ନିଓମାଇସିନ/ପଲିମାଇକ୍ସିନ ବି/ହାଇଡ୍ରୋକୋର୍ଟିଜୋନ
ନିଓମାଇସିନ/ପଲିମାଇକ୍ସିନ ବି/ହାଇଡ୍ରୋକୋର୍ଟିଜୋନ, ଅନ୍ୟମାନଙ୍କ ମଧ୍ୟରେ ଓଟୋସ୍ପୋରିନ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ବହିଃ କର୍ଣ୍ଣ ପ୍ରଦାହ (ସନ୍ତରଣକାରୀଙ୍କ କାନ) ଏବଂ କେତେକ ଚକ୍ଷୁ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ଏଥିରେ ଆଣ୍ଟିବାୟୋଟିକ୍ ନିଓମାଇସିନ, ପଲିମିକ୍ସିନ ବି ଏବଂ ଷ୍ଟିରଏଡ ହାଇଡ୍ରୋକୋର୍ଟିଜୋନ ଥାଏ ।[୩] ଏହା କାନ ବୁନ୍ଦା କିମ୍ବା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୨] [୩] ସବୁଠାରୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ ଏବଂ ଚର୍ମ ରୋଗ ରାସ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ହାଇଭ୍ସ, ଆନାଫାଇଲକ୍ସିସ୍, ଶ୍ରବଣ ଶକ୍ତି ହ୍ରାସ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୨] [୪] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ । [୧] ଆଣ୍ଟିବାୟୋଟିକ ନିର୍ଦ୍ଦିଷ୍ଟ ପ୍ରକାରର ବ୍ୟାକ୍ଟେରିଆକୁ ମାରିଦିଏ ଓ ଷ୍ଟିରଏଡ ପ୍ରଦାହକୁ ହ୍ରାସ କରିଦିଏ ।[୫] ୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୩] ଯୁକ୍ତରାଜ୍ୟରେ ୨୦୧୯ ସୁଦ୍ଧା ୧୦ ମିଲି ବୋତଲର ମୂଲ୍ୟ ପ୍ରାୟ ୭.୪୫ ପାଉଣ୍ଡ ଥଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୫୦ ଡଲାର ଥିଲା ।[୬] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୩୦୪ ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ନିୟୁତରୁ ଅଧିକ ପ୍ରେସକ୍ରିପସନ ରହିଥିଲା ।[୭] ଆଧାର
|
Portal di Ensiklopedia Dunia