ୍ ଏବଂ ରାଜ୍ୟ ପ୍ରଶାସନ ମାଧ୍ୟମରେ କୌଣସି ଗୁରୁତର ଅବମାନନା ସମ୍ପନ୍ନ ହୋଇନଥିଲା ।[୫][୬] ବ୍ୟକ୍ତିଗତ ଜୀବନ ଏବଂ ମୃତ୍ୟୁ୧୮ ଡିସେମ୍ବର ୨୦୨୧ରେ ନାନାବତି ହୃଦଘାତରେ ୮୬ ବର୍ଷ ବୟସରେ ଅହମଦାବାଦସ୍ଥିତ ଘରରେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।[୭][୮] ଆଧାର
|
Portal di Ensiklopedia Dunia