ଫ୍ୟାମିଲି ନମ୍ବର୍ ୱାନ୍
ଫ୍ୟାମିଲି ନମ୍ବର୍ ୱାନ୍, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ଦ୍ର ପଣ୍ଡା ଏବଂ ଅଶୋକ ସାହୁ ।[୧] ବିଜୟଲକ୍ଷ୍ମୀ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଗୁଡ୍ଲି ରଥ, ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଏବଂ ମଧୁସ୍ମିତା । ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ବିଜୁ ବଡ଼ଜେନା, ନିରଞ୍ଜନ ପତି, ବିଜୟ ପଟ୍ଟନାୟକ, ପ୍ରିୟଙ୍କା, ସୁବାଷ ଚନ୍ଦ୍ର ସାହୁ, ସ୍ମୃତି, ସୁଭାଙ୍ଗି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧] ଅଭିନୟ
କାହାଣୀଆକାଶ (ଦୀପକ) ଏକ ଅନାଥ ପିଲାଟିଏ, ଯାହାର କେବେଳ ତା' ମାମୁଁ (ଚୌଧୁରୀ ଜୟପ୍ରକାଶ ଦାସ) ହିଁ ସାହା ଭରଷା । ଆକାଶ ତା' ଅଫିସ୍ରେ ଏକ ଝିଅ ମେଘ୍ନାକୁ (ମଧୁସ୍ମିତା) ଭଲ ପାଇବସେ । କିନ୍ତୁ ସେହି ଝିଅଟି ବି ଅନାଥ ଥାଏ, ଯାହାର ଗୋଟିଏ ସମ୍ପୂର୍ଣ୍ଣ ପରିବାରରେ ବିବାହ କରିବାର ଇଚ୍ଛା ଥାଏ । ତେଣୁ ଆକାଶ ତା'ର ଏକ ଅସ୍ଥାୟୀ ପରିବାର ତିଆରି କରେ । ସେ ଗୋଟିଏ ମଦୁଆ ପ୍ରାକ୍ତନ ଯାତ୍ରା କଳାକାରକୁ ତା'ର ବାପା, ଗୋଟେ ଚୋରଣୀକୁ ତା'ର ମାଆ ଏବଂ ଗୋଟିଏ ଝିଅକୁ ତା'ର ଭଉଣୀ କରି ଆଣି ଘରେ ରଖେ । ଏହାପରେ ଦୁହିଁଙ୍କର ବିବାହ ହୋଇଯାଏ । ମାତ୍ର ଧିରେ ଧିରେ ମେଘ୍ନା ସବୁକିଛି ଜାଣିପାରେ । ଫଳରେ ସେ ଘର ଛାଡ଼ିଯିବାକୁ ଚାହେଁ, ମାତ୍ର ସେଠାରେ ତା'ର ମିଛିମିଛିକା ଶାଶୁ, ଶଶୁର, ନଣନ୍ଦ ହୋଇଥିବା ଲୋକମାନେ ତାକୁ ସେମାନଙ୍କର ଭୁଲ ମାଗନ୍ତି ଏବଂ ସମସ୍ତ ଅନାଥମାନେ ମିଶି ଗୋଟେ ସୁନ୍ଦର ଫ୍ୟାମିଲି (ପରିବାର) ଗଢ଼ନ୍ତି । ଗୀତ ଏବଂ ସଙ୍ଗୀତଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ । ବାପୁ ଗୋସ୍ୱାମୀ ଏବଂ ଦୀପକ ଜେନା ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଗୀତ
ଆଧାର
ବାହାର ଆଧାର
|
Portal di Ensiklopedia Dunia