ପି. କେ. ବାଲାସୁବ୍ରମଣ୍ୟନ
ପେରୁଭିମ୍ବା କୃଷ୍ଣ ଆୟାର ବାଲାସୁବ୍ରମଣ୍ୟନ (ପି. କେ. ବାଲାସୁବ୍ରମଣ୍ୟନ) (ଜନ୍ମ ୨୮ ଅଗଷ୍ଟ ୧୯୪୨) ଭାରତୀୟ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି, ଯିଏ ଆଗଷ୍ଟ ୨୦୦୪ଠାରୁ ଆଗଷ୍ଟ ୨୦୦୭ ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟରତ ଥିଲେ ।[୧] ଏହାର ପୂର୍ବରୁ, ବାଳାସୁବ୍ରମଣ୍ୟନ ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଥିଲେ । ସେ ନିୟମିତ ଭାବରେ Outlook Magazine ପାଇଁ ଲେଖାଲେଖି କରନ୍ତି । ମାଡ୍ରାସ ଉଚ୍ଚ ନ୍ୟାୟାଳୟଦ୍ୱାରା ଦକ୍ଷିଣ ରେଲପଥ ଏବଂ Cast Constructions P Ltd ନାମକ ଏକ କମ୍ପାନୀ ମଧ୍ୟରେ ଏକ ବିବାଦ ସମାଧାନ କରିବା ପାଇଁ ତାଙ୍କୁ ଜଣେ ସ୍ୱାଧୀନ ଆର୍ବିଟ୍ରେଟର ଭାବେ ନିଯୁକ୍ତ କରାଯାଇଥିଲା ।[୨] ଅଗଷ୍ଟ ୨୮, ୧୯୪୨ରେ ଜନ୍ମିତ ବାଳାସୁବ୍ରମଣ୍ୟନ୍ ମାଡ୍ରାସ୍ ବାର୍ କାଉନସେଲର ସଭ୍ୟ ଭାବେ ଅକ୍ଟୋବର ୫, ୧୯୬୪ରେ ଯୋଗ ଦେଇଥିଲେ । ସେ କେରଳ ଉଚ୍ଚନ୍ୟାୟାଳୟରେ ଦେୱାନୀ ଏବଂ ସଂବିଧାନିକ ଆଇନରେ ଓକିଲାତି ଆରମ୍ଭ କରିଥିଲେ । ସେ ଖାଦ୍ୟ ନିଗମ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ପାଇଁ ଷ୍ଟାଣ୍ଡିଂ କାଉନସେଲ ଭାବେ ନିଯୁକ୍ତ ହୋଇଥିଲେ । ସେ କେରଳ ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବେ ୪ ଜୁନ୍, ୧୯୯୨ରେ ନିଯୁକ୍ତ ହୋଇଥିଲେ ଏବଂ ସ୍ଥାୟୀ ବିଚାରପତି ଭାବେ ୧୦ ମାର୍ଚ୍ଚ, ୧୯୯୩ରେ ନିଯୁକ୍ତ ହୋଇଥିଲେ । ସେ ୫ ଡିସେମ୍ବର, ୨୦୦୧ରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।[୩] ପରବର୍ତ୍ତୀକାଳରେ ସେ ଝାରଖଣ୍ଡ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ୧୦.୩.୨୦୦୩ଠାରୁ ନିଯୁକ୍ତ ହୋଇ ୨୬.୮.୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ସେ ୨୭.0୮.୨୦୦୪ରେ ଭାରତ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ଉନ୍ନିତ ହୋଇଥିଲେ ଏବଂ ୨୮ ଅଗଷ୍ଟ, ୨୦୦୭ରେ ପଦରୁ ଅବସର ଗ୍ରହଣ କରିଥିଲେ । ଆଧାର
|
Portal di Ensiklopedia Dunia