ଦୀର୍ଘସ୍ଥାୟୀ ଟ୍ରଙ୍କସ ଆର୍ଟେରିଓସସ
ଦୀର୍ଘସ୍ଥାୟୀ ଟ୍ରଙ୍କସ ଆର୍ଟେରିଓସସ ( PTA ) ହେଉଛି ଏକ ଜନ୍ମଗତ ହୃଦ୍ ରୋଗ ଯାହା ନିଳୟ ପଟଳ ତ୍ରୁଟି (VSD) ଏବଂ ଏକକ ଟ୍ରଙ୍କାଲ୍ କପାଟିକା ସହିତ ଏକ ଏକତ୍ରିକୃତ ସାଧାରଣ ନିଳୟ ବହିଃପ୍ରବାହ ଅଞ୍ଚଳ ବା ଟ୍ରାକ୍ଟ ଉପସ୍ଥାପିତ ହୁଏ ।[୨] ଜୀବନର ପ୍ରଥମ କିଛି ଦିନରେ କୌଣସି ଲକ୍ଷଣ ନ ଥାଇପାରେ କିନ୍ତୁ ପରବର୍ତ୍ତୀ କିଛି ସପ୍ତାହ ମଧ୍ୟରେ ଚର୍ମରେ ନୀଳ ବର୍ଣ୍ଣର ବିକାଶ ହୁଏ ।[୨] ଅସ୍ତ୍ରୋପଚାର ବିନା ପିଲାର କାର୍ଯ୍ୟକଳାପ ନିକୃଷ୍ଟ ହୁଏ, ବେଠିକ ଖାଇବା ଏବଂ ଦୃତ ଶ୍ୱାସକ୍ରିୟା ସହିତ ହୃଦ୍ପାତ ହୋଇଥାଏ ।[୩] ଜଟିଳତା ମଧ୍ୟରେ ଆଇଜେନମେଙ୍ଗର ସିଣ୍ଡ୍ରୋମ (Eisenmenger syndrome) ଅନ୍ତର୍ଭୁକ୍ତ ହୋଇପାରେ ।[୩] ଏହାର କାରଣ ସାଧାରଣତଃ ଅଜ୍ଞାତ ଅଟେ, ଯଦିଓ ଏହି ଅବସ୍ଥା ଡାଇଜର୍ଜ ସିଣ୍ଡ୍ରୋମ ସହିତ ଜଡ଼ିତ ହୋଇପାରେ ।[୩] ଅନ୍ତର୍ନିହିତ ପ୍ରଣାଳୀ ମଧ୍ୟରେ ପ୍ରାରମ୍ଭିକ ବିକାଶ ସମୟରେ ଟ୍ରଙ୍କସ ଆର୍ଟେରିଓସନ ବିଭକ୍ତ ହୋଇ ଆଓର୍ଟା ଓ ଫୁସଫୁସ ଟ୍ରଙ୍କ ହେବାରେ ବିଫଳ ହୋଇଥାଏ ।[୩] ଏହା ଫଳରେ କରୋନାରୀ ଧମନୀ ଓ ଫୁସଫୁସୀୟ ଧମନୀର ରକ୍ତ ଶରୀରର ରକ୍ତ ସଞ୍ଚାଳନରେ ପ୍ରବେଶ କରିବା ପୂର୍ବରୁ ହୃତ୍ପିଣ୍ଡରେ ଉଭୟ ପାର୍ଶ୍ୱର ରକ୍ତ ମିଶ୍ରିତ ହୋଇଯାଏ ।[୪] [୩] ଚାରୋଟି କ୍ଷେତ୍ରରୁ ଗୋଟିକରେ ଗୁରୁତ୍ୱପୂର୍ଣ୍ଣ ଟ୍ରଙ୍କାଲ୍ ଭଲଭ୍ ସଂକୀର୍ଣ୍ଣ ଥିବାରୁ ରକ୍ତର ପଛ ପ୍ରବାହ ହୋଇଥାଏ ।[୨] ଇସିଜି ଚିତ୍ରରେ ଉଭୟ ନିଳୟର ଆକାର ବୃଦ୍ଧି, ଛାତି ଏକ୍ସ-ରେ ବଡ଼ ହୃତ୍ପିଣ୍ଡ ଦେଖାଯାଉଥିବା ଏବଂ ସିସ୍ଟୋଲିକ ମରମର ଶୁଣାଯାଉଥିବା ଉପରେ ଆଧାର କରି ଏହି ଅବସ୍ଥା ସନ୍ଦେହ କରାଯାଇପାରେ ।[୪] [୩] ହୃତ୍ପିଣ୍ଡର ଅଲଟ୍ରାସାଉଣ୍ଡ କରି ଏହି ଅବସ୍ଥା ନିଶ୍ଚିତ କରାଯାଇଥାଏ ।[୩] ପ୍ରାରମ୍ଭିକ ଚିକିତ୍ସାରେ ପ୍ରୋଷ୍ଟାଗ୍ଲାଡିନ ଇ୧ ଦିଆଯାଏ ଏବଂ ଶ୍ୱାସକ୍ରିୟାରେ ସାହାଯ୍ୟ କରାଯାଏ ।[୪] ଯଦି ଫୁସଫୁସ ଇଡିମା ଥିଲେ ଫୁରୋସେମାଇଡ, ସିପିଏପି (CPAP), ଏବଂ ଅତିରିକ୍ତ ଅମ୍ଳଜାନ ଦେବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇପାରେ ।[୩] ଜୀବନ ଆରମ୍ଭର ପ୍ରଥମ ଏକ ମାସ ମଧ୍ୟରେ ଅସ୍ତ୍ରୋପଚାର ସଂଶୋଧନ ପାଇଁ ସୁପାରିଶ କରାଯାଏ ।[୩] ପ୍ରାୟ ୭୫% ଲୋକ ସେମାନଙ୍କର ପରବର୍ତ୍ତୀ ୧୦ ବର୍ଷ ଜୀବନରେ ଅଧିକ ଅପରେସନ୍ ଆବଶ୍ୟକ କରନ୍ତି ।[୩] ବିନା ଚିକିତ୍ସାରେ ପ୍ରାୟ ୪୦% ପିଲା ଏକ ମାସରୁ ଅଧିକ ବଞ୍ଚନ୍ତି ନାହିଁ ।[୨] ଅସ୍ତ୍ରୋପଚାରରୁ ପ୍ରାୟ ୫% ପିଲା ବଞ୍ଚନ୍ତି ନାହିଁ, କିନ୍ତୁ ବଞ୍ଚୁଥିବା ପିଲାଙ୍କ ମଧ୍ୟରୁ ୯୦% ୫ ବର୍ଷ, ୮୫% ୧୦ ବର୍ଷ ଏବଂ ୮୩% ୧୫ ବର୍ଷ ବଞ୍ଚନ୍ତି। [୨] ୧୦୦,୦୦୦ ଜୀବନ୍ତ ଜନ୍ମ ମଧ୍ୟରୁ ପ୍ରାୟ ୭ ଜଣକୁ ପ୍ରଭାବିତ କରୁଥିବା ଏହି ରୋଗ ବିରଳ ଅଟେ ।[୩] ଜନ୍ମ ସମୟରେ ଉପସ୍ଥିତ ଥିବା ସମସ୍ତ ହୃତ୍ପିଣ୍ଡ ତ୍ରୁଟିର ସଂଖ୍ୟା ପ୍ରାୟ 0.୪%ରୁ ୪% ଅଟେ ।[୨] "ଟ୍ରଙ୍କସ୍ ଆର୍ଟେରିଓସ୍" ଶବ୍ଦର ଅର୍ଥ ଲାଟିନ ଭାଷାରେ 'ଏକକ ଧମନୀ' ଅଟେ ।[୩] ଏହାକୁ ପ୍ରଥମେ ୧୭୯୮ ମସିହାରେ ଜେମ୍ସ ୱିଲସନ ବର୍ଣ୍ଣନା କରିଥିଲେ ।[୧] ଆଧାର
|
Portal di Ensiklopedia Dunia