ବିଶ୍ୱନାଥ ଅଗ୍ରୱାଲା
ବିଶ୍ୱନାଥ ଅଗ୍ରୱାଲା (ଜନ୍ମ ୧୫ ଅକ୍ଟୋବର ୧୯୪୪) ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି । ସେ ନଭେମ୍ବର ୧୯୮୬ରେ ପାଟନା ଉଚ୍ଚନ୍ୟାୟାଳୟରେ ବିଚାରପତି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ, ସେ ନଭେମ୍ବର ୧୯୯୯ରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ହୋଇଥିଲେ। ସେ ୧୯ ଅକ୍ଟୋବର ୨୦୦୦ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ ୨୦୦୯ରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ।[୧][୨] ସେ ୨୦୧୪ରେ ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ ଆଇନର ବିରୋଧ କରିଥିଲେ, ଯାହା ବିଚାରପତିମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିପାରିଥାନ୍ତା । ଏହି ପ୍ରସଙ୍ଗରେ ସେ କହିଥିଲେ,[୩]
କାର୍ଯ୍ୟଜୀବନଅଗ୍ରୱାଲଙ୍କ ଜନ୍ମ ୧୯୪୪ ମସିହାରେ ହୋଇଥିଲା । ସେ ଏଲଏଲବି ପାସ୍ କରି ୧୯୯୬ରେ ପାଟନା ଉଚ୍ଚନ୍ୟାୟାଳୟରେ ଓକିଲାତି ଜୀବନ ଆରମ୍ଭ କରିଥିଲେ। ସେ ପ୍ରଧାନତଃ ଦେୱାନୀ ଏବଂ ସାମ୍ବିଧାନିକ ବିଷୟରେ ଓକିଲାତି ପେଷା ଆରମ୍ଭ କରିଥିଲେ । ସେ ୧୭ ନଭେମ୍ବର ୧୯୮୬ରେ ପାଟନା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଅଗ୍ରୱାଲ ନଭେମ୍ବର ୧୯୯୯ରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ହୋଇଥିଲେ । ତା'ପରେ ସେ ୧୯ ଅକ୍ଟୋବର ୨୦୦୦ରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦକୁ ପଦୋନ୍ନତ ହୋଇଥିଲେ ।[୪] ବିବାଦସେପ୍ଟେମ୍ବର ୨୦୧୭ରେ, ଭାରତୀୟ ଜାତୀୟ ଅନୁସନ୍ଧାନ ବ୍ୟୁରୋ (CBI)ଦ୍ୱାରା ଏହା ଅଭିଯୋଗ ହୋଇଥିଲା ଯେ ଅଗ୍ରୱାଲ ଲକ୍ଷ୍ନୌର ପ୍ରସାଦ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ତାଙ୍କ ପକ୍ଷରେ ଉପଯୁକ୍ତ ରାୟ ପାଇବାରେ ସହାୟତା କରିବାକୁ ବଡ଼ ପରିମାଣର ଅନୈତିକ ଟଙ୍କା ଗ୍ରହଣ କରିଥିଲେ।[୫] ସେ ବିଷୟର ତଦନ୍ତ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଦ୍ୱାରା ଜଣେ ବିଶେଷ ତଦନ୍ତ ଦଳ ଗଠନ କରାଯାଇଥିଲା ।[୬][୭] ଆଧାର
|
Portal di Ensiklopedia Dunia