ନବରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ନବରଙ୍ଗପୁର (କ୍ରମିକ ସଂଖ୍ୟା: ୭୫) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୨] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନବରଙ୍ଗପୁର (ପୌ), ନବରଙ୍ଗପୁର ବ୍ଳକ, ନନ୍ଦାହାଣ୍ଡି ବ୍ଳକ, ତେନ୍ତୁଳୀଖୁଣ୍ଟି ବ୍ଳକ ଓ କୋଷାଗୁମୁଡ଼ା ବ୍ଳକର କିଛି ଅଞ୍ଚଳ ।[୩][୪] ଗତ ୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଗୌରୀ ଶଙ୍କର ମାଝି ବିଜୁ ଜନତା ଦଳ ପ୍ରାର୍ଥୀ କୌଶଲ୍ୟା ପ୍ରଧାନିଙ୍କଠାରୁ ୨୫,୦୯୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୫] ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋହର ରନ୍ଧାରୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସଦନ ନାୟକଙ୍କଠାରୁ ୧୧,୩୮୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୬] ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋହର ରନ୍ଧାରୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସଦନ ନାୟକଙ୍କଠାରୁ ୩,୩୩୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୭] ନିର୍ବାଚିତ ବିଧାୟକଗଣ୧୯୫୧ରୁ ୨୦୨୪ ମଧ୍ୟରେ ମୋଟ ୧୭ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୮][୯][୬]
୨୦୦୯ ନିର୍ବାଚନ ଫଳାଫଳ
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ ସୂଚନା
ଆଧାର
|
Portal di Ensiklopedia Dunia