ଟ୍ରିପଲ ଏକ୍ସ ସିଣ୍ଡ୍ରୋମ
ଟ୍ରିପଲ ଏକ୍ସ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Triple X syndrome ବା trisomy X ବା 47 XXX) ରୋଗ ମହିଳାଙ୍କୁ ହୁଏ ଓ ତାଙ୍କର ପ୍ରତ୍ୟେକ ଜୀବକୋଷରେ (cell) ଗୋଟିଏ ଅଧିକ ଏକ୍ସ କ୍ରୋମୋଜୋମ (X chromosome) ଥାଏ ।[୧] ଏହି ରୋଗୀ ସାଧାରଣତଃ ଡେଙ୍ଗା ହୁଅନ୍ତି । ଅନ୍ୟ କୌଣସି ଶାରୀରିକ ପାର୍ଥକ୍ୟ ଦେଖାଯାଏ ନାହିଁ ଓ ସାଧାରଣ ପ୍ରଜନନ କ୍ଷମତା (fertility) ଥାଏ । ବେଳେବେଳେ ଶିକ୍ଷା ସମସ୍ୟା (learning difficulties), ହାଇପୋଟୋନିଆ (decreased muscle tone), ଅପସ୍ମାର ବାତ (seizure) ଓ ବୃକ୍କ ସମସ୍ୟା (kidney problems) ଦେଖାଯାଏ ।[୧] ଟ୍ରିପଲ ଏକ୍ସ ରୋଗ କ୍ୱଚିତ ହୁଏ ।[୧] ମାତାର ପ୍ରଜନନକ୍ଷମ କୋଷର (reproductive cells) ବିଭାଜନ ସମୟରେ ବା ଭୃଣର ପ୍ରାକ୍ ବିକାଶ ସମୟରେ ଟ୍ରିପଲ ଏକ୍ସ ହୁଏ ।[୨] ବଂଶାନୁକ୍ରମରେ (inherited) ଏହା ପରବର୍ତ୍ତୀ ପିଢ଼ିକୁ ଯାଏନାହିଁ । ବେଳେବେଳେ ଦେହର କିଛି ଅଂଶରେ ଟ୍ରିପଲ ଏକ୍ସ ଦେଖାଯାଏ ।[୧] କ୍ରମୋଜୋମାଲ ଆନାଲିସିସ (chromosomal analysis) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୩] ବାକ୍ ଶକ୍ତି ଥେରାପି, ଶାରୀରିକ ଥେରାପି ଓ କାଉନସେଲିଙ୍ଗ (counseling) ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[୩] ପ୍ରତି ୧୦୦୦ ଝିଅ ଜନ୍ମରେ ଜଣକର ଏହି ଟ୍ରିପଲ ଏକ୍ସ ଥାଏ ।[୨] ୯୦% ମହିଳାଙ୍କର ରୋଗ ଥିଲେ ମଧ୍ୟ ଲକ୍ଷଣ ଅଭାବ ବା ସାମାନ୍ୟ ଲକ୍ଷଣ ଥିବାରୁ ରୋଗ ନିର୍ଣ୍ଣୟ ହୋଇପାରେନି ।[୨] ସନ ୧୯୫୯ରେ ଏହି ରୋଗ ପ୍ରଥମେ ଚିହ୍ନଟ ହୋଇଥିଲା ।[୪] ଆଧାର
|
Portal di Ensiklopedia Dunia