ପ୍ୟାଡ ଆବର୍ଟ ପରୀକ୍ଷଣ ୧
ପ୍ୟାଡ ଏବର୍ଟ ପରୀକ୍ଷଣ ୧ ୧୭ ନଭେମ୍ବର, ୧୯୬୩ ମସିହାର ଆପୋଲ ଅନ୍ତରୀକ୍ଷ ଯାନର ପ୍ରଥମ ନିରସ୍ତ ପରୀକ୍ଷଣ ଥିଲା । ଏକ ପ୍ୟାଡ ଏବର୍ଟ ପରୀକ୍ଷଣ ଲଞ୍ଚ ଏସ୍କେପ ସିସ୍ଟମର ପରୀକ୍ଷଣ ଅଟେ, ଏହା ନିର୍ଦ୍ଧାରିତ କରିବା ପାଇଁ ଲଞ୍ଚ ପ୍ୟାଡରେ କୌଣସି ଆପାତ ସ୍ଥିତିର ସୁରକ୍ଷା ପାଇଁ ଏକ ଅନ୍ତରୀକ୍ଷ ଯାନର ଦଳକୁ ବହୁ ଭଲ ରୂପେ ସିସ୍ଟମ ମିଳିପାରେ । ଆପୋଲୋ ପ୍ରୋଗ୍ରାମରେ ବଏଲରପ୍ଲେଟ କୃ ମଡ୍ୟୁଲ ସହିତ ଲଞ୍ଚ ଏସ୍କେପ ସିସ୍ଟମ ପାଇଁ ବହୁ ପ୍ୟାଡ ଆବର୍ଟ ଟେଷ୍ଟ ସାମିଲ ଥିଲା :
ଉଦ୍ଦେଶ୍ୟପ୍ୟାଡ ଏବର୍ଟ ପରୀକ୍ଷଣ ୧ ପ୍ୟାଡରୁ ପଳାୟନ ଅନୁଶାରେ ଆପୋଲୋ ଅନ୍ତରୀକ୍ଷ ଯାନରେ ପ୍ରଭାବର ପରୀକ୍ଷା କରିବାର ଏକ ମିଶନ ଥିଲା । ଲଞ୍ଚ ଏସ୍କେପ ସିସ୍ଟମ (ଏଲଇଏସ) ଅନ୍ତରୀକ୍ଷ ଯାନକୁ ଆପାତକାଳ ସ୍ଥିତିରେ ଲଞ୍ଚ ପ୍ୟାଡରେ ରକେର୍ଟରୁ ଦୂର କରିବାରେ ସକ୍ଷମ ହେବାରଥିଲା । ଲଞ୍ଚ ଏସ୍କେପ ସିସ୍ଟମ ଯୋଜନା ଅନୁଷାରେ ଅନ୍ତରୀକ୍ଷ ଯାନକୁ ବହୁତ କମ ସମୟରେ ଅଧିକ ଉଚ୍ଚକୁ ନେଇ ପ୍ୟାରାଚୁଟ ଖୋଲିଦେଲା । ଅନ୍ତରୀକ୍ଷ ଯାନକୁ ସଫଳତା ପୂର୍ବକ ପାଣିରେ ଓହ୍ଲେଇ ଦିଆଗଲା, ତଥା ଏହି ଅଭିଯାନ ସଫଳ ରହିଥିଲା । କାରଣ ଲଞ୍ଚ ଏସ୍କେପ ସିସ୍ଟମରେ ବହୁ କମ ସମୟରେ ଜଳ ଯାଉଥିବା ରକେର୍ଟ ଲାଗିଥାଏ ତଥା ରକେର୍ଟକୁ ଓଲଟା ଲଗାଯାଇଥାଏ, ଯାହାଦ୍ୱାରା ଏହା ଆହୁରି ଜୋରେ ଜଳିଥାଏ । ଏଥିପାଇଁ ଲଞ୍ଚ ଏସ୍କେପ ସିସ୍ଟମ ଆପାତକାଳରେ ବହୁ କମ ସମୟରେ ଅନ୍ତରୀକ୍ଷ ଯାନକୁ ଲଞ୍ଚ ପ୍ୟାଡରେ ରକେର୍ଟରୁ ଦୂରକୁ ନେଇଯାଇଥାଏ । ଉଡ଼ାଣରେ ଉତ୍ପାଦନ ମଣ୍ଡ ଲଞ୍ଚ ଏସ୍କେପ ସିସ୍ଟମ ଏବଂ ବାୟଲର ପକ୍ଷଲେଟ (ବିପି-୬) ଆପୋଲୋ ଅନ୍ତରୀକ୍ଷ ଯାନକୁ ପ୍ରସ୍ତୁତ କରିଥିବା ପ୍ରଥମ ମିଶନ ଅଟେ । ଅନ୍ତରୀକ୍ଷ ଯାନର ସରଂଞ୍ଚନାତ୍ମକ ଭାରକୁ ମାପିବା ପାଇଁ ଏଥିରେ କୌଣସି ସାଧନ ନିଆଯାଇ ନଥିଲା, କାରଣ କ୍ୟାପ୍ସୁଲର ବାୟଲରପ୍ଲେଟ ସରଂଞ୍ଚନା କୌଣସି ବାସ୍ତବିକ ଅନ୍ତରୀକ୍ଷ ଯାନର ପ୍ରତୀବିମ୍ବିତ କରୁନଥିଲା । ଉଡାଣ![]() ୭ ନଭେମ୍ବର, ୧୯୬୩ ମସିହାରେ ସ୍ଥାନୀୟ ସମୟର 09:00:01ରେ ଲଞ୍ଚ ଏସ୍କେପ ସିସ୍ଟମରେ ଏକ ପଳାୟନ ସଙ୍କେତ ପଠା ଯାଇଥିଲା । ଏହା ଏକ ଅନୁକ୍ରମ ଆରମ୍ଭ କରିଥିଲା ଯେଉଁଥିରେ ଅନ୍ତରୀକ୍ଷ ଯାଙ୍କୁ ଉପରକୁ ନେଇଯିବା ପାଇଁ ମୂଖ୍ୟ ରକେର୍ତଗୁଡ଼ିକ ନିଜ ଭୂମିକା ନିଭେଇଥିଲେ ଏବଂ ଛୋଟ ରକେର୍ଟ ଗୁଡିକୁ ସାଗର ଆଡକୁ ନେଇ ଯିବାର କାର୍ଯ୍ୟ କରିଥିଲା । ଲଞ୍ଚ ଏସ୍କେପ ସିସ୍ଟମକୁ ୧୫ ସେକେଣ୍ଡ ପରେ ଅଲଗା କରାଯାଇଥିଲା, ଯାହାଦ୍ୱାରା ଅନ୍ତରୀକ୍ଷାନ ବେଲିଷ୍ଟିକ ପ୍ରକ୍ଷେପବକ୍ରରେ ଗତି କରିବାକୁ ଲାଗିଲା । ପ୍ୟାରାଚୁଟ ପ୍ରଣାଳୀ ପୂର୍ଣ୍ଣ ଋପେ କାମ କରିଥିଲା: ଡ୍ରଗ ଶୁଟ ଅନ୍ତରୀକ୍ଷ ଯାନକୁ ସ୍ଥିର କରିଦେଇଥିଲା, ପରେ ତିନି ମୁଖ୍ୟ ପ୍ୟାରାଚୁଟ ଅନ୍ତରୀକ୍ଷ ଯାନ ପଡିବାର ଗତି ୨୬ କିଲୋମିଟର ପ୍ରତି ଘଣ୍ଟା କରିଦେଇ ଥିଲା । ଉଡ଼ାଣ ସହିତ ମିଳୁଥିବା ଏକମାତ୍ର ସମସ୍ୟା ଥିଲାକି, ଅନ୍ତରୀକ୍ଷ ଯାନର ବାହାର ଅଞ୍ଚଳରେ ଲଞ୍ଚ ଏସ୍କେପ ସିସ୍ଟମ ରକେର୍ଟ କାଲିଖ (ଜଳିବାଦ୍ୱାରା ପଡିଯାଉ ଥିବା କଳାପଣ) ଛଡା ଯାଇଥିଲା ଏବଂ ଅନ୍ତରୀକ୍ଷ ଯାନର ସ୍ଥିରତା ଅନୁମାନୀତରେ କମ ଥିଲା । ଗ୍ୟାଲେରି![]() ଆଧାର![]() ଉଇକିମିଡ଼ିଆ କମନ୍ସରେ Pad Abort Test-1
ବାବଦରେ ମାଧ୍ୟମ ରହିଛି ।
|
Portal di Ensiklopedia Dunia