ନର୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ନର୍ଲା (କ୍ରମିକ ସଂଖ୍ୟା: ୮୧) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନର୍ଲା ବ୍ଳକ, କର୍ଲାମୁଣ୍ଡା ବ୍ଳକ, ମଦନପୁର-ରାମପୁର ବ୍ଳକ ଓ କେସିଙ୍ଗା ବ୍ଳକର ୯ଟି ଗ୍ରାମ ପଞ୍ଚାୟତ (ବେଲଖଣ୍ଡି, ତୁଣ୍ଡଳା, ତୁର୍ଲାଖମନ୍, ସିର୍ଜାପାଲି, କନ୍ତେଶିର, କଶ୍ରୁପଡା, ପରଲସିଙ୍ଗା, ହାତୀଖୋଜ୍, ନୁନମାଠ ) ।[୨][୩] ଗତ ୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋରମା ମହାନ୍ତି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ଭକ୍ତ ଚରଣ ଦାସଙ୍କଠାରୁ ୫,୨୦୫ ଖଣ୍ଡ ଭୋଟ ଅଧିକ ଭୋଟ ପାଇ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଧନେଶ୍ୱର ମାଝୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକଙ୍କଠାରୁ ୧୫୭୬୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ ।[୫] ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭୂପିନ୍ଦର ସିଂହ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଶ୍ରୀକାନ୍ତ ହୋତାଙ୍କଠାରୁ ୨୭,୫୧୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬] ନିର୍ବାଚିତ ବିଧାୟକଗଣ୧୯୬୭ରୁ ୨୦୨୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୫]
୨୦୦୯ ନିର୍ବାଚନ ଫଳାଫଳ
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର
|
Portal di Ensiklopedia Dunia