ଦୁର୍ଗା ପ୍ରସନ୍ନ ଚୌଧୁରୀ
ଶିକ୍ଷା ଓ ପେଶାଜଷ୍ଟିସ୍ ଚୌଧୁରୀ କଟକରେ ୩ ଜୁଲାଇ ୧୯୫୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ୧୯୭୨ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାସ୍ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏସ୍ସି. ଡିଷ୍ଟିଙ୍କସନ୍ ସହିତ ପାସ୍ କରିଥିଲେ । ୧୯୭୯ରେ ମଧୁସୂଦନ ଆଇନ କଲେଜରୁ ଏଲଏଲ.ବି. ଡିଗ୍ରି ହାସଲ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀ ବିହାର, ଭୁବନେଶ୍ୱରରେ ‘ଭାରତର ଲୋକ ଅଦାଲତ ପ୍ରଣାଳୀ’ ବିଷୟରେ ପ୍ରକଳ୍ପ ସହିତ ଆଇନରେ ଡକ୍ଟରେଟ ଉପାଧୀ (ପିଏଚ୍.ଡି.) ଲାଭ କଲେ । ୧୯୮୦ରେ ସେ ଓକିଲାତି ଲାଇସେନ୍ସ ପାଇ ୧୯୮୧ରୁ ୮୨ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ । ୧୯୮୨ରେ ସେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗ ଦେଇଥିଲେ । ୧୯୮୨ରେ କଟକରେ ସେ ପ୍ରୋବେସନାରି ମୁନସିଫ୍ ଭାବେ ସେ ନିଯୁକ୍ତି ପାଇଥିଲେ । ୧.୧.୧୯୮୩ ରୁ ୧୯୯୨ ପର୍ଯ୍ୟନ୍ତ ଭଦ୍ରକ ଏବଂ ବାଣପୁରରେ ଜେଏମଏଫ୍ସି ଭାବରେ କାମ କରି ଢେଙ୍କାନାଳ, କେନ୍ଦୁଝର, ଉଦଳା ଏବଂ କରଞ୍ଜିଆରେ ଉପବିଭାଗୀୟ ନ୍ୟାୟିକ ମ୍ୟାଜିଷ୍ଟ୍ରେଟ୍ ଭାବରେ କାର୍ଯ୍ୟଭାର ତୁଲାଇ ଥିଲେ । ୧୯୯୨ ରୁ ୧୯୯୭ ପର୍ଯ୍ୟନ୍ତ ନୂଆ ଦିଲ୍ଲୀ ର ‘କଷ୍ଟମ୍ସ ଏକ୍ସାଇଜ୍ ଗୋଲ୍ଡ୍ କନ୍ଟ୍ରୋଲ୍ ଅପିଲେଟ୍ ଟ୍ରିବ୍ୟୁନାଲ୍’ (CEGAT) ରେ ଉପ ନିବନ୍ଧକ ଭାବରେ କାର୍ଯ୍ୟ ସଂପାଦନ କଲେ । ୧୯୯୭ ରୁ ୧୯୯୮ ପର୍ଯ୍ୟନ୍ତ ପୁରୀ ଦେୱାନୀ ଅଦାଲତରେ ନିବନ୍ଧକ ଭାବରେ କାମ କଲେ । ୧୯୯୮ ରୁ ୨୦୦୧ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ଏବଂ ଆସିକାରେ ବରିଷ୍ଠ ଦେୱାନୀ ବିଚାରପତି ଭାବେ ଦାୟୀତ୍ଵ ନିର୍ବାହ କଲେ । ୨୦୦୧ ରୁ ୨୦୦୫ ପର୍ଯ୍ୟନ୍ତ କେନ୍ଦୁଝର ଏବଂ ନୁଆପଡ଼ାରେ ମୁଖ୍ୟ ନ୍ୟାୟିକ ମ୍ୟାଜିଷ୍ଟ୍ରେଟ୍ ଭାବରେ ଏବଂ ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ ଭାବରେ ନୟାଗଡ଼ ଏବଂ ବଲାଙ୍ଗୀରରେ କାମ କରିବା ପରେ ୨୦୦୭ ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶା ସରକାରର ଆଇନ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିଥିଲେ । ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶା ନ୍ୟାୟୀକ ଏକାଡେମୀ, କଟକର ନିର୍ଦ୍ଦେଶକ ଭାବରେ କାମ କରିଛନ୍ତି । ୨୦୧୪ ରୁ ୨୦୧୫ ପର୍ଯ୍ୟନ୍ତ ଜିଲ୍ଲା ବିଚାରପତି, ଖୋର୍ଦ୍ଧା, ଭୁବନେଶ୍ୱର ଭାବେ ଦାୟୀତ୍ୱ ନିର୍ବାହ କରିଛନ୍ତି ।[୨] ପଦୋନ୍ନତି ପାଇ ସେ ୧୭.୦୪.୨୦୧୫ ରୁ ୦୩.୦୭.୨୦୧୮ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତି ।[୧] ଅବସର ପରେ ୨୦୨୦ ମସିହାରେ ଓଡ଼ିଶା ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗ (ଖାଉଟି କମିସନ୍)ର ସଭାପତି ଭାବେ ସେ ନିଯୁକ୍ତ ହୋଇଥିଲେ ।[୩] ଆଧାର
|
Portal di Ensiklopedia Dunia