ଦେୱାନି ପ୍ରକ୍ରିୟା ସଂହିତା, ୧୯୦୮ |
---|
 |
An Act to consolidate and amend the laws relating to the procedure of the Courts of Civil Judicature.
WHEREAS it is expedient to consolidate and amend the laws relating to the procedure of the
Courts of Civil Judicature |
ଆଧାର | Act No. 05 of 1908 |
---|
ନିୟମାକାରକ | Imperial Legislative Council (India) |
---|
Date enacted | 21 March 1908 |
---|
Date commenced | 1 January 1909 |
---|
|
Civil Procedure Code, 1882 |
ଦେୱାନି ପ୍ରକ୍ରିୟା ସଂହିତା, ୧୯୦୮ ଭାରତରେ ସିଭିଲ ମାମଲାଗୁଡ଼ିକର ଅଦାଲତି ପ୍ରକ୍ରିୟା ସମ୍ବନ୍ଧୀୟ ଏକ ଆଇନ ଅଟେ ।[୧]
ଏହି ସଂହିତାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି: ପ୍ରଥମ ଭାଗରେ ୧୫୮ଟି ଧାରା ରହିଛି ଏବଂ ଦ୍ୱିତୀୟ ଭାଗରେ ପ୍ରଥମ ସୂଚୀ ଅଛି, ଯାହାରେ ୫୧ଟି ଆଦେଶ ଏବଂ ନିୟମ ରହିଛି । ଧାରାଗୁଡ଼ିକରେ ମୁଖ୍ୟତଃ ସାଧାରଣ ନୀତିଗତ ବ୍ୟବସ୍ଥା ତଥା ଦେୱାନୀ ଅଦାଲତର ଅଧିକାରକ୍ଷେତ୍ର ସମ୍ବନ୍ଧୀୟ ପ୍ରାବଧାନ ରହିଛି ଏବଂ ଆଦେଶ ଏବଂ ନିୟମଗୁଡ଼ିକ ଭାରତରେ ଦେୱାନୀ ମାମଲାର ଅଦାଲତି ପ୍ରକ୍ରିୟାର ଚାଳନା ପ୍ରଣାଳୀ ଓ ପଦ୍ଧତି ସୂଚିତ ହୋଇଛି ।
ଇତିହାସ
ବ୍ରିଟିଶ ଶାସନାଧୀନ ଭାରତରେ ସିଭିଲ ଅଦାଲତି ପ୍ରକ୍ରିୟାରେ ସମାନତା ଆଣିବା ପାଇଁ, ଭାରତର ବିଧାନ ପରିଷଦ ୧୮୫୮ ମସିହାରେ ସିଭିଲ ପ୍ରକ୍ରିୟା ସଂହିତା ପ୍ରଣୟନ କରିଥିଲା, ଯାହା ୨୩ ମାର୍ଚ୍ଚ ୧୮୫୯ ରେ ଗଭର୍ନର-ଜେନରାଲଙ୍କ ଅନୁମୋଦନ ପାଇଥିଲା । କିନ୍ତୁ ଏହି ସଂହିତା ପ୍ରେସିଡେନ୍ସି ସହରଗୁଡ଼ିକର ସୁପ୍ରିମ କୋର୍ଟ ଏବଂ ପ୍ରେସିଡେନ୍ସି ସ୍ମଲ କଜ୍ କୋର୍ଟସ୍ ପ୍ରତି ପ୍ରୟୋଜ୍ୟ ହେଉନଥିଲା । ଏହା ମାମଲା ପରିଚାଳନା କ୍ଷେତ୍ରରେ ରହିଥିବା ସମସ୍ୟାଗୁଡ଼ିକୁ ସମାଧାନ କରିପାରିଲା ନାହିଁ ଯେଉଁଥିପାଇଁ ୧୮୭୭ରେ ନୂତନ ସିଭିଲ ପ୍ରକ୍ରିୟା ସଂହିତା ପ୍ରଚଳିତ ହେଲା । ତଥାପି ଏହା ସମୟର ଆବଶ୍ୟକତାକୁ ପୂରଣ କରିପାରିଲା ନାହିଁ, ଫଳରେ ବହୁତ ଧାରାଗତ ସଂଶୋଧନ ଆଣାଯାଇଥିଲା । ୧୮୮୨ ମସିହାରେ ସିଭିଲ ପ୍ରକ୍ରିୟା ସଂହିତା, ୧୮୮୨ ପ୍ରଚଳିତ ହେଲା । ସମୟ ସହିତ ଅନୁଭବ ହେଲା ଯେ ଏହି ସଂହିତାର ଅଧିକ ନମନିୟତା ଓ କାର୍ଯ୍ୟକ୍ଷମତା ଆବଶ୍ୟକ । ଏହି ସମସ୍ୟାଗୁଡ଼ିକୁ ମୁକାବିଲା କରିବା ପାଇଁ ସିଭିଲ ପ୍ରକ୍ରିୟା ସଂହିତା, ୧୯୦୮ ପ୍ରଣୟନ କରାଯାଇଥିଲା । ଯଦିଓ ଏହି ସଂହିତାକୁ ଅନେକଥର ସଂଶୋଧନ କରାଯାଇଛି, ଏହା ସମୟର ଆବଶ୍ୟକତା ଅନୁସାରେ ଦେୱାନୀ ଅଦାଲତି ପ୍ରକ୍ରିୟାକୁ ସୁଗମ କରିବାରେ ସଫଳ ହୋଇଛି ।[୨]
ସଂଶୋଧନ
ସିଭିଲ୍ ପ୍ରକ୍ରିୟା ସଂହିତା (The Code of Civil Procedure) କୁ ୨୦୦୨ ମସିହାରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଥିଲା । ସଂହିତାର ସଂଶୋଧନର ପ୍ରଧାନ ଉଦ୍ଦେଶ୍ୟ ଥିଲା, ଏହି ଆଇନ ଅନ୍ତର୍ଗତ ଚାଲୁଥିବା ଦେବାନି ମାମଲାଗୁଡ଼ିକର ଦ୍ରୁତ ବିଚାର ନିଶ୍ଚିତ କରିବା ।
ସିଭିଲ୍ ପ୍ରକ୍ରିୟା ସଂହିତା (ସଂଶୋଧନ) ଆଇନ ୨୦୧୫
ବାଣିଜ୍ୟିକ ଅଦାଳତ ସ୍ଥାପନ ଏବଂ ତାହା ସମ୍ବନ୍ଧୀୟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି, ସିଭିଲ୍ ପ୍ରକ୍ରିୟା ସଂହିତା (ସଂଶୋଧନ) ଆଇନ, ୨୦୧୬ ପ୍ରଣୟନ କରାଯାଇଥିଲା । ଏହି ବ୍ୟବସ୍ଥାଗୁଡ଼ିକ ନିର୍ଦ୍ଦିଷ୍ଟ ମୂଲ୍ୟର ବାଣିଜ୍ୟିକ ବିବାଦମାନେ ପ୍ରତି ଲାଗୁହୁଏ । ଏହି ଆଇନ ସ୍ପଷ୍ଟ କରିଥିଲା ଯେ, ଆଇନ ଦ୍ୱାରା ସଂଶୋଧିତ ସିଭିଲ୍ ପ୍ରକ୍ରିୟା ସଂହିତାର ବ୍ୟବସ୍ଥାଗୁଡ଼ିକ ସମ୍ପୃକ୍ତ ରାଜ୍ୟ ସରକାର ଦ୍ୱାରା କୃତ କୌଣସି ସଂଶୋଧନ କିମ୍ବା ଉଚ୍ଚ ଅଦାଳତର ନିୟମମାନଙ୍କ ଉପରେ ପ୍ରମୁଖ ପ୍ରଭାବ ପକାଇବ ।[୩]
ସିଭିଲ୍ ପ୍ରକ୍ରିୟା ସଂହିତା, ୧୯୦୮ କୁ ପରେ ୨୦୧୮ ମସିହାରେ ପୁନର୍ବାର ସଂଶୋଧନ କରାଯାଇଥିଲା ।[୪]
ସଂରଚନା
ପ୍ରାରମ୍ଭିକ (ଧାରା ୧ ରୁ ୮)
ଧାରା
|
ବର୍ଣ୍ଣନା
|
1
|
ସଂକ୍ଷିପ୍ତ ଶୀର୍ଷକ, ଆରମ୍ଭ ଏବଂ ପ୍ରୟୋଗ କ୍ଷେତ୍ର
|
2
|
ସଂଜ୍ଞା
|
3
|
ଅଦାଲତମାନଙ୍କର ଅଧୀନତା
|
4
|
ରକ୍ଷଣ କ୍ଲଜ୍ (Saving Clause)
|
5
|
ରେଭିନ୍ୟୁ ଅଦାଲତମାନଙ୍କୁ ସଂହିତାର ପ୍ରୟୋଗ
|
6
|
ଆର୍ଥିକ ଅଧିକାର କ୍ଷେତ୍ର
|
7
|
ପ୍ରାଦେଶିକ ଛୋଟ ଦାବି (small cause courts) ଅଦାଲତ
|
8
|
ପ୍ରେସିଡେନ୍ସି ଛୋଟ ଦାବି (small cause courts) ଅଦାଲତ
|
ଅଦାଲତର ଅଧିକାର କ୍ଷେତ୍ର ଏବଂ ପୂର୍ବ ନିର୍ଣ୍ଣୟ (ଧାରା ୯ ରୁ ୧୪)
ଧାରା
|
ବିବରଣୀ
|
9
|
ଯେତେବେଳ ଯାଏଁ ନିଷେଧାଦେଶ/ବାଧା ନଥାଏ, ସମସ୍ତ ସିଭିଲ୍ ମାମଲା ଅଦାଲତରେ ଚାଲିବ।
|
10
|
ମାମଲା ରହିତାଦେଶ (Stay of Suit)।
|
11
|
ପୂର୍ବ ନିର୍ଣ୍ଣୟକୃତ ମାମଲାରେ ପୁନର୍ବାର ମୂଳ ମାମଲା ଦାଖଲ ନିଷେଧ (Res-Judicata)।
|
12
|
ଅତିରିକ୍ତ ମାମଲା ଉପରେ ନିଷେଧ ।
|
13
|
କେବେ ବିଦେଶୀ ଅଦାଲତ ରାୟ ନିଷ୍ପତ୍ତିକାରକ ହୁଏନି ।
|
14
|
ବିଦେଶୀ ଅଦାଲତ ରାୟ ସମ୍ପର୍କରେ ଧାରଣା (Presumption)।
|
ମାମଲା ରୁଜୁ କରିବାର ସ୍ଥାନ (ଧାରା ୧୫ ରୁ ୨୫)
ଧାରା
|
ବିବରଣୀ
|
15
|
ମାମଲା କେଉଁ ଅଦାଲତରେ ରୁଜୁ ହେବ।
|
16
|
ମାମଲାର ବିଷୟବସ୍ତୁ ଯେଉଁଠାରେ ଅବସ୍ଥିତ, ସେଠାରେ ମାମଲା ରୁଜୁ କରିବା।
|
17
|
ଭିନ୍ନ ଭିନ୍ନ ଅଦାଲତର ଅଧିକାର କ୍ଷେତ୍ରରେ ଅବସ୍ଥିତ ଅଚଳ ସମ୍ପତ୍ତି ସମ୍ପର୍କିତ ମାମଲା ।
|
18
|
ଅଦାଲତର ଅଧିକାର କ୍ଷେତ୍ର ସନ୍ଦିଗ୍ଧ ହୋଇଥିଲେ ମାମଲା କେଉଁଠି ରୁଜୁ କରିବା ।
|
19
|
ବ୍ୟକ୍ତି ବା ଚଳ ସମ୍ପତ୍ତି ପ୍ରତି ହାନି ପାଇଁ କ୍ଷତିପୂରଣ ମାଗିଥିବା ମାମଲା ।
|
20
|
ଅନ୍ୟାନ୍ୟ ମାମଲା, ଯେଉଁଠି ଅଭିଯୁକ୍ତ ବସବାସ କରନ୍ତି କିମ୍ବା କାର୍ଯ୍ୟ ଘଟିଥିବା ଅଞ୍ଚଳରେ ରୁଜୁ କରିବା ।
|
21
|
ଅଧିକାର କ୍ଷେତ୍ର ଉପରେ ଆପତ୍ତି।
|
21A
|
ମାମଲା ରୁଜୁ ସ୍ଥାନ ବିଷୟରେ ଆପତ୍ତି ଉପରେ ଆଧାର କରି ରାୟ ବାତିଲ କରିବା ଉପରେ ନିଷେଧ ।
|
22
|
ଯେଉଁ ମାମଲା ଅନେକ ଅଦାଲତରେ ରୁଜୁ କରାଯାଇପାରେ, ସେଇଠି ମାମଲା ସ୍ଥାନାନ୍ତର କରିବାର ଶକ୍ତି।
|
23
|
ଆବେଦନ କେଉଁଠି ଦାଖଲ କରିବା ।
|
24
|
ସାଧାରଣ ଭାବେ ମାମଲା ସ୍ଥାନାନ୍ତର ଓ ପ୍ରତ୍ୟାହାର କରିବାର ଶକ୍ତି।
|
25
|
ଭାରତର ସର୍ବୋଚ୍ଚ ଅଦାଲତଙ୍କର ମାମଲା ଇତ୍ୟାଦି ସ୍ଥାନାନ୍ତର କରିବାର ଶକ୍ତି ।
|
ମୋକଦମା ଆରମ୍ଭ (ଧାରା ୨୬ ରୁ ୩୩)
ଧାରା
|
ବିବରଣୀ
|
26
|
ମୋକଦ୍ଦମା ଆରମ୍ଭ
|
27
|
ପ୍ରତିବାଦୀଙ୍କୁ ସମନ୍ ଜାରି ।
|
28
|
ଅନ୍ୟ ରାଜ୍ୟରେ ବସବାସ କରୁଥିବା ପ୍ରତିବାଦୀଙ୍କ ପାଇଁ ସମନ୍ ସରବରାହ।
|
29
|
ବିଦେଶୀ ସମନ୍ ସରବରାହ।
|
30
|
ଆବିଷ୍କାର ଏବଂ ସଦୃଶ କାର୍ଯ୍ୟକୁ ଆଦେଶ ଦେବାର ଶକ୍ତି।
|
31
|
ସାକ୍ଷୀଙ୍କୁ ସମନ୍।
|
32
|
ଆଦେଶ ଅମାନ୍ୟ ପାଇଁ ଦଣ୍ଡ।
|
ରାୟ, ଡିକ୍ରୀ, ସୁଧ, ଖର୍ଚ୍ଚ (ଧାରା ୩୫, ୩୫ଏ ଓ ୩୫ବି)
ଧାରା
|
ବିବରଣୀ
|
33
|
ରାୟ ଏବଂ ଡିକ୍ରୀ
|
34
|
ସୁଧ
|
35
|
ଖର୍ଚ୍ଚ
|
35A
|
ମିଥ୍ୟା କିମ୍ବା ଅଯଥାର୍ଥ ଦାବି ବା ପକ୍ଷର ମାମଲା ପ୍ରତିରକ୍ଷା ନିମିତ୍ତରେ ପ୍ରତିପୂରକ ଖର୍ଚ୍ଚ।
|
35B
|
ବିଳମ୍ବ କରିଥିବା ପାଇଁ ଦଣ୍ଡରୂପକ ଖର୍ଚ୍ଚ
|
ଅଦାଲତି ଡିକ୍ରି/ଆଦେଶର କାର୍ଯ୍ୟାନ୍ଵୟନ/ନିଷ୍ପାଦନ
ସାଧାରଣ(ଧାରା ୩୬ ଏବଂ ୩୭)
ଧାରା
|
ବର୍ଣ୍ଣନା
|
୩୬
|
ଡିକ୍ରୀ ସହ ଅଦାଲତି ଆଦେଶ କାର୍ଯ୍ୟାନ୍ଵୟନ/ନିଷ୍ପାଦନ ପାଇଁ ମଧ୍ୟ ପ୍ରାବଧାନ ପ୍ରଯୁଯ୍ୟ
|
୩୭
|
ଡିକ୍ରି ଆଦେଶ କରିଥିବା ଅଦାଲତର ସଜ୍ଞା
|
କେଉଁ ଅଦାଲତ ଦ୍ଵାରା ଡିକ୍ରି କାର୍ଯ୍ୟାନ୍ଵୟନ ହୋଇପାରିବ(ଧାରା ୩୮ to ୪୬)
ଧାରା
|
ବର୍ଣ୍ଣନା
|
୩୮
|
ଡିକ୍ରିର କାର୍ଯ୍ୟାନ୍ଵୟନ/ନିଷ୍ପାଦନ କେଉଁ ଅଦାଅଲତ ଦ୍ଵାରା ହୋଇପାରିବ
|
୩୯
|
ଡିକ୍ରିର ସ୍ଥାନାନ୍ତରଣ
|
୪୦
|
ଅନ୍ୟରାଜ୍ୟରେ ଥିବା ଅଦାଲତକୁ ଡିକ୍ରିର ସ୍ଥାନାନ୍ତରଣ
|
୪୧
|
କାର୍ଯ୍ୟାନ୍ଵୟନ ମାମଲାର ଫଳାଫଳ ସଂପୃକ୍ତ ଅଦାଲତ ଦ୍ଵାର ପ୍ରମାଣିତ ହେବା ଆବଶ୍ୟକ
|
୪୨
|
ସ୍ଥାନାନ୍ତରିତ ହୋଇଥିବା ଡିକ୍ରିର କାର୍ଯ୍ୟାନ୍ଵୟନରେ ଅଦାଲତର ଶକ୍ତି
|
୪୩
|
ସି ପି ସି ଲାଗୁ ହେଉ ନ ଥିବା ଅଞ୍ଚଳରେ ଥିବା ଦେୱାନି ଅଦାଲତ ଦ୍ଵାରା ଡିକ୍ରିର କାର୍ଯ୍ୟାନ୍ଵୟନ/ନିଷ୍ପାଦନ
|
୪୪
|
ସି ପି ସି ଲାଗୁ ହେଉ ନ ଥିବା ଅଞ୍ଚଳରେ ଥିବା ରେଭେନ୍ୟୁ ଅଦାଲତ ଦ୍ଵାରା ଡିକ୍ରିର କାର୍ଯ୍ୟାନ୍ଵୟନ/ନିଷ୍ପାଦନ
|
୪୪-କ
|
ବ୍ୟତିକାରୀ ରାଜ୍ୟକ୍ଷେତ୍ରରେ ଥିବା ଦାଲତ ଦ୍ଵାରା ଡିକ୍ରିର କାର୍ଯ୍ୟାନ୍ଵୟନ/ନିଷ୍ପାଦନ
|
୪୫
|
ବିଦେଶରେ ଥିବା ଅଦାଲତ ଦ୍ଵାରା ଡିକ୍ରିର କାର୍ଯ୍ୟାନ୍ଵୟନ/ନିଷ୍ପାଦନ .
|
୪୬
|
ଆଜ୍ଞାପତ୍ର.
|
କେଉଁ କେଉଁ ପ୍ରଶ୍ଣର ଅବଧାରଣା ଡିକ୍ରି ନିଷ୍ପାଦନ କରିବା ଅଦାଲତ ନିର୍ଣ୍ଣୟ କରିବେ.
ଧାରା ୪୭- ଯେଉଁ ପ୍ରଶ୍ଣର ଅବଧାରଣା ଡିକ୍ରି ନିଷ୍ପାଦନ କରିବା ଅଦାଲତ ହିଁ ନିର୍ଣ୍ଣୟ କରିବେ
କାର୍ଯ୍ୟାନ୍ଵୟନର ସମୟ ଅବଧି
ଧାରା ୪୮- [ନିରସିତ]
ଆଇନଗତ ଉତ୍ତରାଧୀକାରି ଏବଂ ହସ୍ତାନ୍ତରିତ ବ୍ୟକ୍ତି/ଅଦାଲତ
ଧାରା
|
ବର୍ଣ୍ଣନା
|
୪୯
|
ହସ୍ତାନ୍ତରିତ ବ୍ୟକ୍ତି/ଅଦାଲତ.
|
୫୦
|
ଆଇନଗତ ଉତ୍ତରାଧିକାରି
|
କାର୍ଯ୍ୟାନ୍ଵୟନର ପ୍ରକ୍ରିୟା (ଧାରା୫୧ ରୁ ୫୪)
ଧାରା
|
ବର୍ଣ୍ଣନା
|
୫୧
|
ଡିକ୍ରିର କାର୍ଯ୍ୟାନ୍ଵୟନ/ନିଷ୍ପାଦନରେ ଅଦାଲତର ଭୂମିକା ତଥା ଶକ୍ତି.
|
୫୨
|
ଆଇନଗତ ଉତ୍ତରାଧିକାରିଙ୍କ ବିରୁଦ୍ଧରେ ଡିକ୍ରିର କାର୍ଯ୍ୟାନ୍ଵୟନ/ନିଷ୍ପାଦନ
|
୫୩
|
ପୈତୃକ ସମ୍ପତ୍ତିରେ ଦେୟତା
|
୫୪
|
ସମ୍ପତ୍ତିର ବିଭାଜନ ବା ଉତ୍ତରାଧିକାରିଙ୍କ ମଧ୍ୟରେ ସମ୍ପତ୍ତି ଅଂଶର ପୃଥକୀକରଣ
|
ଆଧାର