ଭାରତୀୟ ମହାକାଶ ଗବେଷଣା ସଂସ୍ଥା12°58′0″N 77°34′0″E / 12.96667°N 77.56667°E
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ । ଏହା ପୃଥିବୀର ଛଅଟି ବଡ଼ ସରକାରୀ ମହାକାଶ ପ୍ରାଧିକରଣ ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (NASA), ଋଷିଆର RKA, ଇଉରୋପର ଇସା (ESA), ଚୀନର ସିନସଏ (CNSA) ଓ ଜାପାନର JAXA । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା - ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ ।[୩] ଏହା ୧୯୬୯ରେ ପ୍ରତିଷ୍ଠା ହୋଇଥିଲା । ଭାରତୀୟ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସମିତି (INCOSPAR) ବଦଳରେ ସ୍ଥାପିତ ହୋଇଥିଲା । ଇସ୍ରୋ ମୁଖ୍ୟ କାର୍ଯାଳୟ ବାଙ୍ଗାଲୋରଠାରେ ଅବସ୍ଥିତ । ଏହା ଭାରତ ସରକାରଙ୍କ ମହାକାଶ ବିଭାଗ ଅନ୍ତର୍ଗତ ଅଟେ, ଯାହାକି ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଅଛି । ଇସ୍ରୋକୁ ପ୍ରତିଷ୍ଠା କରିବାରେ ଡକ୍ଟର ବିକ୍ରମ ଅମ୍ବାଲାଲ୍ ସରାଭାଇଙ୍କର ଉଲ୍ଲେଖନୀୟ ଯୋଗଦାନ ଓ ଆପ୍ରାଣ ପ୍ରଚେଷ୍ଟା ଯୋଁଗୁ ତାଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଏ । ଭାରତର ପ୍ରଥମ କୃତ୍ରିମ ଉପଗ୍ରହ "ଆର୍ଯ୍ୟଭଟ୍ଟ" ଇସ୍ରୋଦ୍ୱାରା ପ୍ରସ୍ତୁତ ହୋଇଥିଲା ଓ ନିଜସ୍ୱ ଉତକ୍ଷେପଣଯାନ ଅଭାବରୁ ରୁଷିଆ ନିର୍ମିତ କୋସମୋସ-୩M ଯାନଦ୍ୱାରା ୧୯ ଏପ୍ରିଲ, ୧୯୭୫ ମସିହାରେ କପୁସ୍ତିନ ୟାର (kapustin yar)ରୁ ଉତକ୍ଷେପଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ମହାକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବା ସହିତ ଇସ୍ରୋ ନିଜସ୍ୱ ଉତକ୍ଷେପଣଯାନ ନିର୍ମାଣ କାରିବାରେ ସମର୍ଥହେଲା । ବର୍ତ୍ତମାନ ଇସ୍ରୋଦ୍ୱାରା ନିର୍ମିତ ଏସଏଲଭି (SLV),ଏଏସଏଲଭି (ASLV), ପିଏଏଲଭି (PSLV) ଏବଂ ଜିଏଏଲଭି(GSLV) ଶ୍ରେଣୀର ଅନେକ ଉତକ୍ଷେପଣଯାନଦ୍ୱାରା ଶତାଧିକ କୃତ୍ରିମ ଉପଗ୍ରହ ମହାକାଶକୁ ସଫଳତାର ସହ ପ୍ରେରଣ କରାଯାଇପାରିଛି । ଏହାସହ ଏକାସଙ୍ଗେ ୧୦୪ଟି କୃତ୍ରିମ ଉପଗ୍ରହକୁ ବିଭିନ୍ନ କକ୍ଷରେ ପ୍ରତିସ୍ଥାପନ କରି ବିଶ୍ୱରେକର୍ଡ ଲାଭକାରିବାର ଗୌରବହାସଲ କରିଛି ।[୪] ୫ ଜୁନ୍, ୨୦୧୭ରେ ଇସ୍ରୋ ୪ଟନ୍ ଓଜନ ବିଶିଷ୍ଟ GSAT-19 କୁତ୍ରିମ ଉପଗ୍ରହକୁ ଜିଏସଏଲଭି-ଏମକେ୩ (GSLV-Mk III)ଦ୍ୱାରା କକ୍ଷରେ ସ୍ଥାପନ କରିପାରିଲା । ଅକ୍ଟୋବର ୨୨, ୨୦୦୮ରେ ଇସ୍ରୋ ଚନ୍ଦ୍ରକୁ ଏକ ମାନବହୀନ ମହାକାଶଯାନ ପ୍ରେରଣ କରିଥିଲା । ଏହା ନଭେମ୍ବର ୮, ୨୦୦୮ରେ ଚନ୍ଦ୍ର କକ୍ଷରେ ଅବସ୍ଥାବିତ ହୋଇଥିଲା । ତତ୍ପରେ ନଭେମ୍ବର ୫, ୨୦୧୩ରେ ଭାରତର ପ୍ରଥମ ଅର୍ନ୍ତଗ୍ରହ ଅଭିଯାନ ମଙ୍ଗଳଯାନ ଆରମ୍ଭ କରିଥିଲା । ସେପ୍ଟେମ୍ବର ୧୪, ୨୦୧୪ରେ ମଙ୍ଗଳଯାନକୁ ମଙ୍ଗଳ କକ୍ଷରେ ଅବସ୍ଥାବିତ କରିପାରିଲା । ଅତଏବ ଏହିକ୍ଷେତ୍ରରେ ଭାରତ (ଇସ୍ରୋ) ଚୀନ ଓ ଜାପାନକୁ ପଛରେ ପକାଇ ଏସିଆରେ ପ୍ରଥମ ଏବଂ ବିଶ୍ୱରେ ଚତୁର୍ଥ ସ୍ଥାନ ହାସଲ କାରିପାରିଥିଲା ।[୫] ବିଗତ କିଛି ବର୍ଷରେ ଇସ୍ରୋ ୧୯୦ଟି ବିଦେଶୀ କୃତ୍ରିମ ଉପଗ୍ରହ ସଫଳତାର ସହ ପ୍ରକ୍ଷେପଣ କରି ବୈଦେଶିକ ମୁଦ୍ରା ବୃଦ୍ଧି କରିବାରେ ସମର୍ଥ ହୋଇଛି ଏବଂ ଆଗାମୀ ଦିନରେ ଏହା ଅଧିକ ହେବ ବୋଲି ଆଶା କରାଯାଉଛି । ଏହାକୁ ଦେଖାଶୁଣା କରିବା ପାଇଁ ଆଣ୍ଟ୍ରିକ୍ଷ୍ କର୍ପୋରେଶନ (Antrix Corporation) ନାମକ ଏକ ବ୍ୟବସାୟିକ ବିଭାଗର ଗଠନ କରାଯାଇଛି । ଇସ୍ରୋ ଭବିଷ୍ୟତ ପାଇଁ ଅନେକ କାର୍ଯ୍ୟକ୍ରମର ଯୋଜନା କରୁଅଛି । ତନ୍ନମଧ୍ୟରୁ ୟୁଏଲଭି (ULV), ପୁନ୍ନଃ-ବ୍ୟବହାରଯ୍ୟୋଗ୍ୟ (RLV), ମହାକାଶଚାରୀ ପ୍ରେରଣ, ମହାକାଶ ଷ୍ଟେସନ ନିର୍ମାଣ ଆଦି ଉଲ୍ଲେଖନୀୟ । ଐତିହାସିକ ପୃଷ୍ଠଭୁମିଭାରତରେ ନିଜସ୍ୱ ଆଧୁନିକ ମହାକାଶ ଗବେଷଣାର ଭତ୍ତିପ୍ରସ୍ତର ବୈଜ୍ଞାନିକ ଡକ୍ଟର ବିକ୍ରମ ଅମ୍ବାଲାଲ୍ ସରାଭାଇଙ୍କ ନେତୃତ୍ୱରେ ୧୯୬୨ରେ ଆରମ୍ବ ହୋଇଥିଲା । ଏହାକୁ ସଫଳ ରୂପାୟନ କରିବାଲାଗି ତତ୍କାଳିନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଅକୁଣ୍ଠ ସହଯୋଗ ରହିଥିଲା । ପରିଣାମସ୍ୱରୁପ, ଥିରୁଅନନ୍ତପୁରମ୍ (ଥୁମ୍ବା)ଠାରେ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅନିଷ୍ଠାନ (Space Science and Technology)ର ପ୍ରତିଷ୍ଠା କରାଯାଇଥିଲା । ସେଠାରୁ ନାଇକ ଆପାଚେ ନାମକ ରକେଟର ପରୀକ୍ଷାମୂଳକ ଉତକ୍ଷେପଣ ମାଧ୍ୟମରେ ଆମ ଭାରତରେ ମହାକାଶ ଯୁଗର ଅୟମାରମ୍ବ ଘଟିଥିଲା । ଏହାର ପୂର୍ବରୁ ଆମ ଦେଶରେ ପ୍ରାରମ୍ଭିକ ସ୍ତରରେ ମହାକାଶ ଗବେଷଣାର ମୂଳଦୁଆ ୧୯୨୦ରୁ ଘଟିଥିଲା ବୋଲି କୁହାଯାଇପାରେ । ସେହିସମୟରେ କଲିକତାଠାରେ ବୈଜ୍ଞାନିକ ଏସ. କେ. ମିତ୍ର ରେଡିଓ ସଙ୍କେତ ଜରିଆରେ ବାୟୁମଣ୍ଡଳର ଆୟୋନୋସ୍ଫିୟର ଉପରେ ଅଧ୍ୟୟନ କରୁଥିଲେ । ତତ୍ପରେ ଅନ୍ୟ ଭାରତୀୟ ବୈଜ୍ଞାନିକ ଯେପରିକି ସି.ଭି. ରମଣ, ମେଘନାଦ ଶାହା ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଅନେକ ବୈଜ୍ଞାନିକ ତତ୍ତ୍ୱର ଅବଲୋକନ କରିଥିଲେ । ତେବେ ଏହିପରି ସ୍ୱତନ୍ତ୍ର ରୂପେ କାର୍ଯକରୁଥିବା ବୈଜ୍ଞାନିକମାନଙ୍କୁ ଏକତ୍ରିତ କରିବା ତଥା ବିଧିବଦ୍ଧ ଭାବେ ସୁସଙ୍ଗଠିତ କରେଇବାରେ ଦୁଇ ଜଣ ବୈଜ୍ଞାନିକ ବିକ୍ରମ ସରାଭାଇ ଓ ଜାହାଙ୍ଗୀର ହୋମିଭାବାଙ୍କ ପ୍ରମୁଖ ଭୂମିକା ରହିଛି । ୧୯୪୫ ମସିହା ପରଠାରୁ ଡାଃ. ସାରାଭାଇଙ୍କଦ୍ୱାରା ଅହମଦାବାଦଠାରେ ଭୌତିକ ଗବେଷଣାଗାର ଏବଂ ମୁମ୍ବାଇଠାରେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନର ସ୍ଥାପନା କରାଗଲା । ପ୍ରାଥମିକ ଅବସ୍ଥାରେ ମହାକାଶ ଗବେଷଣା କାର୍ଯକ୍ରମ ମହାଜାଗତିକ ରଶ୍ମିର ଅଧ୍ୟୟନ, ଉପର ବାୟୁମଣ୍ଡଳରେ ବିବିଧ ଯନ୍ତ୍ରପାତିର ପରୀକ୍ଷା ନିରୀକ୍ଷା ଏବଂ କୋଲାରସ୍ଥିତ ଗଭୀର ଖଣି ଗୁଡିକର ଅଭ୍ୟନ୍ତର ପରିକ୍ଷା ଇତ୍ୟାଦି । ୧୯୫୦ରେ ଭାଭାଙ୍କ ନେତୃତ୍ୱରେ ପରମାଣୁଶକ୍ତି ବିଭାଗ ସ୍ଥାପିତହେଲା । ଏହା ପରମାଣୁ ଗବେଷଣାସହ ମହାକାଶ ଗବେଷଣାର ଦାୟିତ୍ୱ ମଧ୍ୟ ବହନ କଲା । ସେସମୟରେ ଜଳବାୟୁର ବିଭିନ୍ନ ଦିଗ ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଆଦି ଉପରେ ଅନେକ ଅଧ୍ୟୟନ କରାଗଲା । ସେଥିପାଇଁ ୧୮୨୩ ମସିହାରେ କୋଲବାରଠାରେ ପ୍ରତିଷ୍ଠିତ ମାନମନ୍ଦିରକୁ ପୁର୍ନ ବିନ୍ୟାସ କରାଯିବା ସଙ୍ଗେ ସଙ୍ଗେ ୧୯୫୪ ମସିହାରେ ଉତ୍ତରପ୍ରଦେଶରେ ହିମାଳୟର ପାଦଦେଶରେ ଏବଂ ୧୯୫୭ ମସିହାରେ ଓସମାନିଆ ବିଶ୍ୱବିଦ୍ୟାଳୟ (ହାଇଦ୍ରାବାଦ)ଠାରେ ନୂତନ ମାନମନ୍ଦିରମାନ ସ୍ଥାପନ କରାଗଲା । ୧୯୫୭ ମସିହାରେ ତତକାଳିନ ସୋଭିଏତ୍ ୟୁନିୟନ୍ (ବର୍ତ୍ତମାନର ଋଷ୍)ଦ୍ୱାରା ସର୍ବପ୍ରଥମ କୃତ୍ରିମ ଉପଗ୍ରହ ସ୍ଫୁଟନିକର ଉତକ୍ଷେପଣ ବିଶ୍ୱରେ ଶିହରଣ ସୃଷ୍ଠିକଲା ତଥା ମହାକାଶ ଗବେଷଣା, ପ୍ରାଧାନ୍ୟଲାଭ କରିବାକୁ ଲାଗିଲା । ତତ୍କାଳିନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଉଦ୍ୟମରେ ମହାକାଶ ଗବେଷଣା ପାଇଁ ଭାରତୀୟ ଜାତୀୟ କମିଟି (Indian National Committee for Space Research, INCOSPAR) ୧୯୬୨ ମସିହାରେ ସ୍ଥାପନ କରାଗାଲା ଏବଂ ୧୫ ଅଗଷ୍ଟ, ୧୯୬୯ରେ ଏହାର ସ୍ଥାନ ନେଲା ଭାରତୀୟ ମହାକାଶ ସଂସ୍ଥା (Indian Space Research Organisation) ବା ଇସ୍ରୋ (ISRO) । ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟଇସ୍ରୋର ଗଠନ ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ [୩] ଉଦ୍ଦେଶ୍ୟରେ କରାଯାଇଥିଲା । ଏହି ସଂସ୍ଥାନର ମୁଖ୍ୟ ମିଶନ୍ଗୁଡ଼ିକ ହେଲା[୩]:
ବିଭାଗୀୟ ସରଞ୍ଚନାଇସ୍ରୋ ଭାରତ ସରକାରଙ୍କ ମହାକାଶ ବିଭାଗ (DoS)ର ଅଧିନସ୍ଥ ଏକ ସଂସ୍ଥା । ମହାକାଶ ବିଭାଗ ସିଧାସଳଖ ପ୍ରଧାନମନ୍ତ୍ରୀ ତଥା ମହାକାଶ କମିଶନଙ୍କ ଅଧୀନରେ କାର୍ଯ୍ୟକରେ ଏବଂ ନିମ୍ନଲିଖୀତ ଅନୁଷ୍ଠାନ ଗୁଡିକୁ ସଂଚାଳିତ କରେ:
ମହାକାଶ ଗବେଷଣାର ଦୁଇଟି ପ୍ରମୁଖ ଦିଗ ହେଲା:
ଉତକ୍ଷେପଣଯାନ ବା ରକେଟ୍ ସମୂହ![]() ୧୯୬୦-୭୦ ଦଶକରେ ଇସ୍ରୋ ଉତକ୍ଷେପଣଯାନ ନିର୍ମାଣ କରିବାର ପରିକଳ୍ପନା ଆରମ୍ଭ କରିଥିଲା । ଏହି ଦଶକରେ ଅନେକ ସାଉଣ୍ଡିଂ ରକେଟ୍ (sounding rockets) ସାହାଯ୍ୟରେ ଉର୍ଦ୍ଧ୍ୱାକାଶ ସଂମ୍ପର୍କିତ ତଥ୍ୟ ସଂଗ୍ରହ କରାଗଲା । କାଳକ୍ରମେ ଅନେକ ଉନ୍ନତ ଧରଣର ରକେଟ୍ ର୍ନିମାଣ କରାଗଲା । କୃତ୍ରିମ ଉପଗ୍ରହ (ସାଟେଲାଇଟ୍) ଉତକ୍ଷେପଣଯାନ (ଏସଏଲଭି, SLV)ଏସଏଲଭି-୩ (ଏସଏଲଭି-୩ଇ୨) ଜୁଲାଇ ୧୮, ୧୯୮୦ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇ ରୋହିଣୀ-ଆରଏସ୍୧ ସାଟେଲାଇଟକୁ ନିର୍ଦ୍ଧାରିତ କକ୍ଷରେ ସଫଳତା ପୂର୍ବକ ସ୍ଥାପନ କରାଯାଇଥିଲା । ଏହି ରକେଟଟି ୨୨ ମିଟର ଉଚ୍ଚତା ଏବଂ ଚାରି ସୋପନ ବିଶିଷ୍ଟ କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପ୍ରାୟ ୫୦୦ କିଲୋମିଟର ଉପରକୁ ପ୍ରକ୍ଷେପଣ କରଯାଇପାରେ । ଏହି ଯାନର ଓଜନ ୧୭ ଟନ୍ ହୋଇଥିବା ବେଳେ ଏହା ୪୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିପାରେ ।[୬] ଏହିପରି ଚାରୋଟି ରକେଟ୍ ପ୍ରକ୍ଷେପଣ କରାଯାଇଥିଲା, ତନ୍ମଧ୍ୟରୁ ପ୍ରଥମ ପ୍ରକ୍ଷେପଣଟି ଅସଫଳ ହୋଇଥିଲା ।[୭] ଊନ୍ନତ କୃତ୍ରିମ ଉପଗ୍ରହ (ସାଟେଲାଇଟ୍) ଉତକ୍ଷେପଣଯାନ (ଏଏସଏଲଭି , ASLV)ଏଏସଏଲଭି ଉତକ୍ଷେପଣଯାନଟି ୧୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ସାଟେଲାଇଟ୍ ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିପାରେ । ଏହି ଉତକ୍ଷେପଣଯାନର ଓଜନ ୪୦ ଟନ ହୋଇଥିବବେଳେ, ଉଚ୍ଚତା ୨୪ ମିଟର।[୮] ଏହା ପାଞ୍ଚ ସୋପନ ବିଶିଷ୍ଟ କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ । ମାର୍ଚ୍ଚ ୨୪, ୧୯୮୭ରେ ଏହାର ପ୍ରଥମ ପ୍ରକ୍ଷେପଣ କରାଯାଇଥିଲା । ସମୁଦାୟ ଚାରୋଟି ରକେଟ୍ ପ୍ରକ୍ଷେପଣ କରାଯାଇଥିଲା, ତନ୍ମଧ୍ୟରୁ ଦୁଇଟିରେ ସଫଳତା ହାସଲ ହୋଇଥିଲା ।[୯] ଧ୍ରୃବୀୟ ଉତକ୍ଷେପଣଯାନ (ପିଏସଏଲଭି PSLV)ପିଏସଏଲଭି ଇସ୍ରୋଦ୍ୱାରା ନିର୍ମିତ ସବୁଠାରୁ ସଫଳତମ ଉତକ୍ଷେପଣଯାନ । ଏହା ୧୭୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ପେ-ଲୋଡ୍ ବହନ କରିପାରେ । ଏହାର ଉଚ୍ଚତା ୪୪ ମିଟର । ସେପ୍ତେମ୍ବେର ୨୦, ୧୯୯୩ରେ ଏହାର ପ୍ରଥମ ପ୍ରକ୍ଷେପଣ କରାଯାଇଥିଲା । ପିଏସଏଲଭି ଯାନର କର୍ଯ୍ୟକରିତ ସୁଦୂର ପ୍ରସାରୀ । ଏହା ଚାରୋଟି ସୋପନରେ ସାଟେଲାଇଟକୁ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରିଥାଏ । ପ୍ରଥମ ସୋପାନଟି କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ ଏବଂ ୬ଟି ଷ୍ଟ୍ରାପ୍-ଅନ ବୁଷ୍ଟର୍ ଏହା ସହ ସଂଯୋଜିତ । ଦ୍ୱିତୀୟ ଓ ଚତୁର୍ଥ ସୋପାନ ତରଳ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ ହେଉଥିବବେଳେ, ତୃତୀୟ ସୋପାନଟି କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ ।[୧୦] ଫେବୃୟାରୀ ୧୫, ୨୦୧୭ରେ ପିଏସଏଲଭି ବ୍ୟବହାର କରି ସର୍ବଧିକ ୧୦୪ଟି ସାଟେଲାଇଟ୍ ଏକସଙ୍ଗେ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରାଯାଇଥିଲା ।[୧୧] ଭୂ-ସ୍ଥିର କୃତ୍ରିମ ଉପଗ୍ରହ (ସାଟେଲାଇଟ୍) ଉତକ୍ଷେପଣଯାନ (ଜିଏସଏଲଭି, GSLV)ଜିଏସଏଲଭି ଇସ୍ରୋଦ୍ୱାରା ନିର୍ମିତ ସର୍ବବୃହତ ଉତକ୍ଷେପଣଯାନ । ଏହକୁ ଇନସାଟ୍, ଜିସାଟ୍, ଏଡୁସାଟ୍ ପରି ଓଜନିଆ ଉପଗ୍ରହ ଉତକ୍ଷେପଣ କରିବାରେ ବ୍ୟବହାର କରାଯାଇଅଛି । ଏହାର ଉଚ୍ଚତା ୪୯.୧୩ ମିଟର । ଏହା ତିନୋଟି ସୋପାନରେ ୫୦୦୦ କୋଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନର ପେ-ଲୋଡ୍କୁ ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିପାରେ । ପ୍ରଥମ ସୋପନଟି ୩ଟି ତରଳ ଇନ୍ଧନ ଇଞ୍ଜିନ୍ ଚାଳିତ ଷ୍ଟ୍ରାପ୍-ଅନ ବୁଷ୍ଟର୍ ସହ ସଂଯୁକ୍ତ । ୧୩୮ କିଲୋଗ୍ରାମ୍ ବିଶିଷ୍ଟ ପ୍ରଥମ ସୋପାନଟି କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ । ଦ୍ୱିତୀୟ ସୋପାନଟି ତରଳ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ । ତୃତୀୟ ସୋପାନଟିରେ ଇସ୍ରୋଦ୍ୱାରା ନିର୍ମିତ ସ୍ୱଦେଶୀ କ୍ରାୟୋଜେନିକ ଇଞ୍ଜିନର ବ୍ୟବହାର କରଯାଇଛି । [୧୨] ଏପ୍ରିଲ୍ ୧୮, ୨୦୦୧ରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା । ସମୁଦାୟ ୧୩ ଥର ପରୀକ୍ଷଣ କରାଯାଇଛି, ଏବଂ ୩ ଥର ପରିକ୍ଷଣ ଅସଫଳ ହୋଇଥିଲା ।[୧୩] ଜିଏସଏଲଭି-ଏମକେ ୩ (GSLV-III)ଜିଏସଏଲଭି-ଏମକେ ୩ ଉତକ୍ଷେପଣଯାନ ତିନୋଟି ସୋପାନରେ ୪୦୦୦ କୋଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନର ପେ-ଲୋଡ୍ ଜିଓଷ୍ଟେସନରୀ-ଟ୍ରାନସଫର୍-ଅରବିଟ୍ (GTO) କକ୍ଷପଥରେ ସ୍ଥାପନ କରିପାରେ । ଏହାର ଉଚ୍ଚତା ୪୩ ମିଟର ଏବଂ ବ୍ୟାସର୍ଦ୍ଧ ୪ ମିଟର । ଏହାର ଇଞ୍ଜିନ୍ ସଂରଚନା ଜିଏସଏଲଭି ପରି, କିନ୍ତୁ ପ୍ରଥମ ସୋପନରେ ଦୁଇଟି କଠିନ ଇନ୍ଧନ ଇଞ୍ଜିନ୍ ଚାଳିତ ଷ୍ଟ୍ରାପ୍-ଅନ ବୁଷ୍ଟର୍ ବ୍ୟବହାର କରାଯାଇଛି ।[୧୪] ଜିଏସଏଲଭି-ଏମକେ ୩କୁ ମାନବଯୁକ୍ତ ମହାକାଶ ଅଭିଯାନରେ ବ୍ୟବହାର କରଯିବ ।[୧୫] ଏହି ଅଭିଯାନ ସଫଳତା ଅନେକ ଜଟିଳ ପ୍ରଯୁକ୍ତି ଉପରେ ନିର୍ଭର କରେ । ଯେପରିକି କ୍ରିଉ ଏସକେପ୍ ବ୍ୟବସ୍ଥା, କ୍ରିଉ ମଡ୍ୟୁଲ କନଫିଗୁରେସନ୍, ଥର୍ମାଲ ସୁରକ୍ଷା ବ୍ୟବସ୍ଥା, ଡ଼େସିଲେରେସନ୍ ଏବଂ ଫ୍ଲୋଟେସନ୍ ବ୍ୟବସ୍ଥା, ଜୀବନ ରକ୍ଷାକାରୀ ସବ୍-ସିଷ୍ଟମ୍ ଇତ୍ୟାଦି । ଇସ୍ରୋ ଏବେ ସୁଦ୍ଧା ଏ ଦିଗରେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶର ବିକାଶ ଓ ପରୀକ୍ଷଣ କରିସାରିଲଣି । ସ୍ପେସ୍ କ୍ୟାପସୁଲ୍ ରିକଭରୀ ଏକ୍ସପେରିମେଣ୍ଟ (ଏସ୍ଆର୍ଇ-୨୦୦୭ କ୍ରିଉ ମଡ଼୍ୟୁଲ ବାୟୁମଣ୍ଡଳୀୟ ପୁନଃପ୍ରବେଶ ପରୀକ୍ଷଣ (କେୟାର ୨୦୧୪ ଏବଂ ପ୍ୟାଡ଼୍ ଆବୋର୍ଟ ଟେଷ୍ଟ (୨୦୧୮) ଭଳି ପରୀକ୍ଷଣ ସେଥି ମଧ୍ୟରେ ସାମିଲ ।[୧୫] ଏ ପର୍ଯ୍ୟନ୍ତ ଜିଏସଏଲଭି-ଏମକେ ୩ ପରୀକ୍ଷଣ କରଯାଇସାରିଲାଣି । କୃତ୍ରିମ ଉପଗ୍ରହ ଉତକ୍ଷେପଣ କାର୍ଯ୍ୟକ୍ରମ![]() ଆର୍ଯ୍ୟଭଟ୍ଟଆର୍ଯ୍ୟଭଟ୍ଟ ଭାରତର ପ୍ରଥମ ପରୀକ୍ଷାମୂଳକ କୃତ୍ରିମ ଉପଗ୍ରହ। ଏହା ମହାନ ଭାରତୀୟ ଗଣିତଜ୍ଞ, ଆର୍ଯ୍ୟଭଟ୍ଟଙ୍କ ନାମରେ ନାମିତ କରାଯାଇଥିଲା । ସୋଭିଏତ ଯୁନିୟନର ସହାୟତାରେ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। [୧୬] ୧୯ ଅପ୍ରେଲ ୧୯୭୫ ମସିହାରେ ବର୍ତ୍ତମାନ ରୁଷିଆର କାପୁସ୍ତିନ ୟାର ଉତକ୍ଷେପଣ କେନ୍ଦ୍ରରୁ କସମୋସ-୩ଏମ ରକେଟ ଜରିଆରେ ଆର୍ଯ୍ୟଭଟ୍ଟ ଉପଗ୍ରହର ଉତକ୍ଷେପଣ ହେଇଥିଲା ।
ଭାସ୍କର-୧ଭାସ୍କର-୧ ଉପଗ୍ରହଟି ଜୁନ ୭, ୧୯୭୯ରେ ଏଏସଏଲଭି ଉତକ୍ଷେପଣଯାନ ଉତକ୍ଷେପଣ ହେଇଥିଲା। ଏହା ଏକ୍ ଭୂ-ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ । ରୋହିଣୀ୧୯୮୦ ମସିହାରେ ଏଏସଏଲଭି ଉତକ୍ଷେପଣଯାନଦ୍ୱାରା ଏହାର ଉତକ୍ଷେପଣ କରାଯାଇଥିଲା। ଏହା ଏକ ପରୀକ୍ଷାମୂଳକ କୃତ୍ରିମ ଉପଗ୍ରହ । ଆପଲୋ୧୯୮୧ ମସିହାରେ ଇଉରୋପିୟନ ମହାକାଶ ସଂସ୍ଥା (ESA)ଦ୍ୱାରା ନିର୍ମିତ ଆରିଅନ୍ ଉତକ୍ଷେପଣଯାନଦ୍ୱାରା ଭୂ-ସ୍ଥିର କକ୍ଷରେ ସ୍ଥାପନା କରଗଲା । ଭାସ୍କର-୨୧୯୮୧ ମସିହାରେ ସୋଭିଏତ ଯୁନିୟନର ସହାୟତାରେ ଉତକ୍ଷେପଣ କରାଯାଇଥିଲା । ଏହା ଏକ ଭୂ-ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ । ମହାକଶରୁ ଏହା ୨୦୦୦ରୁ ଉର୍ଦ୍ଧ୍ୱ ଚିତ୍ର ଉତ୍ତୋଳନ କରିଥିଲା । ![]() ଇନସାଟ୍ (INSAT) ମାଳାଇନସାଟ୍ (Indian National Satellite) ପର୍ଯ୍ୟାୟରେ ଅନେକ ବହୁମୂଖୀ ଭୂ-ସ୍ଥିର ଉପଗ୍ରହ ଉତକ୍ଷେପଣ କରାଯାଇଛି । ୧୯୮୨ ମସିହାରେ ଇନସାଟ୍-1A ନାମକ ଯୋଗଯୋଗ ଉପଗ୍ରହ ଉତକ୍ଷେପଣ କରାଯାଇଥିଲା, କିନ୍ତୁ ଏହା କକ୍ଷରେ ସ୍ଥାପନ ବିଫଳ ହେଲା ।[୧୭] ସମୂଦାୟ ୨୯ଟି ଇନସାଟ୍ ଉପଗ୍ରହ ଇସ୍ରୋଦ୍ୱାରା ପ୍ରକ୍ଷେପଣ କରାଯାଇଛି, ତନ୍ମଧ୍ୟରୁ ୧୫ଟି ନିର୍ଦ୍ଧାରିତ କକ୍ଷରେ ସଫଳତା ପୂର୍ବକ ସ୍ଥାପନ କରାଯାଇପାରିଛି । ଇନସାଟ୍-3D Jul 26, 2013 2060 Kg Ariane-5 VA-214 Climate & Environment, Disaster Management System ଇନସାଟ୍-3D Jul 26, 2013 2060 Kg Ariane-5 VA-214 Climate & Environment, Disaster Management System
ଜିସାଟ୍ (GSAT) ମାଳାଜିସାଟ୍ ପର୍ଯ୍ୟାୟରେ ଇସ୍ରୋଦ୍ୱାରା ଅନେକ ଗୁଡିଏ ଭୂ-ସ୍ଥିର ଉପଗ୍ରହ ଉତକ୍ଷେପଣ କରାଯାଇଛି । ଏଗୁଡିକ ଇନସାଟ୍ଠାରୁ ଓଜନିଆ ଏବଂ ମୂଖ୍ୟତଃ ଧ୍ୱନି, ଭିଡିଓ ତଥା ତଥ୍ୟ ଆଦାନପ୍ରଦାନ କ୍ଷେତ୍ରରେ ବ୍ୟବହୃତ ହେଉଛି । ପ୍ରଥମ ଜିସାଟ୍-୧ ସାଟେଲାଇଟ୍ ୧୮, ଅପ୍ରେଲ୍ ୨୦୦୧ରେ ଉତକ୍ଷେପଣ କରାଯାଇଥିଲା ।
ଭାରତୀୟ ଦୂର-ସଂବେଦୀ ସାଟେଲାଇଟ୍ (IRS) ମାଳା୧୯୮୮ ମସିହା ମାର୍ଚ୍ଚ ୧୭ ତାରିଖରେ ଇସ୍ରୋ ଦୂର-ସଂବେଦୀ ସାଟେଲାଇଟ୍ ଆଇଆରଏସ୍-୧ଏ (IRS-1A) ମହାକାଶକୁ ପ୍ରକ୍ଷେପଣ କରିଥିଲା ।
![]() ଭାରତୀୟ ଦିଗସୂଚକ ଉପଗ୍ରହ ପ୍ରଣାଳୀ (IRNSS)୧୯୯୯ କାରଗିଲ ଯୁଦ୍ଧ ପରେ ଭାରତ ନିଜସ୍ୱ ଦିଗସୂଚକ ପ୍ରଣାଳୀ (Navigation system)ର ଆବଶ୍ୟକତା ପଡିଲା । ଭାରତୀୟ ଦିଗସୂଚକ ଉପଗ୍ରହ ପ୍ରଣାଳୀ (ଇଂରାଜୀ: Indian Regional Navigational Satellite System) ଇସ୍ରୋଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ସ୍ୱୟଂଶାସିତ ଆଞ୍ଚଳିକ ଦିଗସୂଚକ ପ୍ରଣାଳୀ । ମତ୍ସ୍ୟଜୀବିମାନଙ୍କୁ ସମର୍ପଣ କରିବା ଉଦ୍ଦେଶ୍ୟରେ ଏହାର ବ୍ୟବହାରିକ ନାମକୁ ନାବିକ (NavIC) ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।[୧୮] ଦିଗସୂଚକ ପ୍ରଣାଳୀ ଭାରତ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା (ଜିପିଏସ୍), ଋଷ୍ (ଗ୍ଲୋନାସ୍), ଇଉରୋପୀୟ ସଂଘ (ଗାଲିଲିଓ) ଓ ଚୀନ (ବାଇଡୁ)ଦ୍ୱାରା ପୁର୍ବରୁ ବିକାଶ କରାଯାଇଛି ।[୧୯] ଜିପିଏସ୍ ଓ ବାଇଡୁ ସାରା ବିଶ୍ୱରେ ବ୍ୟବହାରକାରୀଙ୍କୁ ସେବା ପ୍ରଦାନ କରୁଥିବାବେଳେ ଗ୍ଲୋନାସ୍, ଗାଲିଲିଓ ପରି ନାବିକର ସୀମିତ ପରିସର କାର୍ଯ୍ୟରେ ଉପଲବ୍ଧ ହେବ । ଭାରତ ତଥା ଏହାର ସୀମାରୁ ୧୫୦୦ କିଲୋମିଟର ଦୂରତା ମଧ୍ୟରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଏହି ବ୍ୟବସ୍ଥାର ବ୍ୟବହାରକାରୀଙ୍କୁ ସଠିକ ସ୍ଥାନର ସୂଚନା ମିଳିପାରିବ । ପୃଥିବୀ ପୃଷ୍ଠରୁ ଏହି ସୂଚନା ପାଇବା ପାଇଁ ଟ୍ରାଇଙ୍ଗୁଲେସ୍ନ୍ (Triangulation) ଆଲଗୋରିଦମର ବ୍ୟବହାର କରଯାଏ । ଏହି ଆଲଗୋରିଦମରେ ଏକ ନିର୍ଦ୍ଧିଷ୍ଟ ପରିସୀମାରେ ନିକଟବର୍ତ୍ତି ଅନ୍ୟ ୩ଟି ସ୍ଥାନର ଅବସ୍ଥିତିର ସୂଚନାକୁ ବ୍ୟବହାର କରି କୈଣସି ସ୍ଥାନର ସଠିକ ଅବସ୍ଥିତିକୁ ଅନୁମାନ କରାଯାଇପାରେ । କିନ୍ତୁ ପୃଥିବୀର ଗୋଲାକାର ଆକାର ଯୋଗୁଁ ନାବିକ ପ୍ରଣାଳି କାର୍ଯ୍ୟକରିବା ପାଇଁ ଅତିକମରେ ୪ଟି ଉପଗ୍ରହ ଦରକାର । ପୃଥିବୀପୃଷ୍ଠରୁ ପ୍ରାୟ ୩୬୦୦୦ କିଲୋମିଟର ଊର୍ଦ୍ଧ କକ୍ଷପଥରେ ୮ଟି କୃତ୍ରିମ ଉପଗ୍ରହର ଏକ ଉପଗ୍ରହ ପୁଞ୍ଜ ବା ଉପଗ୍ରହ ମଣ୍ଡଳୀ ଏହି ପ୍ରଣାଳୀରେ ଅନ୍ତର୍ଭୁକ୍ତ ।
ପ୍ରତ୍ୟେକ ଉପଗ୍ରହରେ ନୈସଂଚାଳନ ଉପକରଣ, ପରମାଣୁ ଘଡ଼ି, ସି-ବ୍ୟାଣ୍ଡ ଟ୍ରାନ୍ସପଣ୍ଡର ଆଦି ଖଚିତ । ପ୍ରତି ଉପଗ୍ରହରେ ୩ଟି ଲେଖାଏଁ ରୁବିଡିୟମ୍ ଘଡ଼ି ବ୍ୟବହାର କରଯାଇଛି । ପ୍ରତି ଉପଗ୍ରହର କର୍ଯ୍ୟକାଳ ୧୦ ବର୍ଷ ଏବଂ ଏମାନଙ୍କ ନିୟନ୍ତ୍ରଣ ହସାନସ୍ଥିତ ମୂଖ୍ୟ ନିୟନ୍ତ୍ରଣ କେନ୍ଦ୍ରରୁ କରାଯାଏ ।[୨୦] ମହାକାଶଚାରୀ ପ୍ରେରଣ![]() ୧୯୮୪ ମସିହା ଏପ୍ରିଲ ମାସରେ ସୋଭିଏତ ୟୁନିୟନ ସହାୟତାରେ ରାକେଶ ଶର୍ମା ପ୍ରଥମ ଭରତୀୟ ମହାକାଶଚାରୀ ଭାବେ ମହାକାଶଯାନରେ ୮ ଦିନ ବିଚରଣ କରିଥିଲେ ।[୨୧] ନଭେମ୍ବର ୦୭, ୨୦୦୬ ମସିହାରେ ମାନବଯୁକ୍ତ ମହାକାଶ ଅଭିଯାନ ପାଇଁ ଇସ୍ରୋ ବୈଜ୍ଞାନିକମାନେ ବେଙ୍ଗାଲୁରୁଠାରେ ପ୍ରଥମ ବୈଠକ କରିଥିଲେ ।[୨୨] ଏହି ଅଭିଯାନରେ ମାନବବାହୀ ଯାନ ନିର୍ମାଣ ଏକ ଜଟିଳ ତଥା ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଜୁଲାଇ ୦୫, ୨୦୧୮ରେ ଇସ୍ରୋ କ୍ରିଉ ଏସ୍କେପ୍ ସିଷ୍ଟମ୍ (Crew Escape System)ର ସଫଳ ପରୀକ୍ଷଣ କରିଥିଲା ।[୨୩] ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫, ୨୦୧୮ରେ ପ୍ରଥମ ମହାକାଶଚାରୀ ପ୍ରେରଣ ମିଶନ ବିଷୟରେ ସୂଚନା ଦେଇଥିଲେ । ସ୍ୱାଧୀନତା ଦିବସର ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୨ସୁଦ୍ଧା ନିଜସ୍ୱ ମାନବଯୁକ୍ତ ମହାକାଶ ଅଭିଯାନକୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ ।[୨୪] ମାନବଯୁକ୍ତ ମହାକାଶ ଅଭିଯାନରେ ୨୦୨୨ ସୁଦ୍ଧା ୩ ଜଣ ମହାକାଶଚାରୀ ମହାକାଶ ଯାତ୍ରା କରି ମହାକାଶରେ ୭ ଦିନ ଧରି ଅନୁଧ୍ୟାନ କରିବାର ଇସ୍ରୋଦ୍ୱାରା ଯୋଜନା କରାଯାଇଛି । ଭାରତୀୟ ମାନବଯୁକ୍ତ ମହାକାଶ ଅଭିଯାନ କାର୍ଯ୍ୟକ୍ରମର ନାମ 'ଗଗନାୟନ ମିଶନ' ରଖାଯାଇଛି ।[୨୫] ଏନେଇ ୧୦ ହଜାର କୋଟି ଟଙ୍କାର ବଜେଟକୁ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ (ଭାରତ ସରକାର) ଅନୁମୋଦନ କରିଛି ।[୨୬] ନାସା ଏବଂ ଋଷ୍ ଦ୍ୱରା ପ୍ରେରିତ ମହାକାଶଚାରୀ ମାନଙ୍କୁ ଯଥାକ୍ରମେ ଆଷ୍ଟ୍ରୋନଟ ଓ କସ୍ମୋନଟ୍ କୁହାଯାଉଥିବବେଳେ, ଇସ୍ରୋ ଏହାର ମହାକାଶଚାରୀ ଦଳର ନାମ `ଭ୍ୟୋମନଟ` (vyomanaut) ରଖିବାକୁ ଯାଉଥିବା ମଧ୍ୟ ଜଣାପଡିଛି । ଭ୍ୟୋମନଟ ସଂସ୍କୃତ ଶବ୍ଦରୁ ଉଦୃତ ଭ୍ୟୋମ ଯାହାର ଅର୍ଥ ହେଉଛି ଅନ୍ତରୀକ୍ଷ । ବେଙ୍ଗାଲୁରୁରେ ଆୟୋଜିତ ସ୍ପେଶ୍ ଏକ୍ସପୋରେ ଇସ୍ରୋ ପକ୍ଷରୁ ମହାକାଶ ଯାତ୍ରୀଙ୍କ ପୋଷାକ ଏବଂ କ୍ରିଉ ଏସ୍କେପ୍ ମଡେଲ ପ୍ରଦର୍ଶିତ କରାଯାଇଥିଲା ।[୨୭] ୨୦୩୦ ମଧ୍ୟରେ ମହାକାଶରେ ଭାରତର ନିଜସ୍ୱ ସ୍ପେସ୍ ଷ୍ଟେସନ୍ (ମହାକାଶ କେନ୍ଦ୍ର) ନିର୍ମାଣ କରିବାର ଲକ୍ଷ ରଖିଛି ବୋଲି (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ ସୂଚନା ଦେଇଛନ୍ତି।[୨୮] ଏହି ସ୍ପେସ ଷ୍ଟେସନ ପ୍ରତିଷ୍ଠା ପରେ ଭାରତର ଅନ୍ତରୀକ୍ଷ ଯାତ୍ରୀ ୧୫-୨୦ ଦିନ ମହାକାଶରେ ବିତେଇ ପାରିବେ। ଏବେ ସୁଦ୍ଧା କେବଳ ଆମେରିକା, ରୁଷ୍ ଏବଂ ଚୀନ ହିଁ ସ୍ପେସ୍ ଷ୍ଟେସନ ନିର୍ମାଣ କରିଛନ୍ତି। ଅନ୍ୟ ରାଷ୍ଟ୍ରମାନେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନର ବ୍ୟବହାର କରୁଛନ୍ତି। ସ୍ପେସ୍ ଷ୍ଟେସନ ପ୍ରକଳ୍ପ ଗଗନଯାନ ମିସନ୍ର ପରିବର୍ଦ୍ଧିତ କାର୍ଯ୍ୟକ୍ରମ ହେବ। ଅର୍ନ୍ତଗ୍ରହ ଅଭିଯାନ![]() ଚନ୍ଦ୍ରଯାନ-୧ଚନ୍ଦ୍ରଯାନ-୧ ଚନ୍ଦ୍ର ଅଭିମୁଖେ ଭାରତର ପ୍ରଥମ ଅଭିଯାନ ଥିଲା । ୨୦୦୮ ମସିହା ଅକ୍ଟୋବର ୨୨ ତାରିଖ ସକାଳ ୬ଟା ୨୨ ମିନିଟରେ ଶ୍ରୀହରିକୋଟାର ସତୀଶ ଧବନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୧୧ଦ୍ୱାରା ଏହି ଯାନର ପ୍ରକ୍ଷେପଣ କରାଯାଇଥିଲା ।[୨୯] ସମୂଦାୟ ୧୧ଟି ଯନ୍ତ୍ରାଶଂ (ପେଲୋଡ୍) ରକେଟ୍ର ଓଜନ ପଖାପାଖି ୧୩୮୦ କେଜି ଥିଲା। ପେଲୋଡ୍ ମଧ୍ୟରୁ ୫ଟି ଭାରତର ଥିବା ବେଳେ ୬ଟି ବିଦେଶୀ ପେଲୋଡ୍ ଥିଲା। ଅଧିକାଶଂ ପେଲୋଡ୍ ଅର୍ବିଟର୍ ସହ ସଂଯୁକ୍ତ ହୋଇ ଚନ୍ଦ୍ର ଚାରିପଟେ ପ୍ରଦକ୍ଷଣ କରିଥିଲେ। ପେଲୋଡ୍ ଗୁଡିକରେ ଲୁନାର୍-ଇମ୍ପାକ୍ଟର୍ ଏକ ମହତତ୍ତ୍ୱପୂର୍ଣ୍ଣ ପେଲୋଡ୍। ଏହା ଅର୍ବିଟର୍ରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠକୁ ଓହ୍ଲାଇଥିଲା। ନଭେମ୍ବର ୮, ୨୦୦୮ରେ ଏହି ଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ନଭେମ୍ବର ୧୪ ତରିଖରେ ଭାରତୀୟ ସମୟ ୮:୩୦ମିନିଟ୍ରେ ଅର୍ବିଟର୍ରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠକୁ ଗତି କରିଥିଲା। ପାଖାପାଖି ୨୫ ମିନିଟର ଯାତ୍ରା ସମୟରେ ଚନ୍ଦ୍ରପୃଷ୍ଠର ଅନେକ ଚିତ୍ର ଉତ୍ତୋଳନ କରିବା ସହ ଅନେକ ତଥ୍ୟ ସଂଗ୍ରହ କରିଥିଲା। ଚନ୍ଦ୍ରପୃଷ୍ଠରେ ଆଘାତ ପରେ ଇମ୍ପାକ୍ଟର୍ଟି ନଷ୍ଟ ହୋଇଯାଇଥିଲା।[୩୦] ଯାନ୍ତ୍ରିକ ତ୍ରୁଟି ଦେଖାଯିବା ସହ ୨୦୦୯ ଅଗଷ୍ଟ ୨୮ରେ ରେଡିଓ ସଙ୍କେତ ଦେବା ବନ୍ଦ କରି ଦେଇଥିଲା । ଏହାର କିଛି ସମୟ ପରେ ମିଶନ୍ ଶେଷ ହୋଇଥିବା ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ସେହି ସମୟରେ ‘ଚନ୍ଦ୍ରଯାନ ୧’ ୯୫% ଲକ୍ଷ୍ୟ ପୂରଣ କରି ସାରିଥିଲା । ଉତ୍କ୍ଷେପଣ କରାଯିବାର ୧୦ ବର୍ଷ ପରେ ଚନ୍ଦ୍ରଯାନ-୧ରୁ ପ୍ରାପ୍ତ ତଥ୍ୟର ଅନୁସନ୍ଧାନ ପରେ ଆମେରିକା ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ବରଫ ଅବସ୍ଥାରେ ଜଳ ଉପସ୍ଥିତ ଥିବା ଦାବି କରିଛନ୍ତି ।[୩୧][୩୨] ![]() ମଙ୍ଗଳଯାନ-୧ମଙ୍ଗଳଯାନ ମଙ୍ଗଳ ଗ୍ରହ ଅଭିମୁଖେ ଭାରତର ପ୍ରଥମ ଅଭିଯାନ ଥିଲା । ୨୦୧୩ ମସିହା ନଭେମ୍ବର ୫ ତାରିଖ ଅପରାହ୍ନ ୨ଟା ୩୮ ମିନିଟରେ ଶ୍ରୀହରିକୋଟାର ସତୀଶ ଧବନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୨୫ଦ୍ୱାରା ଏହି ଯାନର ପ୍ରକ୍ଷେପଣ କରାଯାଇଥିଲା ।[୩୩] ପୃଥିବୀ କକ୍ଷପଥରେ ପାଖାପାଖି ଏକ ମାସ ସମୟ ଅତିବାହିତ କଲାପରେ ୩୦ ନଭେମ୍ବର ୨୦୧୩ରେ ଏହି ଯାନ ମଙ୍ଗଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଦୀର୍ଘ ୨୯୮ ଦିନର ଯାତ୍ରା ପରେ ୨୪ ସେପ୍ଟେମ୍ବର ୨୦୧୪ରେ ସଫଳତାର ସହ ମଙ୍ଗଳ ଗ୍ରହର କକ୍ଷପଥରେ ଅନୁପ୍ରବେଶ କରି ମଙ୍ଗଳଯାନ ଆନ୍ତର୍ଗ୍ରହ ମହାକାଶ ଯାତ୍ରା ଇତିହାସରେ ପ୍ରଥମ ପ୍ରଚେଷ୍ଟାରେ ସଫଳ ହୋଇଥିବା ପ୍ରଥମ ଅଭିଯାନର ଖ୍ୟାତି ଲାଭ କଲା । ଚନ୍ଦ୍ରଯାନ-୨ଚନ୍ଦ୍ରଯାନ-୧ର ସଫଳତା ପରେ ୨୦୧୯ ମସିହାରେ ଚନ୍ଦ୍ର ଅଭିମୁଖେ ଦ୍ୱିତୀୟ ଅଭିଯାନ ଚନ୍ଦ୍ରଯାନ-୨ ପ୍ରକ୍ଷେପଣ କରିବାକୁ ଇସ୍ରୋଦ୍ୱାରା ଘୋଷଣା କରାଯାଇଥିଲା। [୩୪] ଚନ୍ଦ୍ରଯାନ-୨ରେ ୩ଟି ଅଂଶ ବା ମଡ୍ୟୁଲ ରହିଛି। ସେଗୁଡିକ ହେଉଛି ମୁନ୍-ଅର୍ବିଟର୍, ମୁନ୍-ଲ୍ୟାଣ୍ଡର୍-ବିକ୍ରମ ଓ ମୁନ୍-ରୋବର୍-ପ୍ରଜ୍ଞାନ। ରୋଭର (ପ୍ରଜ୍ଞାନ) ୧ ମିଟର ଲମ୍ବ ଏବଂ ୨୫ କେଜି ଓଜନର। ଏହି ମହାକାଶ ଯାନର ମୋଟ ଓଜନ ୩.୮୮ ଟନ୍ ବୋଲି ଜଣାପଡ଼ିଛି। ସାଇଣ୍ଟିଫିକ୍ ପେଲୋଡ୍ ସହିତ ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିବ। ଏହାପରେ ନିର୍ଦ୍ଧାରିତ ସ୍ଥାନରେ ଲ୍ୟାଣ୍ଡର ରୋଭରକୁ ଅବସ୍ଥାପିତ କରିବ। ଏହାପରେ ରୋଭର ଚନ୍ଦ୍ରପୃଷ୍ଠରେ ବୈଜ୍ଞାନିକ ପରୀକ୍ଷଣ ଆରମ୍ଭ କରିବ। ଲ୍ୟାଣ୍ଡର ଏବଂ ଅର୍ବିଟର ଉପରେ ମଧ୍ୟ କିଛି ବୈଜ୍ଞାନିକ ଇନ୍ଷ୍ଟ୍ରୁମେଣ୍ଟ ପରୀକ୍ଷଣ ଜାରି ରଖିବ। ବିଭିନ୍ନ ସମସ୍ୟା ଯୋଗୁଁ ଚନ୍ଦ୍ରଯାନ-୨ ପ୍ରକ୍ଷେପଣ ବାରମ୍ବାର ସ୍ଥଗିତ କରାଯାଇଥିଲା। [୩୫] ୨୦୧୯ ଜୁଲାଇ ୧୫ ତାରିଖ ରାତି ୨ଟା ୫୧ ମିନିଟରେ ଚନ୍ଦ୍ରଯାନ-୨ ଜିଏସଏଲଭି-ଏମକେ ୩ଦ୍ୱାରା ଲଞ୍ଚ କରାଯିବ ବୋଲି ଭାରତୀୟ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଘୋଷଣା କରାଯାଇଛି। ମଙ୍ଗଳଯାନ-୨ମଙ୍ଗଳଯାନ ୨ ହେଉଛି ଭାରତର ଦ୍ୱିତୀୟ ମଙ୍ଗଳ ଗ୍ରହ ଉଦ୍ଦେଶ୍ୟରେ ୨୦୨୨-୨୦୨୩ ମସିହା ମଧ୍ୟରେ ହେବାକୁ ଯାଉଥିବା ମିଶନ ।[୩୬] ଏହି ଥର ଯାନଟି ମଙ୍ଗଳ ଗ୍ରହର ଆହୁରି ପାଖକୁ ଯାଇ ଛବି ଉତ୍ତୋଳନ କରିବାକୁ ଚେଷ୍ଟା କରିବ ।
ମହାକାଶ ବିଜ୍ଞାନଏହାର ସ୍ଥାପନା ସମୟରେ ଇସ୍ରୋ ସାଉଣ୍ଡିଙ୍ଗ୍ ରକେଟ୍ରେ ବିଜ୍ଞାନ ଉପକରଣ ରଖି ଉପର ବାୟୁମଣ୍ଡଳର ଅଧ୍ୟୟନ କରିଥିଲା । ୧୯୭୫ରେ ପ୍ରକ୍ଷେପଣ କରଯାଇଥିବା ଉପଗ୍ରହ ଆର୍ଯ୍ୟଭଟ୍ଟରେ ଏକ ରଞ୍ଜନ-ରଶ୍ମୀ (X-ray) କ୍ୟାମେରା ଥିଲା । ୧୯୯୪ରେ ପ୍ରକ୍ଷେପଣ କରଯାଇଥିବା ଉପଗ୍ରହ ସ୍ରୋସ୍-ସି୨ରେ ଗାମା ରଶ୍ମୀ ବିସ୍ଫୋଟ୍ ଯନ୍ତ୍ର ଥିଲା, ଯାହା ୨୦ଟି ବିସ୍ଫୋଟ୍ ଠାବ କରିଥିଲା ।୧୯୯୬ରେ ପ୍ରକ୍ଷେପଣ କରଯାଇଥିବା ଆଇଆରଏସ୍-ପି୩ ଉପଗ୍ରହ ରଞ୍ଜନ-ରଶ୍ମୀ ନିର୍ଗତ କରୁଥିବା ଅନେକ ଯୁଗ୍ମ ନକ୍ଷତ୍ର, ପଲସାର୍, କୃଷ୍ଣଗର୍ତ୍ତର ପର୍ଯ୍ୟବେକ୍ଷ୍ୟଣ ଓ ଅଧ୍ୟୟନ କରଯୈଥିଲା । ଭାରତୀୟ ମହାକାଶ ପର୍ଯ୍ୟବେକ୍ଷଣାଗାର କୁହାଯାଉଥିବା ଆଷ୍ଟ୍ରୋସାଟ୍କୁ ୨୦୧୫ରେ ପ୍ରକ୍ଷେପଣ କରାଯାଇଥିଲା । ଏହା ଅନେକ ଗୁଡିଏ ମହତ୍ତ୍ୱପୁର୍ଣ୍ଣ ମହାଜଗତିକ ଘଟଣାର ସୂଚନା ପ୍ରଦନ କରିଛି । ଭବିଷ୍ୟତ କାର୍ଯ୍ୟକ୍ରମଭବିଷ୍ୟତରେ ଇସ୍ରୋ ଅନେକ ଗୁଡିଏ ଭୂ-ପର୍ଯ୍ୟବେକ୍ଷଣକାରୀ ଉପଗ୍ରହ ପ୍ରକ୍ଷେପଣ କରିବାର ଯୋଜନା ରହିଛି । ମାନବଯୁକ୍ତ ମହାକାଶ ଅଭିଯାନ ପାଇଁ ମହାକଶ ବିମାନ ନିର୍ମାଣ, ସୂର୍ଯ୍ୟ, ଚନ୍ଦ୍ର ତଥା ମଙ୍ଗଳ ପରି ପୃଥିବୀ ନିକଟବର୍ତ୍ତି ଖଗୋଳିୟ ପିଣ୍ଡକୁ ପର୍ଯ୍ୟବେକ୍ଷଣକାରୀ ଯାନର ପ୍ରରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଧାର
ବାହାର ଆଧାର![]() ଉଇକିମିଡ଼ିଆ କମନ୍ସରେ Space program of India
ବାବଦରେ ମାଧ୍ୟମ ରହିଛି ।
|
Portal di Ensiklopedia Dunia