ରାମସେ ହଣ୍ଟ ସିଣ୍ଡ୍ରୋମ ପ୍ରକାର ୨
ରାମସେ ହଣ୍ଟ ସିଣ୍ଡ୍ରୋମ ପ୍ରକାର ୨, ଯାହାକୁ ହର୍ପେସ ଜୋଷ୍ଟର ଓଟିକସ ମଧ୍ୟ କୁହାଯାଏ, ସାଧାରଣତଃ ମୁଖର ଗୋଟିଏ ପାର୍ଶ୍ୱରେ ପକ୍ଷାଘାତ, କାନ ଯନ୍ତ୍ରଣା ଏବଂ ବାହ୍ୟ କାନ କେନାଲ ନିକଟରେ ଛୋଟ ଫୁଲା ସହିତ ଉପସ୍ଥାପିତ ହୁଏ । [୧] କେତେକ କ୍ଷେତ୍ରରେରେ ପାଟିରେ ଫୋଟକା ଥାଇପାରେ ବା ନଥାଇପାରେ ।[୧] [୨] ଏହି ଲକ୍ଷଣ ପୂର୍ବରୁ ଥକାପଣ ଏବଂ ଜ୍ୱର ହୋଇପାରେ |।[୧] ଅନ୍ୟ ଲକ୍ଷଣଗୁଡ଼ିକରେ ଶୁଖିଲା ଆଖି, ସ୍ୱାଦର ପରିବର୍ତ୍ତନ, କଥା କହିବାରେ ଅସୁବିଧା, ବିଶ୍ୱ ଘୂର୍ଣ୍ଣନ କିମ୍ବା ଶ୍ରବଣହାନୀ ହୋଇପାରେ । [୧] ଏହା ଜେନିକ୍ୟୁଲେଟ୍ ଗ୍ୟାଙ୍ଗଲିଅନରେ ଭାରିସେଲା ଜୋଷ୍ଟର ଜୀବାଣୁ (ହାଡ଼ଫୁଟିର ପୁନଃ ସକ୍ରିୟତା ହେବା କାରଣରୁ ହୋଇଥାଏ ।[୧] ଟ୍ରିଗରଗୁଡ଼ିକରେ ଶାରୀରିକ ଚାପ କିମ୍ବା ଏକ ଇମ୍ୟୁନୋକୋପ୍ରୋମାଇଜଡ୍ ଅବସ୍ଥା ଯୋଗୁ ଟ୍ରଗର ହୋଇପାରେ ।[୧] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ଯଦିଓ ଫୁଲା ପରୀକ୍ଷା କରିବା ସହାୟକ ହୋଇପାରେ । [୧] ଏହା ଏକ ପ୍ରକାର ହର୍ପିସ ଜୋଷ୍ଟର ରୋଗ ।[୧] ଚିକିତ୍ସାରେ ସାଧାରଣତ ଭାଲାସାଇକ୍ଲୋଭିର ଏବଂ ପ୍ରେଡନିସୋନ ଦିଆଯାଏ ।[୧] ଆଖିକୁ ଶୁଖିବାରୁ ରକ୍ଷା କରିବା ପାଇଁ ଦିନରେ ଚକ୍ଷୁ ଲୁବ୍ରିକାଣ୍ଟ ବ୍ୟବହାର କରିବା ଏବଂ ରାତିରେ ଫିତା ଦେଇ ଆଖି ବନ୍ଦ କରିବାକୁ ହୁଏ ।[୧] ଜୋଷ୍ଟର ଟିକା ଦେଲେ ଏହି ଅବସ୍ଥାକୁ ରୋକିବାରେ ସାହାଯ୍ୟ କରିପାରେ । [୧] ପ୍ରାୟ ୭୦% ଲୋକଙ୍କର ସାଧାରଣତଃ ମୁଖର କାର୍ଯ୍ୟ ପୁନର୍ବାର ଫେରିଆସେ, ଯଦିଓ ପୁନରୁଦ୍ଧାର ପାଇଁ ମାସାଧିକ ସମୟ ଲାଗିପାରେ । [୧] ଅନ୍ୟାନ୍ୟ ଜଟିଳତାରେ ପୋଷ୍ଟହର୍ପେଟିକ ନିଉରାଲଜିଆ ହୋଇପାରେ । [୧] ରାମସେ ହଣ୍ଟ ସିଣ୍ଡ୍ରୋମ ପ୍ରକାର ୨ ରୋଗ ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୫ଜଣଙ୍କୁ ପ୍ରଭାବିତ କରିଥାଏ । [୧] ଏହା ୭୦ ଏବଂ ୮୦ ଦଶକର ବୟସରେ ସାଧାରଣତଃ ଦେଖାଯାଏ, ଯଦିଓ ଯେ କୌଣସି ବୟସରେ ପ୍ରଭାବିତ ହୋଇପାରେ । [୧] ଏହି ଅବସ୍ଥା ପ୍ରଥମେ ୧୯୦୭ ମସିହାରେ ଜେମ୍ସ ରାମସେ ହଣ୍ଟଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା, ଯାହାଙ୍କର ନାମ ଅନୁସାରେ ଏହି ରୋଗର ନାମକରଣ କରାଯାଇଥିଲା। [୩] [୪] ଆଧାର
|
Portal di Ensiklopedia Dunia