ପ୍ରେମୀ ନମ୍ବର ୱାନ୍
ପ୍ରେମୀ ନମ୍ବର ୱାନ୍ ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସଞ୍ଜୟ ନାୟକ (ଟୁଟୁ) ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଓ କାହାଣୀ ରଚନା କରିଥିଲେ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ସ୍ୱରୂପ ନାୟକ ଏହି କଥାଟିର ସ୍ୱର ସଂଯୋଜନା କରିଥିଲେ । ଭବାନୀ ପ୍ରସାଦ ଏହି କଥାଚିତ୍ରଟିର ସହ-ନିର୍ଦ୍ଦେଶନା ଦେଇଥିଲେ ।[୧] ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ କୋଏଲ ମଲ୍ଲିକ ।[୨] ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ଗ୍ଲୋରିଆ ମହାନ୍ତି, ଜୟୀରାମ ସାମଲ, ଶ୍ୟାମଳେନ୍ଦୁ, କାନ୍ତା ସିଂହ, ମନୁ ପତି, ଚକ୍ରଧର ସାହୁ, ରାହୁଲ ଦେବ, ଦେବୁ ବୋଷ, ସରୋଜ ଦାସ, ସାହେବ ସିଂହ, ହରିହର ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୦୫ ମସିହାର ଜୁନ ୧୨ ତାରିଖରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିଥିଲା ।[୩] ଅଭିନୟ
କାହାଣୀଗୀତ ଏବଂ ସଙ୍ଗୀତସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ଇରା ମହାନ୍ତି, ତପୁ ମିଶ୍ର, ଟି. ସୌରୀ, କୁମାର ବାପି, ସ୍ୱରୂପ ନାୟକ, ଉଦିତ ନାରାୟଣ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଗୀତ
ଆଧାର
ବାହାର ଆଧାର
|
Portal di Ensiklopedia Dunia