ବି. ଏସ. ବି. ନରେନ୍ଦ୍ର ମହାପାତ୍ର
ବି. ଏସ. ବି. ନରେନ୍ଦ୍ର ମହାପାତ୍ର (୨୦ ଅକ୍ଟୋବର ୧୯୨୮ - ୧୧ ଫେବୃଆରୀ ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ନରେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧] ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଜନ୍ମ, ପରିବାର ଓ ଶିକ୍ଷାବି. ଏସ. ବି. ନରେନ୍ଦ୍ର ମହାପାତ୍ର ୧୯୨୮ ମସିହାର ଅକ୍ଟୋବର ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବିରଞ୍ଚି ନାରାୟଣ ସିଂହ ଦେଓ ଏବଂ ପତ୍ନୀଙ୍କ ନାମ ଦୁର୍ଗେଶନନ୍ଦିନୀ ଦେବୀ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧] ରାଜନୈତିକ ଜୀବନନରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧] ମୃତ୍ୟୁବି. ଏସ. ବି. ନରେନ୍ଦ୍ର ମହାପାତ୍ର ୧୯୮୦ ମସିହାର ଫେବୃଆରୀ ମାସ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଅଲ । ଆଧାର
|
Portal di Ensiklopedia Dunia