ବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାର"ବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାର" ଭାରତର ଉଚ୍ଚତମ ନ୍ୟାୟାଲୟର ଏକ ଐତିହାସିକ ଫଇସଲା ଯେଉଁଠାରେ ବିଶାଖା ତଥା ଅନ୍ୟାନ୍ୟ ମହିଳା ସଂଗଠନ ରାଜସ୍ଥାନ ସରକାର ତଥା ଭାରତ ସରକାରଙ୍କ ବିରୁଦ୍ଧରେ ଏକ ଜନହିତ ମାମଲା ଦାୟର ପୂର୍ବକ କର୍ମଜୀବି ମହିଳାମାନଙ୍କ ସପକ୍ଷରେ ସମ୍ବିଧାନର ୧୪, ୧୯ ଓ ୨୧ ଧାରା ଅନୁସାରେ କର୍ମସ୍ଥଳୀରେ ସେମାନଙ୍କର ଅଧିକାର ତଥା ଯୌନ ଉତ୍ପୀଡନ ବିରୁଦ୍ଧରେ ବିହିତ ପଦକ୍ଷେପ ନିଶ୍ଚିତ କରିବା ପାଇଁ ଦାବୀ କରିଥିଲେ । ଭୱ୍ୱଁରୀ ଦେବୀ ନାମ୍ନୀ ଜନୈକ ସାମାଜିକ କର୍ମୀ ତାଙ୍କ କର୍ମ ସଂପାଦନା କରିବାକୁ ଯାଇ ଏକ ନିଷିଦ୍ଧ ଶିଶୁ ବିବାହ ବନ୍ଦ କରିବାକୁ ଯାଇ ଧର୍ଷଣର ଶୀକାର ହେବାପରେ ଏହି ମାମଲାଟି ଦାଖଲ ହୋଇଥିଲା ।[୧] ପୃଷ୍ଠଭୂମିଭାରତରେ ୧୯୯୭ ମସିହା ପୂର୍ବରୁ କର୍ମ ସ୍ଥଳୀରେ କର୍ମଜୀବୀ ମହିଳାଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡନ ସମ୍ବନ୍ଧୀୟ ଅଭିଯୋଗର ବିହିତ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧେ କାର୍ମିକ ସଂସ୍ଥାର ମୁଖ୍ୟଙ୍କ ଭୂମିକା ବିଷୟରେ କୌଣସି ଦିଶାନିର୍ଦ୍ଦେଶ ନ ଥିଲା । ତେଣୁ କର୍ମ ସ୍ଥଳୀରେ ମହିଳାଟିଏ ଯୌନ ଉତ୍ପୀଡନର ଶିକାର ହେଲେ ତାକୁ ଭାରତୀୟ ପିଙ୍ଗଳ କୋଡର ଧାରା ୩୫୪ କିମ୍ବା ଧାରା ୫୦୯ରେ ନିକଟସ୍ଥ ପୋଲିସ ଥାନାରେ ଏକ ମାମଲା ଦାଖଲ କରିବାକୁ ପଡୁଥିଲା । ତା ଛଡା ଏମିତି ଅନେକ ପ୍ରକାର ଯୌନ ଉତ୍ପୀଡନ ମାମଲା ଥିଲା, ଯେପରିକି ଅଶ୍ଳୀଳ ଇଙ୍ଗିତ ଦେବା, ଶରୀରର ସଂବେଦନଶୀଳ ଅଂଶକୁ ସ୍ପର୍ଶ କରିବା ଇତ୍ୟାଦି, ଯେଉଁଠି ପୋଲିସ ପାଇଁ ମଧ୍ୟ ଏହି ଦୁଇ ଦଫାରେ ମାମଲା ରୁଜ୍ଜୁ କରିବା କଷ୍ଟକର ହେଉଥିଲା ।[୧] ୧୯୯୨ ମସିହାରେ ରାଜସ୍ଥାନର ଭୱ୍ୱଁରୀ ଦେବୀ ନାମ୍ନୀ ଜଣେ ମହିଳା ସାମାଜିକ କର୍ମୀ ଏକ ବାଲ୍ୟ ବିବାହ ବନ୍ଦ କରିବାକୁ ଯାଇ ସ୍ଥାନୀୟ ଉଚ୍ଚ ଜାତିର ଲୋକଙ୍କ ତୀବ୍ର ବିରୋଧର ଶୀକାର ହେଲେ । ଏପରିକି ତଥାକଥିତ କିଛି ଉଚ୍ଚବର୍ଗର ଲୋକଙ୍କ ଦ୍ୱାର ସେ ଧର୍ଷଣର ଶିକାର ହେଲେ । ମହିଳା ଜଣକ ନ୍ୟାୟ ପାଇବା ଆଶାରେ ମାମଲା ରୁଜ୍ଜୁ କଲେ ସିନା, ହେଲେ ଅପରାଧୀ କିନ୍ତୁ ବିଚାର ପରେ ଖଲାସ ହୋଇଗଲେ । ଏହି ଘଟଣାରେ କିଛି ମହିଳା ସଂଗଠନ ଭୱ୍ୱଁରୀ ଦେବୀଙ୍କ ଏହି ନ୍ୟାୟ ପାଇଁ ଲଢେଇରେ ସାମିଲ ହୋଇ ଉଚ୍ଚତମ ନ୍ୟାୟାଳୟରେ ଉକ୍ତ ଜନହିତ ମାମଲା ଦାୟର କଲେ ।[୨] ମାର୍ଗଦର୍ଶକ ନିୟମଉଚ୍ଚତମ ନ୍ୟାୟାଳୟ ଉକ୍ତ ମାମଲାରେ କର୍ମ କ୍ଷେତ୍ରରେ ଯୌନ ଉତ୍ପୀଡନ ରୋକିବା ଦିଗରେ ସ୍ପଷ୍ଟ ଦିଶା ନିର୍ଦ୍ଦେଶ ଜାରି କରିବା ସହ ରାଜ୍ୟ ସରକାର ତଥା ସମସ୍ତ ସରକାରୀ ଓ ବେସରକାରୀ କର୍ମସଂସ୍ଥାନକୁ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉଚ୍ଚତମ ନ୍ୟାୟାଳୟ ଉକ୍ତ ମାମଲାରେ ଯୌନ ଉତ୍ପୀଡନର ନୂତନ ବ୍ୟାଖ୍ୟା କରିବା ସହ ଏ ଦିଗରେ କର୍ମ ସଂସ୍ଥାନର ମୁଖ୍ୟଙ୍କ ଭୂମିକା ସଂପର୍କରେ ସ୍ପଷ୍ଟ ଦିଶା ନିର୍ଦ୍ଦେଶ ଜାରୀ କରିଥିଲେ । ଉଚ୍ଚତମ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶାବଳୀ ବିଶାଖା ମାର୍ଗଦର୍ଶକ ନିୟମ ନାମରେ ଖ୍ୟାତ । ଉଚ୍ଚତମ ନ୍ୟାୟାଳୟ ଯୌନ ଉତ୍ପୀଡନର ନୂତନ ବ୍ୟାଖ୍ୟା କରିବାକୁ ଯାଇ ସ୍ପଷ୍ଟ କରିଛନ୍ତି ଯେ କର୍ମ କ୍ଷେତ୍ରରେ ଜଣେ କର୍ମଜୀବୀ ମହିଳା ସହ କ) ଶାରିରୀକ ସ୍ପର୍ଶ, (ଖ) ଯୌନ ସମ୍ଭୋଗ ପାଇଁ ଅନୁରୋଧ ବା ଦାବୀ (ଗ) ଅଶ୍ଳୀଳ ଇଙ୍ଗିତ କିମ୍ବା ମହିଳାଙ୍କ ଇଜ୍ଜତ ହାନୀ କଲା ଭଳି ଯେ କୌଣସି ଅଙ୍ଗଭଙ୍ଗି ପ୍ରଦର୍ଶନ, ଏହାସବୁ ଯୌନ ଉତ୍ପୀଡନ ଭାବେ ଗଣ୍ୟ ହେବ । ନିୟମରୁ ଅଧିନିୟମ୧୯୯୭ ମସିହାରେ ଉଚ୍ଚତମ ନ୍ୟାୟାଳୟ କର୍ମ କ୍ଷେତ୍ରରେ କର୍ମଜୀବି ମହିଳାଙ୍କ ଯୌନ ଉତ୍ପୀଡନ ନିରାକରଣ ଦିଗରେ ଏକ ଦିଶାନିର୍ଦ୍ଦେଶ ଜାରି କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୩ ମସିହାରେ ଭାରତ ସରକାର ଏହି ସବୁ ଦିଶା ନିର୍ଦ୍ଦେଶର ପାଳନ ନିଶ୍ଚିତ କରିବା ଉଦ୍ଦେଶ୍ୟରେ "The Sexual Harassment of Women at Workplace (Prevention, Prohibition and Redressal) Act, 2013" ଅଧିନିୟମିତ କରିଥିଲେ । ଉକ୍ତ ଅଧିନିୟମ 23 ଏପ୍ରିଲ ୨୦୧୩ ମସିହାରୁ କାର୍ଯ୍ୟକାରୀ ହେଲା ।[୩] ଆଧାର
ଆହୁରି ପଢନ୍ତୁ
|
Portal di Ensiklopedia Dunia